ETV Bharat / state

କାଳୀଙ୍କ ପୂଜା ପାଇଁ ଦୁଲୁକୁଛି ଯାଜପୁର, ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଦର୍ଶକ

author img

By ETV Bharat Odisha Team

Published : Nov 19, 2023, 7:18 PM IST

Updated : Nov 19, 2023, 8:33 PM IST

ଯାଜପୁର ଜିଲ୍ଲାର ଗଣପର୍ବ ମା' ଶ୍ୟାମାକାଳୀଙ୍କ ପୂଜା ସରିଆସୁଛି । ବ୍ୟାସନଗରେର 15ଟି ଓ ଯାଜପୁର ଟାଉନରେ 55ଟି ପୂଜା ମଣ୍ଡପର ସାଜସଜ୍ଜା ଦେଖିବାକୁ ମିଳିଛି । ଯାତ୍ରା ସାଙ୍ଗକୁ ମେଲୋଡି ଓ ଅନ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ରହିଛି । ଆଗକୁ ପଢ଼ନ୍ତୁ

କାଳୀଙ୍କ ପୂଜା ପାଇଁ ଦୁଲୁକୁଛି ଯାଜପୁର
ସରିଆସୁଛି ମା'ଶ୍ୟାମାକାଳୀଙ୍କ ପୂଜା

କାଳୀଙ୍କ ପୂଜା ପାଇଁ ଦୁଲୁକୁଛି ଯାଜପୁର

ଯାଜପୁର: ଜିଲ୍ଲାର ଗଣପର୍ବ ମା' ଶ୍ୟାମାକାଳୀ ପୂଜା । ସରିଆସୁଛି ମା'ଙ୍କ ପୂଜା । ବ୍ୟାସନଗର ଓ ଯାଜପୁର ସହର ଉତ୍ସବ ମୁଖର । ଦିନ ବଢ଼ିବା ସହ ଜନସମାଗମ ମଧ୍ୟ ବଢୁଛି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମା’ଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଲୋକଙ୍କ ଭିଡ଼ ହେଉଛି l ଚଳିତ ବର୍ଷ ବ୍ୟାସନଗରେ 15ଟି ଓ ଯାଜପୁର ଟାଉନରେ 55ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା’ । ମେଲୋଡି ସାଙ୍ଗକୁ ଅନ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ଯାଜପୁର ଜିଲ୍ଲାରେ ବଡ ଧୁମଧାମରେ ପାଳିତ ହେଉଛି ମା’ ଶ୍ୟାମକାଳୀପୂଜା । ଯାଜପୁର ଜିଲ୍ଲାର ଗଣପର୍ବ ମା' ଶ୍ୟାମା କାଳୀପୂଜା ଯେତିକି ସରିଆସୁଛି ଲୋକଙ୍କ ଭିଡ ଅଧିକରୁ ଅଧିକ ହେଉଛି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମା’ଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଲୋକଙ୍କ ଜନସମାଗମ ହେଉଛି । ଚଳିତ ବର୍ଷ ବ୍ୟାସନଗରେର 15ଟି ଓ ଯାଜପୁର ଟାଉନରେ 55ଟି ପୂଜା ମଣ୍ଡପର ସାଜସଜ୍ଜା ଦେଖିବାକୁ ଦର୍ଶକଙ୍କ ଭିଡ ହେଉଛି । ବିଭିନ୍ନ ମଣ୍ଡପ ପକ୍ଷରୁ ମେଲୋଡି କାର୍ଯ୍ୟକ୍ରମର ମଧ୍ୟ ଆୟୋଜିତ ହୋଇଛି । ମେଲୋଡିରେ ପପୁ ପମ୍ ପମ୍, ବିଷ୍ଣୁ କବି, ସ୍ବୟଂମ ପାଢୀ, ବିଶ୍ଵଜିତ, ଅସୀମା ପଣ୍ଡା ଭଳି ଅନେକ ନାମିଦାମୀ କଳାକାରଙ୍କ ସଂଗୀତ ଉପଭୋଗ କରିବାକୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକଙ୍କ ଭିଡ ଲାଗିରହୁଛି ।

ଏହା ମଧ୍ୟ ପଢ଼ନ୍ତୁ....ବୌଦ୍ଧରେ ଭୈରବୀ ମହୋତ୍ସବର ଶୁଭାରମ୍ଭ, ଲୋକନୃତ୍ୟରେ ଝୁମିବେ ଦର୍ଶକ

କାଳୀପୂଜା ପାଳନ ନେଇ ଯାଜପୁର ଜିଲ୍ଲାରେ ରହିଛି ସ୍ୱତନ୍ତ୍ରତା । ଯାହାକୁ ଉପଭୋଗ କରିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଦର୍ଶକ ଆସିଛନ୍ତି । ପୂଜା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଦର୍ଶକ । କିଏ ଘରକରଣା ସାମଗ୍ରୀ କିଣୁଛି ତ ଆଉ କିଏ ମଣ୍ଡପ ଠାରୁ ମଣ୍ଡପ ବୁଲି ପୂଜାକୁ ଉପଭୋଗ କରୁଛି । ଦର୍ଶକ ମାନଙ୍କର ଭିଡକୁ ଦେଖି କଳାକାର ମାନେ ମଧ୍ୟ ପ୍ରଫୁଲ୍ଲିତ ହୋଇଥାନ୍ତି । ବ୍ୟାସନଗର ଓ ଯାଜପୁର ଟାଉନରେ ଦର୍ଶକଙ୍କ ଭଲ ପାଇବା ବାନ୍ଧିରଖେ କଳାକାରଙ୍କୁ । ସବୁଠାରୁ ଅଧିକ ଭିଡ ମେଲୋଡି କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି । ନିଜ ପ୍ରିୟ କଳାକାରଙ୍କୁ ପାଖରେ ପଇ ଲୋକ ଅହୁରୀ ଉଲ୍ଲାସିତ ହୋଇଉଠିଛନ୍ତି । ନିଜ ପ୍ରିୟ କଣ୍ଠ ଶିଳ୍କୀଙ୍କ ଗୀତର ତାଳେତାଳେ ଝୁମିଥିଲେ ଦର୍ଶକ । ସେପଟେ ଦର୍ଶକଙ୍କ ଭିଡ଼କୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସେନେଇ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି l ଆସନ୍ତା 19 ଓ 20 ତାରିଖରେ ଯାଜପୁର ଟାଉନରେ ମା’ଙ୍କ ଭସାଣ ଉତ୍ସବ ହେବାକୁ ଯାଉଥିବା ବେଳେ 22 ତାରିଖରେ ବ୍ୟାସନଗର ଭସାଣି କରାଯିବ । ଶାନ୍ତି ଶୃଙ୍ଖଳାକୁ ଧ୍ୟାନରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି l

Last Updated :Nov 19, 2023, 8:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.