ବୌଦ୍ଧରେ ଭୈରବୀ ମହୋତ୍ସବର ଶୁଭାରମ୍ଭ, ଲୋକନୃତ୍ୟରେ ଝୁମିବେ ଦର୍ଶକ

By ETV Bharat Odisha Team

Published : Nov 17, 2023, 5:47 PM IST

thumbnail

ବୌଦ୍ଧ: ଲୋକନୃତ୍ୟ ଓ ପାରମ୍ପାରିକ ବାଦ୍ୟ ସହିତ ଉଦ୍‌ଘାଟିତ ହେଲା ମା' ଭୈରବୀଙ୍କ ମହୋତ୍ସବ । ଅଞ୍ଚଳର ଲୁପ୍ତପ୍ରାୟ ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ଏକ ଅଭିନବ ପ୍ରୟାସ । ଗୁରୁବାର ସଂଧ୍ୟାରେ ଏହାର ଉଦ୍‌ଘାଟନ ହୋଇଥିବା ବେଳେ ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଚାଲିବ ।  

ପାରମ୍ପାରିକ ଲୋକନୃତ୍ୟ ଓ ବାଦ୍ୟର ତାଳେ ତାଳେ ଉଦ୍‌ଘାଟିତ ହୋଇଛି ମା' ଭୈରବୀଙ୍କ ମହୋତ୍ସବ । ଅଞ୍ଚଳର ଲୁପ୍ତପ୍ରାୟ ଲୋକକଳାକୁ ବଞ୍ଚାଇ ରଖିବା ସହିତ ପ୍ରାଚୀନ ଐତିହ୍ୟ ତଥା ପରମ୍ପରାକୁ ଉଦ୍‌ଜିବୀତ ଉଦ୍ଦେଶ୍ୟରେ ଆୟୋଜିତ ହେଉଛି ଏହି ମହୋତ୍ସବ । ଗୁରୁବାର ସଂଧ୍ୟାରେ ଏହାର ଉଦ୍‌ଘାଟନ ହୋଇଛି । ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ । ବୌଦ୍ଧ ଜିଲ୍ଲା ପୁରୁଣା କଟକ ହାଇସ୍କୁଲ ପଡିଆ ଠାରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଛି । ବଉଦ ଜିଲ୍ଲାର ଆରାଧ୍ୟ ଦେବୀ ମା' ଭୈରବୀଙ୍କ ପୀଠରୁ ସ୍ବତନ୍ତ୍ର ଶୋଭାଯାତ୍ରା ପୁରୁଣା କଟକ ନଗର ପରିକ୍ରମା ପରେ ମହୋତ୍ସବ ପଡିଆ ଠାରେ ପହଞ୍ଚିଥିଲା । ପାରମ୍ପରିକ ଶବର, ବୀଣାକାର ସୁଆଙ୍ଗ ନୃତ୍ୟ ସଙ୍ଗୀତ ସହିତ ଦୁଲୁଦୁଲି, ଘୋଡାନାଚ ଭଳି ନୃତ୍ୟ ମଧ୍ୟରେ ଦେବୀ ଭୈରବୀଙ୍କ ଘଟ ପରିକ୍ରମା ପରେ ମହୋତ୍ସବ ମଣ୍ଡପରେ ପୂଜା କରାଯାଇଥିଲା । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିବା ବେଳେ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ, ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ..... ଦେକୁଳବାରେ ଗିରି ଗୋବର୍ଦ୍ଧନ ମହୋତ୍ସବ, ଯୋଗ ଦେଲେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର

ଅଞ୍ଚଳର ଲୁପ୍ତପ୍ରାୟ ଲୋକକଳା ସଂସ୍କୃତିର ସୁରକ୍ଷା ତଥା ପ୍ରଚାର ପ୍ରସାର ପାଇଁ ମହୋତ୍ସବର ଅବଦାନକୁ ବର୍ଣ୍ଣନା କରିଥିଲେ ଅତିଥିଗଣ  । ଏହି ମହୋତ୍ସବ ପାଇଁ ପୁରୁଣା କଟକ ଠାରେ ମୀନା ବଜାର ଓ ବିଭିନ୍ନ ଷ୍ଟଲ ଖୋଲାଯାଇଥିଲା । ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଏହି ଭୈରବୀ ମହୋତ୍ସବ ଚାଲିବ ବୋଲି ସୂଚନା ମିଳିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.