ETV Bharat / state

ଜିନ୍ଦଲକାରଖାନା ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ଧାରଣା ଓ ପ୍ରତିବାଦ

author img

By

Published : Sep 10, 2022, 9:43 AM IST

ଜିନ୍ଦଲ ଷ୍ଟେନଲେଶ କାରଖାନା ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ଧାରଣା ଓ ପ୍ରତିବାଦ
ଜିନ୍ଦଲ ଷ୍ଟେନଲେଶ କାରଖାନା ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ଧାରଣା ଓ ପ୍ରତିବାଦ

କଳିଙ୍ଗନଗର ଶିଳ୍ପାଞ୍ଚଳର ଜିନ୍ଦଲ ଷ୍ଟେନଲେଶ କାରଖାନା ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ଧାରଣା ଓ ପ୍ରତିବାଦ। କଳିଙ୍ଗନଗର ମଜଦୁର ୟୁନିୟନ ନେତୃତ୍ବରେ ବହୁ ସଂଖ୍ୟକ ଶ୍ରମିକ, ବିସ୍ଥାପିତ, ସ୍ଥାନୀୟ ଅଞ୍ଚଳର ବେକାର ଯୁବକ ଓ ମହିଳା ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

ଯାଜପୁର: କଳିଙ୍ଗନଗର ଶିଳ୍ପାଞ୍ଚଳର ଜିନ୍ଦଲ ଷ୍ଟେନଲେଶ କାରଖାନା ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ଧାରଣା ଓ ପ୍ରତିବାଦ । କଳିଙ୍ଗନଗର ମଜଦୁର ୟୁନିୟନ ନେତୃତ୍ବରେ ବହୁ ସଂଖ୍ୟକ ଶ୍ରମିକ, ବିସ୍ଥାପିତ, ସ୍ଥାନୀୟ ଅଞ୍ଚଳର ବେକାର ଯୁବକ ଓ ମହିଳା ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।ତେବେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ବେକାରୀଙ୍କୁ କାରଖାନାରେ ନିଯୁକ୍ତି, ଭୟଙ୍କର ପ୍ରଦୂଷଣକୁ ରୋକିବା, ପାରିପାର୍ଶ୍ବିକ ଉନ୍ନତି କାର୍ଯ୍ୟ ତ୍ବରାନ୍ବିତ କରିବା, ବିସ୍ଥାପିତ କଲୋନୀର ରାସ୍ତାଘାଟ ଓ ଅନ୍ୟାନ୍ୟ ସମସ୍ୟା ଆଦି ଦୂର କରିବା ଦାବିରେ ଏହି ଧାରଣା ଦିଆଯାଇଛି । ତେବେ କମ୍ପାନୀ ପକ୍ଷରୁ ଜନଶୁଣାଣୀ ମାନଙ୍କରେ ଦିଆଯାଉଥିବା ପ୍ରତିଶୃତି ରକ୍ଷା କରାଯାଉନଥିବା ଏଠାରେ ଦର୍ଶାଯାଇଛି । ଏଥିସହ ଦାବି ପୂରଣ ନହେଲେ ଧାରଣା ଜାରି ରହିବା ସହିତ କାରଖାନାର ମୁଖ୍ୟ ଫାଟକରେ ତାଲା ପଡିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।

ଜିନ୍ଦଲ ଷ୍ଟେନଲେଶ କାରଖାନା ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ଧାରଣା ଓ ପ୍ରତିବାଦ

ତେବେ ଏନେଇ କଳିଙ୍ଗନଗର ମଜଦୁର ୟୁନିୟନର ସାଧାରଣ ସମ୍ପାଦକ ଆଜାର ଏହମ୍ମଦ ଖାନ୍ କହିଛନ୍ତି," ଆମେ ଗତ 25 ତାରିଖରୁ ଜିଲ୍ଲା ପ୍ରଶାସନ ଓ ଜିନ୍ଦଲ କର୍ତ୍ତୃପକ୍ଷଙ୍କୁ ଡିମାଣ୍ଡ ଦେଇଥିଲୁ । ଯେଉଁଥିରେ ବେକାରୀଙ୍କୁ କାରଖାନାରେ ନିଯୁକ୍ତି, ଭୟଙ୍କର ପ୍ରଦୂଷଣକୁ ରୋକିବା, ପାରିପାର୍ଶ୍ବିକ ଉନ୍ନତି କାର୍ଯ୍ୟ ତ୍ବରାନ୍ବିତ କରିବା, ବିସ୍ଥାପିତ କଲୋନୀର ରାସ୍ତାଘାଟ ଓ ଅନ୍ୟାନ୍ୟ ସମସ୍ୟା ଆଦି ଦୂର କରିବା ଦାବି କରିଥିଲୁ । କିନ୍ତୁ ଦାବି ପୂରଣ ହେଲା ନାହିଁ ଏନେଇ ଆମେ ବାଧ୍ୟ ହୋଇ ଧାରଣା ଦେଲୁ ।"

ସେପଟେ ସ୍ଥାନୀୟ ମହିଳା ନିର୍ମଳା ପ୍ରଧାନ କହିଛନ୍ତି," ପ୍ରଶାସନ ଆମକୁ ବହୁତ ପ୍ରତିଶୃତି ଦେଇଥିଲେ । କିନ୍ତୁ ଆଜି ଯାଏଁ କୌଣସି ପ୍ରତିଶୃତି ପୂରଣ କରି ପାରିଲେ ନାହିଁ । କାହାକୁ ଆଜି ଯାଏଁ ସ୍ଥାୟୀ ଚାକିରି ମିଳିପାରୁନି । ବହୁତ ପିଲା ବେକାରୀ ହୋଇ ଅଛନ୍ତି । ଏନେଇ ଆମ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରଖିବୁ । "

ଇଟିଭି ଭାରତ,ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.