ETV Bharat / state

ବନ୍ୟା ବଢାଇଛି ଲୋକଙ୍କ ଦୁର୍ଦ୍ଦଶା, ଉଜୁଡି ଯାଇଛି ହେକ୍ଟର ହେକ୍ଟର ଧାନ ଓ ପରିବା ଚାଷ

author img

By

Published : May 30, 2021, 9:35 PM IST

ବନ୍ୟା ବଢାଇଛି ଲୋକଙ୍କ ଦୁର୍ଦ୍ଦର୍ଷା, ଉଜୁଡି ଯାଇଛି ହେକ୍ଟର ହେକ୍ଟର ଧାନ ଓ ପରିବା ଚାଷ
ବନ୍ୟା ବଢାଇଛି ଲୋକଙ୍କ ଦୁର୍ଦ୍ଦର୍ଷା, ଉଜୁଡି ଯାଇଛି ହେକ୍ଟର ହେକ୍ଟର ଧାନ ଓ ପରିବା ଚାଷ

ବୈତରଣୀ ଓ ତାର ଶାଖା ନଦୀରେ ବନ୍ୟା ଆସିବା ଫଳରେ ଜିଲ୍ଲାର କୋରେଇ, ଯାଜପୁର, ଦଶରଥପୁର ଓ ବିଂଝାରପୁର ବ୍ଲକର ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା ସହିତ ଉଜୁଡି ଯାଇଛି ହେକ୍ଟର ହେକ୍ଟର ଜମିରେ ହୋଇଥିବା ଧାନ ଓ ପରିବା ଚାଷ । ଅଧିକ ପଢନ୍ତୁ...

ଯାଜପୁର: ବନ୍ୟା ଛାଡିଛି ହେଲେ ବଢିଯାଇଛି ଲୋକଙ୍କ ଦୁର୍ଦ୍ଦଶା । ବନ୍ୟାରେ ଉଜୁଡି ଯାଇଛି ହେକ୍ଟର ହେକ୍ଟର ଜମିରେ ହୋଇଥିବା ଧାନ ଓ ପରିବା ଚାଷ । ବୈତରଣୀ ଓ ତାର ଶାଖା ନଦୀରେ ବନ୍ୟା ଆସିବା ଫଳରେ ଜିଲ୍ଲାର କୋରେଇ, ଯାଜପୁର, ଦଶରଥପୁର ଓ ବିଂଝାରପୁର ବ୍ଲକର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିଲା ।

ବନ୍ୟା ବଢାଇଛି ଲୋକଙ୍କ ଦୁର୍ଦ୍ଦର୍ଷା, ଉଜୁଡି ଯାଇଛି ହେକ୍ଟର ହେକ୍ଟର ଧାନ ଓ ପରିବା ଚାଷ

ବନ୍ୟା କମିବା ପରେ ଗାଁ ରାସ୍ତାରୁ ପାଣି ନିଷ୍କାସିତ ହେଉଥିବାବେଳେ ଫସଲ ହୋଇଥିବା ଚାଷ ଜମିରେ ବନ୍ୟା ପାଣି ଜମି ରହିଛି । କ୍ଷେତରେ ବନ୍ୟାଜଳ ଜମି ରହିବା ଯୋଗୁଁ ହେକ୍ଟର ହେକ୍ଟର ଚାଷ ଜମିରେ ହୋଇଥିବା ଡାଳୁଅ ଧାନ ଓ ପନିପରିବା ନଷ୍ଟ ହୋଇଛି, ଯାହାକୁ ନେଇ ଚାଷୀ ଚିନ୍ତାରେ ପଡିଯାଇଛି । ଏଭଳି ଅବସ୍ଥାରେ ଚାଷୀ ସରକାରୀ ସହାୟତାକୁ ଚାହିଁ ରହିଛି । ତେବେ ଆସନ୍ତା 2 ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରାଯାଇ ରିପୋର୍ଟ ଦାଖଲ କରାଯିବ ବୋଲି ଜିଲ୍ଲା କୃଷି ଅଧିକାରୀ କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.