ETV Bharat / state

ବିଜେଡିର ସେଲିବ୍ରେସନ, ସମାଲୋଚନା କଲା ବିଜେପି ଯୁବ ମୋର୍ଚ୍ଚା

author img

By

Published : Sep 6, 2022, 2:15 PM IST

ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କାର୍ଯ୍ୟକ୍ରମକୁ ସାମ୍ବାଦିକ ସମ୍ମୀଳନୀରେ ନିନ୍ଦା କଲା ଯାଜପୁର ବିଜେପି ଯୁବ ମୋର୍ଚ୍ଚା । ଅଧିକ ପଢନ୍ତୁ
ବିଜେଡିର ସେଲିବ୍ରେସନ, ସମାଲୋଚନା କଲା ବିଜେପି ଯୁବ ମୋର୍ଚ୍ଚା
ବିଜେଡିର ସେଲିବ୍ରେସନ, ସମାଲୋଚନା କଲା ବିଜେପି ଯୁବ ମୋର୍ଚ୍ଚା

ଯାଜପୁର: ଜୀବନବ୍ୟାପୀ ସାଧନା ସମ୍ମାନରେ ଦିଲ୍ଲୀ ଦରବାରରେ ସମ୍ମାନିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ଆଜି ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେଡି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ ଭବ୍ୟ ସ୍ବାଗତ କରାଯାଇଛି । କିନ୍ତୁ ଏହାକୁ କଡା ସମାଲୋଚନା କରିଛି ଯାଜପୁରର ବିଜେପି ଯୁବ ମୋର୍ଚ୍ଚା । ବିଜେଡି ସରକାରର ଅପାରଗତା ଅଭିଯୋଗ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଯାଜପୁର ଜିଲ୍ଲା ସନ୍ତରାସ୍ଥିତ ହୋଟେଲ ଡିୟୁପ୍ଲାଜାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି ।

ବିଜେଡିର ସେଲିବ୍ରେସନ, ସମାଲୋଚନା କଲା ବିଜେପି ଯୁବ ମୋର୍ଚ୍ଚା

ସମ୍ବାଦିକ ସମ୍ମିଳନୀରେ ସଭାପତି ବିଶ୍ୱଜିତ ରାଜ, ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ବିଜେଡି ଶାସନ କାଳରେ ସରକାର ଆଜି ପର୍ଯ୍ୟନ୍ତ କୌଣସି ଆଖି ଦୃଷ୍ଟିଆ କାମ କରିନଥିବାରୁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ୨୨ଟି ପ୍ରଶ୍ନ କରାଯାଇଛି । ପିଠା ଯୋଜନା, କାଳି ଯୋଜନା, ବିଜୁ ପକ୍କା ଘର, ସାଇକେଲ ଯୋଜନା ଆଦିକୁ ସମାଲୋଚନା କରିବା ସହ ବିଭିନ୍ନ ଯୋଜନା ମାଧ୍ୟମରେ ରାଜ୍ୟରେ ଦୁର୍ନୀତି ବଢ଼ିଥିବା ଅଭିଯୋଗ ଆଣିଛି ବିଜେପି ଯୁବ ମୋର୍ଚ୍ଚା ।

ଏହା ମଧ୍ୟ ପଢନ୍ତୁ-ବିଜେଡିର ସେଲିବ୍ରେସନ, ଏଜି ଛକରେ ଫସିଲା ଆମ୍ବୁଲାନ୍ସ

ବିଶେଷ ଭାବରେ ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧିକୁ ନେଇ ପ୍ରଶ୍ନ କରିଛି ବିଜେପି । ଯଦି ସରକାର ଏହି ସମସ୍ୟା ଉପରେ ଦୃଷ୍ଟି ନଦିଇନ୍ତି ତେବେ ଆଗାମୀ ଦିନରେ ଯୁବ ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ ବୋଲି ସାମ୍ୱାଦିକ ସମ୍ମିଳନୀରେ ଯୁବ ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି । ଯୁବ ମୋର୍ଚ୍ଚା ସଭାପତି ବିଶ୍ୱଜିତ ରାଜଙ୍କ ନେତୃତ୍ୱରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ବିକ୍ରମ ବିଶ୍ୱାଳଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.