ବିଜେଡିର ସେଲିବ୍ରେସନ, ଏଜି ଛକରେ ଫସିଲା ଆମ୍ବୁଲାନ୍ସ

By

Published : Sep 6, 2022, 1:09 PM IST

Updated : Sep 6, 2022, 3:36 PM IST

thumbnail

ଭୁବନେଶ୍ବର: ବିଜେଡି ସେଲିବ୍ରେସନ୍ ପାଇଁ ରାଜଧାନୀ ଜାମ୍ । ପଛକୁ ଫଛ ଲମ୍ବିଛି ଗାଡି, ବେହାଲ ଏଜି ଛକର ଟ୍ରିଫିକ । ଅଫିସ୍ ସମୟରେ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ବେଳେ ଏୟାରପୋର୍ଟର ଅବସ୍ଥା ବେହାଲ । ପାଖାପାଖି ପଚାଶ ହଜାର ଲୋକେ ସେଲିବ୍ରେସନ୍ ପାଇଁ ଭୁବନେଶ୍ବରରେ । ଏପଟେ ଟ୍ରାଫିକ ଜାମ ଯୋଗୁଁ ଭିଡରେ ଫସିଛି ଆମ୍ବୁଲାନ୍ସ । ତେବେ ରାଜଭବନ ଛକରୁ ଏଜି ଛକ ଆଡ଼କୁ ଯିବା ବେଳେ ଆମ୍ବୁଲାନ୍ସ ଫସିଥିବା ବେଳେ ପ୍ରାୟ ଅଧ ଘଣ୍ଟା ଧରି ଅଟକିବା ପରେ ଆମ୍ବୁଲାନ୍ସ ଭିଡ଼ରୁ ମୁକୁଳିଛି । ଦୀର୍ଘ 4 ଘଣ୍ଟା ଧରି ଭିଡ ଲାଗି ରହିଥିଲା । ସକାଳ 9 ଟା ରୁ ଆରମ୍ଭ ହୋଇଯାଇଥିଲା ଭିଡ । ଅନ୍ୟପଟେ ଏୟାରପୋର୍ଟକୁ ଯାଉଥିବା ଯାତ୍ରୀମାନେ ଭିଡ ଭିତରେ ଅଟକି ରହିଥିଲେ। । ଏ ସମସ୍ତ ଭିଡକୁ ଦେଖି ପୋଲିସ ଓ ଟ୍ରାଫିକ ପୋଲିସ ମାନେ ନାକେଦମ । ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 6, 2022, 3:36 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.