ETV Bharat / state

ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ

author img

By

Published : Nov 23, 2020, 8:00 PM IST

ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଞ୍ଚଳରେ ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଥିବା ଟ୍ରାକ୍ଟରକୁ ଜବତ କରିଛି ସ୍ଥାନୀୟ ପୋଲିସ । ଅଧିକ ପଢନ୍ତୁ...

ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ
ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ

ଯାଜପୁର: ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଛି ବିଞ୍ଝାରପୁର ପୋଲିସ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଞ୍ଚଳରେ ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଥିବା ଟ୍ରାକ୍ଟରକୁ ଜବତ କରିଛି ସ୍ଥାନୀୟ ପୋଲିସ । ଏହି ଟ୍ରାକ୍ଟରମାନେ ବେଆଇନ ଭାବେ ବିଭିନ୍ନ ବାଲି ଘାଟରୁ ବାଲି ଚୋରା ଚାଲାଣ କରୁଥିବା ଅଭିଯୋଗ ଆସିଥିଲା ।

ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ

ଅଭିଯୋଗ ପରେ ବିଞ୍ଝାରପୁର ପୋଲିସ ଚଢାଉ ଆରମ୍ଭ କରି ଗାଡି ଗୁଡିକୁ ଜବତ କରିଛି । ଗାଡି ଗୁଡିକ ଠାରୁ ଜୋରିମାନା ଆଦାୟ କରିବା ସହିତ ସେମାନଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.