ETV Bharat / state

ଲଗାଣ ବର୍ଷାରେ ବେହାଲ ଯାଜପୁର ଜିଲ୍ଲା, ଯାନବାହାନ ଚଳାଚଳ ଠପ୍

author img

By

Published : Sep 13, 2021, 5:28 PM IST

ଲଗାଣ ବର୍ଷାରେ ବେହାଲ ଯାଜପୁର ଜିଲ୍ଲା, ଯାନବାହାନ ଚଳାଚଳ ଠପ୍
ଲଗାଣ ବର୍ଷାରେ ବେହାଲ ଯାଜପୁର ଜିଲ୍ଲା, ଯାନବାହାନ ଚଳାଚଳ ଠପ୍

ଜିଲ୍ଲାରେ ଦାଉ ସାଧିଛି ଲଗାଣ ବର୍ଷା । ଲଘୁଚାପ ଜନିତ ବର୍ଷାରେ ଜିଲ୍ଲାର ୧୦ଟି ଓ୍ବାର୍ଡ ସମେତ ଦୁଇଟି ପୌରପରିଷଦ ଜଳମଗ୍ନ ହେବାରୁ ଲୋକେ ନାହିଁ ନଥିବା ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ଅଧିକ ପଢନ୍ତୁ...

ଯାଜପୁର: ଲଘୁଚାପ ଜନିତ ବର୍ଷାରେ ସାରା ଓଡିଶାରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି । ଅଦିନିଆ ଲଗାଣ ବର୍ଷାରେ ଯୋଗୁଁ ଯାଜପୁର ଜିଲ୍ଲାର ୧୦ ଟି ବ୍ଳକ ଓ ଦୁଇଟି ପୌରପରିଷଦ ଜଳମଗ୍ନ ହୋଇଛି । ବିଶେଷ ଭାବରେ ବ୍ୟାସନଗର ସହରର ପ୍ରତ୍ୟେକ ୱାର୍ଡରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି । ବିଶେଷ କରି ତଳିଆ ଅଞ୍ଚଳର ଲୋକମାନେ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି ।

ଲଗାଣ ବର୍ଷାରେ ବେହାଲ ଯାଜପୁର ଜିଲ୍ଲା, ଯାନବାହାନ ଚଳାଚଳ ଠପ୍

କିଛି ଲୋକଙ୍କ ଘର ଭାଙ୍ଗି ଯାଇଥିବାବେଳେ କେତେକ ଲୋକଙ୍କ ଜରିପାଲ ଦ୍ବାରା ନିର୍ମିତ ନୁଆଁଣିଆ ଘରେ ପାଣି ପଶିଯାଇଛି । ତେବେ ପୌରାଞ୍ଚଳର ଡ୍ରେନ ଗୁଡିକ ଠିକ ଭାବରେ ନିର୍ମାଣ ହୋଇନଥିବାରୁ ଲୋକଙ୍କ ଶୋଇବାଘର ଓ ରୋଷେଇ ଘରେ ମଧ୍ୟ ପାଣି ପଶିଯାଇଛି । ପୂର୍ବରୁ ଏ ସମ୍ପର୍କରେ ବାରମ୍ବାର ପୌର ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଯାହାଫଳରେ ଲୋକମାନେ ଆଜି (ସୋମବାର) ଲଗାଣ ବର୍ଷାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି ।

ଲଗାଣ ବର୍ଷାରେ ବେହାଲ ଯାଜପୁର ଜିଲ୍ଲା, ଯାନବାହାନ ଚଳାଚଳ ଠପ୍
ଲଗାଣ ବର୍ଷାରେ ବେହାଲ ଯାଜପୁର ଜିଲ୍ଲା, ଯାନବାହାନ ଚଳାଚଳ ଠପ୍

ସେପଟେ ଜିଲ୍ଲାରେ ପାଖାପାଖି ୧୨୮.୮୩ ମିଲି ଲିଟର ବର୍ଷା ହୋଇଥିବା ନେଇ ସୂଚନା ମିଳିଛି । ତେବେ ଜିଲ୍ଲାର ସର୍ବାଧିକ ଧର୍ମଶାଳା ବ୍ଲକରେ ୨୨୦, ବଡଚଣାରେ ୧୮୦, ବିଞ୍ଝାରପୁରରେ ୧୪୮. ୪, ଦଶରଥପୁରରେ ୮୪ , କୋରେଇରେ ୯୩.୪, ଦାନଗଦିରେ ୮୪.୪, ସୁକିନ୍ଦାରେ ୮୧.୩, ରସୁଲପୁରରେ ୧୪୭.୮, ବରୀରେ ୧୨୮ ଓ ଯାଜପୁରରେ ୧୨୦ ମିଲିଲିଟର ବର୍ଷା ହୋଇଥିବା ନେଇ ଜିଲ୍ଲା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଚଳିତ ବର୍ଷ ଏହା ସର୍ବାଧିକ ବର୍ଷା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେପଟେ ଲଗାଣ ବର୍ଷା ଫଳରେ କଚ୍ଚା ଘର ବାସ କରୁଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.