ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, 5 ଆହତ

author img

By

Published : Jun 16, 2021, 8:06 AM IST

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠି ସଂଘର୍ଷ, 5 ଆହତ
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠି ସଂଘର୍ଷ, 5 ଆହତ

ଯାଜପୁର ସଦର ଥାନା ଛତିଶଦେବିଲ ପଞ୍ଚାୟତ ମହମ୍ମଦ ଜମାପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ। ଏହି ସଂଘର୍ଷରେ ଉଭୟ ପକ୍ଷର 5 ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କୁ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଧିକ ପଢନ୍ତୁ...

ଯାଜପୁର: ସଦର ଥାନା ଛତିଶଦେବିଲ ପଞ୍ଚାୟତ ମହମ୍ମଦ ଜମାପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ। ତେବେ କିଛି ଦିନ ପୂର୍ବରୁ ଜଣେ ଯୁଵକଙ୍କ ସନ୍ଦେହଜନକ ମୃତ୍ୟୁକୁ କେନ୍ଦ୍ର କରି ଖୁଣ୍ଟିଆ ସାହି ଓ ଦଳେଇ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠି ସଂଘର୍ଷ, 5 ଆହତ

କିନ୍ତୁ ଗତକାଲି(ମଙ୍ଗଳବାର) ଉଭୟ ସାହି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏପରିକି ଗୋଟିଏ ଗୋଷ୍ଠୀର କେତେକଙ୍କ ଘରକୁ ନିଆଁ ଲଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ତେବେ ଏହି ସଂଘର୍ଷରେ ଉଭୟ ପକ୍ଷର 5 ଜଣ ଆହତ ହୋଇଥିବା ଜଣାପଡିଛି। ୨ ଜଣଙ୍କୁ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପରିସ୍ଥିତି ଉତ୍ତେଜନାମୂଳକ ରହିଥିବାରୁ ଘଟଣା ସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.