ETV Bharat / state

ନିଆଁ ଆଁରେ ତେଲିଆ ଗାଁର ୩ ବଖରା ଘର ଛାରଖାର୍‌

author img

By

Published : Jan 23, 2022, 10:49 AM IST

Updated : Jan 23, 2022, 11:15 AM IST

ନିଆଁ ଆଁରେ ତେଲିଆ ଗାଁର ୩ବଖରା ଘର ଛାରଖାର୍‌
ନିଆଁ ଆଁରେ ତେଲିଆ ଗାଁର ୩ବଖରା ଘର ଛାରଖାର୍‌

କୋରେଇ ବ୍ଳକ ତେଲିଆ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ଅଧିକ ପଢନ୍ତୁ...

ଯାଜପୁର: ଯାଜପୁର କୋରେଇ ବ୍ଳକ ତେଲିଆ ଗାଁରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୩ ବଖରା ଘର ଜଳିପୋଡି ଛାରଖାର ହୋଇଯିବା ସହ ବ୍ୟାପକ ଧନ ସମ୍ପତ୍ତି ପୋଡି ପାଉଁଶ ହେଇଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ନିଆଁ ଆଁରେ ତେଲିଆ ଗାଁର ୩ ବଖରା ଘର ଛାରଖାର୍‌

ସୂଚନା ଅନୁଯାୟୀ, କୋରେଇ ବ୍ଳକ ତେଲିଆ ଗାଁର ରମେଶ ମହାପାତ୍ରଙ୍କ ପରିବାର ଲୋକେ ରାତିରେ ଖାଇ ପିଇ ଶୋଇଥିଲେ। ବିଳମ୍ବିତ ରାତିରେ ସର୍ଟସର୍କିଟ ଯୋଗୁଁ ତାଙ୍କ ଘରେ ନିଆଁ ଲାଗି ଯାଇଥିଲା । ଫଳରେ ପରିବାର ଲୋକେ ଜୀବନ ରକ୍ଷା ପାଇଁ ଘରୁ ବାହାରକୁ ପଳେଇ ଆସିଥିଲେ । ତେବେ ରମେଶଙ୍କ ପଡୋଶୀ ଲୋକ ଓ ପରିବାର ଲୋକେ ନିଆଁ ଲିଭେଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ ଗ୍ରାମ ଲୋକ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଥିଲେ ।

ନିଆଁ ଆୟତ୍ତକୁ ନଆସିବାରୁ ଯାଜପୁର ରୋଡ ଅଗ୍ନୀଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ ସେତେବେଳକୁ ୩ ବଖରା ଘର ସମ୍ପୂର୍ଣ୍ଣ ପୋଡି ଧ୍ବସଂ ହୋଇଯାଇଥିଲା । ଏଥିସହ ଘର ପାଖକୁ ଲାଗି ରହିଥିବା ଗୁହାଳ ଘରେ ନିଆଁ ଲାଗିଯିବାରୁ ଦୁଇଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଅଗ୍ନିକାଣ୍ଡରେ ଘରେ ଥିବା ଆସବାବପତ୍ର ଜଳି ପୋଡି ଛାରଖାର ହୋଇଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated :Jan 23, 2022, 11:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.