ETV Bharat / state

ବନ୍ୟା ବିଭୀଷିକା: ବ୍ୟାପକ ପନିପରିବା ଚାଷ ନଷ୍ଟ, ସରକାରୀ ସହାୟତା ଆଶାରେ ଚାଷୀ

author img

By

Published : Aug 6, 2023, 9:07 PM IST

ବ୍ୟାପକ ପନିପରିବା ଚାଷ ନଷ୍ଟ
ବ୍ୟାପକ ପନିପରିବା ଚାଷ ନଷ୍ଟ

ବନ୍ୟା ପାଣି ପଶିଯିବାରୁ ପନିପରିବା ଫସଲ ସମ୍ପୂର୍ଣ୍ଣ ରୂପେ ପଚି ସଢ଼ି ଯାଇଛି । ଯାଜପୁରର 5ଟି ବ୍ଲକର ହଜାର ହଜାର ଚାଷୀ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି । ଅଧିକ ପଢନ୍ତୁ

ବ୍ୟାପକ ପନିପରିବା ଚାଷ ନଷ୍ଟ

ଯାଜପୁର: ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି ଚାଷ । ବନ୍ୟା ପାଣି ପଶିଯିବାରୁ ପନିପରିବା ଫସଲ ସମ୍ପୂର୍ଣ୍ଣ ରୂପେ ପଚି ସଢ଼ି ଯାଇଛି । ଚଳିତ ବର୍ଷ ବୈତରଣୀ ଓ ଖରସ୍ରୋତା ନଦୀର ବନ୍ୟାରେ ସେଭଳି ବିଶେଷ କିଛି କ୍ଷୟକ୍ଷତି ବା ଅଘଟଣ ଘଟି ନଥିଲେ ବି ଅନେକ ସ୍ଥାନରେ ବନ୍ୟାଜଳ ଚାଷ ଜମିକୁ ନଷ୍ଟ କରିଛି । ବନ୍ୟା ପାଣି ପଶି ବ୍ୟାପକ ପନିପରିବା ଫସଲ ଉଜୁଡି ଯାଇଛି । ଯାହା ଚାଷୀଙ୍କୁ ଦେଇଯାଇଛି ଅନେକ ଦୁଃଖ ଓ ଯାତନା । ଫଳରେ ନଦୀକୂଳିଆ ଅଞ୍ଚଳର ବନ୍ୟା ପ୍ରଭାବିତ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବିଭିନ୍ନ ପନିପରିବା ଯଥା କଲରା, ଜହ୍ନି, ଭେଣ୍ଡି, କାକୁଡି, ବାଇଗଣ, ଛଚିନ୍ଦ୍ରା, ଝୁଡ଼ଙ୍ଗ ଆଦି ନଷ୍ଟ ହୋଇଯାଇଛି । ଯାହାଫଳରେ ଅନେକ ଚାଷୀ ସରକାରୀ ସହାୟତାକୁ ଚାତକ ପରି ଚାହିଁ ରହିଛନ୍ତି।

ଆଉ ମାତ୍ର କିଛିଦିନ ଭିତରେ କ୍ଷେତରୁ ଅମଳ ହୋଇଥାନ୍ତା ଫସଲ । ନଦୀକୂଳିଆ ଅଞ୍ଚଳର ଲୋକେ ବିଭିନ୍ନ ପନିପରିବା ଚାଷ କରିଥିଲେ । ଲଗାଣ ବର୍ଷା ଫଳରେ ଦୁଇଟି ନଦୀରେ ହଠାତ୍ ବନ୍ୟା ମାଡ଼ି ଆସି ଫସଲ ସବୁ ଉଜାଡ଼ି ଦେଇଛି । ଯାହାକୁ ନେଇ ଚାଷୀ ଏବେ ଚିନ୍ତାରେ ପଡିଛନ୍ତି । ତେବେ ଯାଜପୁର ଜିଲ୍ଲାର କୋରେଇ ଓ ରସୁଲପୁର ବ୍ଲକ୍ ଅଞ୍ଚଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଚାଷୀମାନେ ଋଣ କରି କଲରା, ପୋଟଳ, ଜହ୍ନି, ଭେଣ୍ଡି, କାକୁଡ଼ି, ବାଇଗଣ, ଛଚିନ୍ଦ୍ରା, ଝୁଡ଼ଙ୍ଗ ଆଦି ପନିପରିବା ଫସଲ ଚାଷ କରିଥିଲେ । ପାଣିରେ ବୁଡ଼ି ରହି କାରଣରୁ ସେସବୁ ସମ୍ପୂର୍ଣ୍ଣ ପଚିସଢ଼ି ଯାଇଛି । ଏନେଇ କ୍ଷତିପୂରଣ ପ୍ରଦାନ କରିବାକୁ ପ୍ରଶାସନ ନିକଟରେ କ୍ଷତିଗ୍ରସ୍ତ ଚାଷୀମାନେ ଗୁହାରି କରିଛନ୍ତି ।

ଏହା ବି ପଢନ୍ତୁ...ଘାଇ ନଷ୍ଟ କଲା ଚାଷଜମି, ଧୋଇଗଲା ଏଲଆଇ ପଏଣ୍ଟ
କେବଳ କୋରେଇ, ରସୁଲପୁର ବ୍ଲକ ନୁହେଁ ଜିଲ୍ଲାର ଦଶରଥପୁର, ଯାଜପୁର ସଦର ଓ ବିଂଝାରପୁର ଆଦି 5ଟି ବ୍ଲକର ହଜାର ହଜାର ଚାଷୀ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି । ଏସବୁ ଅଞ୍ଚଳରେ ବିଶେଷ କରି ପନିପରିବା ଚାଷରେ ଚାଷୀ କେବଳ ଫସଲ ଆମଦାନୀକୁ ଅପେକ୍ଷା କରି ରହିଥିଲା । ଗୋଟିଏ ପଟେ ପରିବାର ଦର ଅହେତୁକ ବୃଦ୍ଧି ପାଇଥିବାବେଳେ ହଠାତ୍ ମାଡି ଆସିଲା ବନ୍ୟା । ଆଉ ତା ପରେ କିଆରିରେ ପାଣି ମାଡି ଯିବାରୁ ଶହ ଶହ ଏକର ଜମିରେ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଗଲା l ଯାହାକୁ ନେଇ ଚାଷୀ ଋଣଭାର ଶୁଝିବା କେମିତି ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି । ସେପଟେ କୋରେଇ ବିଡ଼ିଓ ରଞ୍ଜନ କୁମାର ପରିଡା କହିଛନ୍ତି, "ଚାଷ ଜମିରୁ ପାଣି ଛାଡ଼ିନାହିଁ, ପାଣି ଛାଡିବା ପରେ ଚାଷର ଆକଳନ କରି ସହାୟତା ପ୍ରଦାନ କରାଯିବ।"

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.