ETV Bharat / state

ଧାନକିଣାରେ ଅନିୟମିତତା ଅଭିଯୋଗ, ସମବାୟ ସମିତି କାର୍ଯ୍ୟାଳୟ ସାମ୍ନାରେ ଚାଷୀଙ୍କ ଧାରଣା

author img

By

Published : Jun 9, 2021, 6:42 PM IST

ଧାନକିଣାରେ ଅନିୟମିତତା ଅଭିଯୋଗ, ସମବାୟ ସମିତି କାର୍ଯ୍ୟାଳୟ ସାମ୍ନାରେ ଚାଷୀଙ୍କ ଧାରଣା
ଧାନକିଣାରେ ଅନିୟମିତିତା ଅଭିଯୋଗ, ସମବାୟ ସମିତି କାର୍ଯ୍ୟାଳୟ ସାମ୍ନାରେ ଚାଷୀଙ୍କ ଧାରଣା

କୋରାଇ ପ୍ରାଥମିକ କୃଷି ସମବାୟ ସମିତିରେ ରବି ଧାନ ସଂଗ୍ରହରେ ଅନିୟମିତତା ଅଭିଯୋଗ କଲେ ଚାଷୀ । କାର୍ଯ୍ୟାଳୟ ସାମ୍ନାରେ ଧାରଣା । ଅଧିକ ପଢନ୍ତୁ...

ଯାଜପୁର: କୋରାଇ ପ୍ରାଥମିକ କୃଷି ସମବାୟ ସମିତିରେ ରବି ଧାନ ସଂଗ୍ରହରେ ଅନିୟମିତତା ଅଭିଯୋଗ ହୋଇଛି । ଟୋକନ ଅବଧି ଶେଷ ହେବାକୁ ଥିବାବେଳେ ଚାଷୀଙ୍କ ଠାରୁ ଏପର୍ଯ୍ୟନ୍ତ ଧାନ ସଂଗ୍ରହ କରାଯାଇନାହିଁ । ଫଳରେ ଖଳାରେ ପଡ଼ିରହିଛି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ। ଏନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହା ପ୍ରତିବାଦରେ ଆଜି ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାନ ରଖି ଚାଷୀମାନେ ଆନ୍ଦୋଳନ କରିଛନ୍ତି । ଯଥାଶୀଘ୍ର ସେମାନଙ୍କ ଠାରୁ ଧାନ ସଂଗ୍ରହ କରିବାକୁ ଚାଷୀ ଦାବି କରିଛନ୍ତି ।

ଧାନକିଣାରେ ଅନିୟମିତିତା ଅଭିଯୋଗ, ସମବାୟ ସମିତି କାର୍ଯ୍ୟାଳୟ ସାମ୍ନାରେ ଚାଷୀଙ୍କ ଧାରଣା

ସୂଚନା ମୁତାବକ ପ୍ରତିବର୍ଷ ଏହି ସମବାୟ ସମିତି ଅଧିନରେ ଥିବା ସାଦକପୁର ଓ ହଳଦିଗଡିଆ ପଞ୍ଚାୟତରେ ବ୍ୟାପକ ରବି ଧାନ ଫସଲ କରାଯାଇଥାଏ। ଚଳିତ ବର୍ଷ ମଧ୍ୟ ରବି ଧାନ ଫସଲ କରାଯାଇଥିଲା । ତେବେ ଗତ ମେ ମାସରେ ଧାନ ଅମଳ ପରେ ସରକାରଙ୍କୁ ଧାନ ଦେବାପାଇଁ ଚାଷୀମାନେ ପ୍ରାଥମିକ କୃଷି ସମବାୟ ସମିତିରେ ପଞ୍ଜିକରଣ କରିଥିଲେ।

ପରେ ମଣ୍ଡିରେ ଧାନ ଦେବାକୁ ଗତ ମେ ୩୧ ତାରିଖ ଦିନ ଚାଷୀଙ୍କ ମୋବାଇଲକୁ ମେସେଜ୍ ଆସିଥିଲା। ମାତ୍ର ଧାନ ସଂଗ୍ରହ ପାଇଁ ଟାର୍ଗେଟ ନାହିଁ ବୋଲି କହି ମଣ୍ଡିରେ ଧାନ ନ ଦେବାକୁ ସମବାୟ ସମିତିର ସମ୍ପାଦକ ଚାଷୀଙ୍କୁ କହିଥିଲେ। ମାତ୍ର ୭ ଦିନ ବିତିଯାଇଛି, ଯଥାଶୀଘ୍ର ମଣ୍ଡିରେ ଧାନ ନଦେଲେ ଟୋକନ୍ ରିଜେକ୍ଟ ହୋଇଯିବ ବୋଲି ଗତକାଲି ପୁର୍ନବାର ଚାଷୀଙ୍କ ମୋବାଇଲକୁ ମେସେଜ୍ ଆସିଥିଲା। ଏନେଇ ସମବାୟ ସମିତି ସମ୍ପାଦକଙ୍କ ସହ ଚାଷୀମାନେ ଯୋଗାଯୋଗ କରିଥିଲେ ମଧ୍ୟ ଟାର୍ଗେଟ ନାହିଁ କହି ସେ ଧାନ ନ ନେବାକୁ ପୁନଃଶ୍ଚ ଚାଷୀଙ୍କୁ ମନା କରିଥିଲେ ।

ଫଳରେ ଏନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଖଳାରେ ଧାନ ପଡ଼ି ପଡ଼ି ଏବେ ନଷ୍ଟ ହେବାକୁ ବସିଲାଣି। ଆଗକୁ ବର୍ଷା ଆସୁଥିବାବେଳେ ସରକାର ଧାନ ନ ନେଲେ ଧାନ ନଷ୍ଟ ହୋଇଯିବା ସହ ସେମାନଙ୍କ ଭାତହାଣ୍ଡି ଉଜୁଡି ଯିବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ସେପଟେ ସରକାରଙ୍କ ପକ୍ଷରୁ ଧାନ ସଂଗ୍ରହ ପାଇଁ ଯେତିକି ଟାର୍ଗେଟ ଆସିଥିଲା ତାହା ହିସାବରେ ଧାନ କିଣା ସରିଥିବା ସମବାୟ ସମିତିର ସମ୍ପାଦକ କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.