ETV Bharat / state

ବାପଘରକୁ ଯିବାକୁ ଦେଲାନି ସ୍ବାମୀ, ଶଶୁରକୁ ହାଣିଦେଲା ବୋହୂ

author img

By

Published : Aug 17, 2021, 12:45 PM IST

Updated : Aug 17, 2021, 1:17 PM IST

ବହୂର ଟାଙ୍କିଆ ଚୋଟରେ ଶ୍ବଶୁର ମୃତ୍ୟୁ
ବହୂର ଟାଙ୍କିଆ ଚୋଟରେ ଶ୍ବଶୁର ମୃତ୍ୟୁ

12:01 August 17

ବୋହୂର ଟାଙ୍ଗିଆ ଚୋଟରେ ଶଶୁର ମୃତ

ବାପଘରକୁ ଯିବାକୁ ଦେଲାନି ସ୍ବାମୀ, ଶଶୁରକୁ ହାଣିଦେଲା ବୋହୂ

ଯାଜପୁର: ଶଶୁରକୁ ହାଣିଲା ବୋହୂ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଣପାଳ ଗାଁ ବେଲଗାଡ଼ିଆରେ । ପାରିବାରିକ କଳହରୁ ଏପରି ଏକ ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସର ସୂଚନା ।

ଗତକାଲି(ସୋମବାର) ଚାଷ ଜମିରେ ଶାଶୁ, ଶ୍ୱଶୁର ଏବଂ ବୋହୂ କାମ କରୁ ଥିବାବେଳେ ପ୍ରଥମେ ଶାଶୁ ଏବଂ ବୋହୂ ମଧ୍ୟରେ ଝଗଡା ହୋଇଥିଲା । ପରେ ପରେ ଶଶୁର ସହ ବୋହୂର ଝଗଡା ହୋଇଥିଲା । ସନ୍ଧ୍ୟା ସମୟରେ ସମସ୍ତେ ଘରକୁ ଫେରିବା ପରେ ବୋହୂ ବାପଘରକୁ ଯିବା ପାଇଁ ସ୍ୱାମୀକୁ କହିଥିଲା । ଏନେଇ ସ୍ବାମୀ ମନା କରିବାରୁ ଉଭୟଙ୍କ ମଧ୍ୟରେ ପୁଣି ପାଟିତୁଣ୍ଡ ହୋଇଥିଲା । 

ଏହି ସମୟରେ କିଛି ନବୁଝି ଘର ବାରଣ୍ଡାରେ ବସି ମୃଦଙ୍ଗ ବଜାଉଥିବା ଶଶୁରଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଶଶୁର ପବନା ହାତୀଙ୍କ ମୃତ୍ୟୁ ଘଟିଛି । ଏନେଇ ଆଜି(ମଙ୍ଗଳବାର) ସକାଳୁ ଖବର ପାଇ ପାଣିକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଘଟଣାସ୍ଥଳରୁ ବୋହୂ ଫେରାର୍ ହୋଇଯାଇ ଥିବାବେଳେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚିଛି  । ଘଟଣା ବାବଦରେ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ  । 
 

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated :Aug 17, 2021, 1:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.