ETV Bharat / state

ସମ୍ଭାବ୍ୟ କୋରୋନାର ଭୟଭହତାକୁ ନେଇ ଯାଜପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ମକଡ୍ରିଲ

author img

By

Published : Dec 28, 2022, 12:14 PM IST

Corona mock drill
କୋଭିଡ ୧୯ ମକଡ୍ରିଲ

ଧୀରେ ଧୀରେ ବଢୁଛି କାରୋନା ସଂକ୍ରମଣ । କାୟା ବିସ୍ତାର କରୁଛି କୋରୋନା ମହାମାରୀ । ଏହାକୁ ନେଇ ସାରା ରାଜ୍ୟର ସ୍ୱାସ୍ଥ୍ୟକେନ୍ଦ୍ରରେ ଆରମ୍ଭ ହୋଇଛି କୋଭିଡ ୧୯ ମକଡ୍ରିଲ । ଅଧିକ ପଢ଼ନ୍ତୁ

କୋଭିଡ ୧୯ ମକଡ୍ରିଲ

ଯାଜପୁର : ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ ୧୯ ମକଡ୍ରିଲ ହୋଇଛି । ରାଜ୍ୟରେ ସମ୍ଭାବ୍ୟ କରୋନାର ଭୟଭହତାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ମକଡ୍ରିଲ କରାଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ସନ୍ତୋଷ କୁମାର ପୃଷ୍ଟିଙ୍କ ନେତୃତ୍ୱରେ ଆୟୋଜିତ ମକଡ୍ରିଲ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବ୍ୟାସନଗର ପୌରପରିଷଦର ଅଧ୍ୟକ୍ଷା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ତେବେ କୋରୋନା କବଳରୁ ଲୋକେ କିଭଳି ମୁକୁଳିବେ ସେନେଇ ଏହି ମକଡ୍ରିଲ ମାଧ୍ୟମରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଲୋକଙ୍କୁ ସଚେତନତା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଯାଜପୁରରୋଡ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ 20 ବେଡ୍ ବିଶିଷ୍ଟ ଚିକିତ୍ସା ଗୃହ ଖୋଲା ଯାଇଥିବା ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ କାଉନ୍ସିଲର ଅଶୋକ କୁମାର ରାଉତଙ୍କ ସମେତ ଅନେକ ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ଥିଲେ।

ସୂଚନାନୁସାରେ ବିଦେଶରେ ବଢୁଛି କାରୋନା ସଂକ୍ରମଣ । ଏନେଇ ସାରା ରାଜ୍ୟରେ ଚାଲିଛି କୋରୋନାକୁ ମାତ ଦେବାପାଇଁ ମକଡ୍ରିଲ (Covid Mock Drill) । ହସ୍ପିଟାଲରେ ବେଡ, ଅକ୍ସିଜେନ, ଆଇସିୟୁ, କୋଭିଡ କୀଟ, ଔଷଧ, ଭେଣ୍ଟିଲେଟର, ପିପିଇ କିଟ୍ ସହ ମ୍ୟାନ ପାୱାରର ଯାଞ୍ଚ ଚାଲିଛି ।

ତେବେ ରାଜ୍ୟରେ ଏପର୍ଯ୍ୟନ୍ତ ଆହୁରି ଦେଢ଼ କୋଟି ଲୋକେ ଟିକା ନେଇନାହାଁନ୍ତି । ସାଧାରଣତଃ ଭାବରେ ବୁଷ୍ଟର ଡୋଜ୍ ନେବାର 4ରୁ 6 ମାସ ମଧ୍ୟରେ ଆଣ୍ଟିବଡି କମି ଆସେ । ତଥାପି ଲୋକେ ଏଯାବତ ବୁଷ୍ଟର ଡୋଜ୍ ନେବାରେ ଅବେହେଳା କରିଛନ୍ତି ।

ଯଦି ସଂକ୍ରମଣ ବୃଦ୍ଧି ଘଟେ ଏହାକୁ କିପରି ମୁକାବିଲା କରାଯାଇପାରିବ ସେନେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ମକଡ୍ରିଲ ମାଧ୍ୟମରେ ବୁଝାଯାଉଛି । ତେବେ ରାଜ୍ୟରେ କୋଭିଡ ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ସର୍ଭେଲାନ୍ସ, ଟେଷ୍ଟିଂକୁ ଜୋରଦାର କରାଯିବ ।

ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଅଧିକାରୀ ସନ୍ତୋଷ କୁମାର ପୃଷ୍ଟି କହିଛନ୍ତି, "କୋଭିଡର ପୁର୍ନଆଗମନର ଆଶଙ୍କା ନେଇ ସରକାର ଆମକୁ ନିର୍ଦ୍ଦେଶ ଦେଇଛନ୍ତି ସଜାଗ ହୋଇ ରହିବା ପାଇଁ । ଏନେଇ ଯାଜପୁର ରୋଡସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ୨୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଖୋଲାଯାଇଛି । ଯଦି ଭବିଷ୍ୟତରେ ସଂକ୍ରମଣ ଅଧିକ ହେଲେ ଏଠାରେ ରୋଗୀଙ୍କୁ ଆଣି ରଖାଯିବ । ତାଙ୍କର ଚିକିତ୍ସା ମଧ୍ୟ କରାଯିବ। ଏନେଇ ରୋଗୀଙ୍କ ପାଇଁ ହସ୍ପିଟାଲ ପରିସରରେ ସମସ୍ତ ସୁବିଧା କରାଯାଇଛି । ଅକ୍ସିଜେନର ସୁବିଧା କରାଯାଇଛି । ଏହାସହ ସମସ୍ତ ପ୍ରକାରର ଚିକିତ୍ସା ପାଇଁ ଆମେ ପ୍ରସ୍ତୁତ ରହିଛୁ । ଏହି ପ୍ରସ୍ତୁତି ପାଇଁ ଆମେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏକ ମକଡ୍ରିଲ କରିଥିଲୁ । ମକଡ୍ରିଲରେ କିଭଳି ଜଣ କୋଭିଡ ସଂକ୍ରମିତ ଆସିଲେ ତାଙ୍କ ଚିକିତ୍ସା କରାଯିବ, କିଭଳି ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ଏହା ଉପରେ ମକଡ୍ରିଲ ମାଧ୍ୟମରେ ବୁଝାଇଥିଲୁ । ଏହାସହ ଏକ ରୋଗୀଙ୍କୁ ମଧ୍ୟ ଡେମୋ ଦେଖାଇଥିଲୁ । ତେବେ ଆଗାମୀ ଦିନରେ ଯଦି ଏଭଳି କେହି ରୋଗୀ ଆସନ୍ତି ଆମେ ତାଙ୍କ ଚିକିତ୍ସା କରିପାରିବୁ "

ସେ ଆହୁରି ମଧ୍ୟ କହିଛନ୍ତି, "କୋରୋନାର ତିନୋଟି ଲହର ଯିବାପରେ ଏବେ ତାର ୪ର୍ଥ ଲହର ଆସିଛି । ତେଣୁ ଆମେ ସମସ୍ତେ କୋଭିଡ ନିୟମକୁ ମାନି ଚଳିବା । ସମସ୍ତେ ମାସ୍କ ପିନ୍ଧିବା । କୌଣସି ଭିଡ଼ ଯାଗାକୁ ଯିବା ନାହିଁ । ସାମାଜିକ ଦୂରତା ରକ୍ଷା କରିବା । ଆଉ ବାରମ୍ବାର ହାତ ଧୋଇବା ଓ ସାନିଟାଇଜର ବ୍ୟବହାର କରିବା । କୌଣସି ରୋଗୀଙ୍କ ପାଖଗକୁ ଗଲେ ମାସ୍କ ପିନ୍ଧିବା । ଯଦି ଏଭଳି ସତର୍କ ରହିବା ତେବେ କୋରୋନା ଆମକୁ ଛୁଇଁ ପାରିବନି ।"

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.