ETV Bharat / state

Villagers Police Scuffle: ଗ୍ରାମ ବିଭାଜନ ବିରୋଧରେ ତାତିଲେ ଗ୍ରାମବାସୀ

author img

By

Published : Dec 1, 2021, 4:13 PM IST

JSW Tension in Erasama:ଗ୍ରାମ ବିଭାଜନ ବିରୋଧରେ ତାତିଲେ ଗ୍ରାମବାସୀ
JSW Tension in Erasama:ଗ୍ରାମ ବିଭାଜନ ବିରୋଧରେ ତାତିଲେ ଗ୍ରାମବାସୀ

ଜଗତସିଂହପୁରରେ ପ୍ରସ୍ତାବିତ JSW(Jindal Steel Work)କୁ ନେଇ ସ୍ଥାନୀୟବାସିନ୍ଦା ଅସନ୍ତୁଷ୍ଟ ରହିଛନ୍ତି । ଏହି ପ୍ରକଳ୍ପକୁ ନେଇ ବୁଧବାର ଢିଙ୍କିଆ ଓ ମାହାଳ ଗ୍ରାମବାସୀଙ୍କ ସହ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଅଧିକ ପଢ଼ନ୍ତୁ

ଜଗତସିଂହପୁର: ଜିଲ୍ଲାରେ ପ୍ରସ୍ତାବିତ JSW (Jindal Steel Work)କୁ ନେଇ ସ୍ଥାନୀୟବାସିନ୍ଦା ଅସନ୍ତୁଷ୍ଟ ରହିଛନ୍ତି । ଏହି ପ୍ରକଳ୍ପକୁ ନେଇ ବୁଧବାର ଢିଙ୍କିଆ ଓ ମାହାଳ ଗ୍ରାମବାସୀଙ୍କ ସହ ପୋଲିସର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମାହାଳକୁ ରାଜସ୍ୱ ଗ୍ରାମ ଘୋଷଣା ହେବାପରେ ବୁଧବାର ଏରସମା ତହସିଲଦାର ମାହାଳ ଗ୍ରାମରେ ସୀମା ନିର୍ଦ୍ଧାରଣ କରିବାକୁ ପହଞ୍ଚିଥିଲେ । ଏହା ଜଣାପଡ଼ିବା ପରେ ଏକ ହଜାରରୁ ଅଧିକ ସ୍ଥାନୀୟ ଲୋକେ ସୀମା ନିକଟରେ ପହଞ୍ଚି ଏହାକୁ ବିରୋଧ କରିଥିଲେ (Villagers Police Scuffle During Demarcation Of Revenue Village ) ।

JSW Tension in Erasama:ଗ୍ରାମ ବିଭାଜନ ବିରୋଧରେ ତାତିଲେ ଗ୍ରାମବାସୀ

ଏହି ସମୟରେ ଗ୍ରାମବାସୀଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଛି । ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳ ଉତ୍ତେଜନାପୂର୍ଣ୍ଣ ରହିଛି । ପ୍ରଶାସନ ଢିଙ୍କିଆ ଓ ମାହାଳକୁ ବିଭାଜନ କରୁଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଗ୍ରାମବାସୀ । ଜିଲ୍ଲା ପ୍ରଶାସନ ଷଡ଼ଯନ୍ତ୍ର କରି ଗ୍ରାମକୁ ବିଭାଜନ କରିବା ସହ ଭିଟାମାଟିକୁ କମ୍ପାନୀକୁ ହାତକୁ ଟେକି ଦେବାକୁ ପ୍ରୟାସ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଗ୍ରାମବାସୀମାନେ ମାହାଳ ଗ୍ରାମର ସୀମା ନିର୍ଦ୍ଧାରଣ କରିବା ପାଇଁ ପୋତା ଯାଇଥିବା ଖୁଣ୍ଟିକୁ ଓପାଡ଼ି ଦେଇଛନ୍ତି । ଏଭଳି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୨୫ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ 14 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.