ETV Bharat / state

ବିନା କାମରେ ଲକ୍ଷେ ଟଙ୍କାର ବିଲ ଅଭିଯୋଗ, ସରପଞ୍ଚଙ୍କୁ ଅଟକ ରଖିଲେ ଗ୍ରାମବାସୀ

author img

By

Published : Jul 1, 2021, 10:47 PM IST

ବିନା କାମରେ ବିଲ କରିଥିବା ଅଭିଯୋଗ, ସରପଞ୍ଚଙ୍କୁ ଅଟକ ରଖିଲେ ଗ୍ରାମବାସୀ
ବିନା କାମରେ ବିଲ କରିଥିବା ଅଭିଯୋଗ, ସରପଞ୍ଚଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ପଞ୍ଚାୟତରେ ବିନା କାମରେ ସରପଞ୍ଚ ମିଛ ବିଲ କରି ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ । ସରପଞ୍ଚଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଉଦ୍ଧାର କଲା ପୋଲିସ । ଅଧିକ ପଢନ୍ତୁ...

ଜଗତସିଂହପୁର: ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗରେ ସରପଞ୍ଚଙ୍କୁ ଘେରିଲେ ଗ୍ରାମବାସୀ । ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ପଞ୍ଚାୟତରେ । ପୋଖରୀ ଖୋଳାରେ ଅନିୟମିତତାକୁ ନେଇ ଆଜି ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ସରପଞ୍ଚ ଓ ତାଙ୍କ ଶ୍ବଶୁରଙ୍କୁ ଅଟକ ରଖିଥିବା ଦେଖିବାକୁ ମିଳିଥିଲା । ପରେ ଘଟଣା ସମ୍ପର୍କରେ ଖବର ପାଇ ଉଭୟଙ୍କୁ ପୋଲିସ ଗ୍ରାମବାସୀଙ୍କ ଠାରୁ ଉଦ୍ଧାର କରିଛି ।

ବିନା କାମରେ ବିଲ କରିଥିବା ଅଭିଯୋଗ, ସରପଞ୍ଚଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଘଟଣାକୁ ନେଇ ମିଳିଥିବା ସୂଚନା ଅନୁସାରେ, ଏରସମା ବ୍ଲକ ଚଟୁଆ ପଞ୍ଚାୟତର ପାରପରା ଗ୍ରାମର ଏକ ପୋଖରୀରୁ ପଙ୍କ ଉଦ୍ଧାର ଓ ନବୀକରଣ ବାବଦରେ 1ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଥିଲା । କିନ୍ତୁ ବିନା କାମରେ ଚଞ୍ଚକତା କରି ବିଲ ପାସ କରାଇ ନିଆଯାଇଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ । ପୋଖରୀ ସାମ୍ନାରେ ଫଳକ ଲଗାଇ ଅର୍ଥ ଲୁଟ କରାଯାଇଥିବା ଅଭିଯୋଗ କରି ଆଜି ଶତାଧିକ ଲୋକ ସରପଞ୍ଚ ଓ ତାଙ୍କ ଶ୍ବଶୁରଙ୍କୁ ଅଟକ ରଖିଥିଲେ। ଖବର ପାଇ ଏରସମା ପୋଲିସ ସେଠାରେ ପହଞ୍ଚି ସରପଞ୍ଚ ଓ ତାଙ୍କ ଶ୍ବଶୁରଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.