ETV Bharat / state

ଢ଼ିଙ୍କିଆରେ JSW ପ୍ଲାଣ୍ଟ ପାଇଁ ଅଣ୍ଟା ଭିଡ଼ିଲା ପ୍ରଶାସନ, ୧୦ରେ ବିସ୍ଥାପିତଙ୍କ ସହ ଆଲୋଚନା

author img

By

Published : Nov 7, 2021, 9:10 AM IST

ଢ଼ିଙ୍କିଆରେ JSW ପ୍ଲାଣ୍ଟ ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ
ଢ଼ିଙ୍କିଆରେ JSW ପ୍ଲାଣ୍ଟ ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ

ଜଗତସିଂହପୁର ଜିଲ୍ଲା ଢ଼ିଙ୍କିଆ ଅଞ୍ଚଳରେ ପ୍ରସ୍ତାବିତ JSW ପ୍ରତିଷ୍ଠା ପାଇଁ ଫୁଣି ଉଦ୍ୟମ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ନୂତନ ଜିଲ୍ଲାପାଳ ଭାବେ ପାରୁଲ ପଟୱାରୀ ଯୋଗ ଦେବାପରେ ଜିଲ୍ଲାରେ ଶିଳ୍ପାୟନର ଅଗ୍ରଗତିକୁ ନେଇ ଉଦ୍ୟମ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ଜଗତସିଂହପୁର: ଜିଲ୍ଲା ଢ଼ିଙ୍କିଆ ଅଞ୍ଚଳରେ ପ୍ରସ୍ତାବିତ JSW ପ୍ରତିଷ୍ଠା ପାଇଁ ପୁଣି ଉଦ୍ୟମ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ନୂତନ ଜିଲ୍ଲାପାଳ ଭାବେ ପାରୁଲ ପଟୱାରୀ ଯୋଗ ଦେବାପରେ ଜିଲ୍ଲାରେ ଶିଳ୍ପାୟନର ଅଗ୍ରଗତିକୁ ନେଇ ଉଦ୍ୟମ ଆରମ୍ଭ ହୋଇଛି । ଆସନ୍ତା 10 ତାରିଖରେ ଶିଳ୍ପାୟନ ବିସ୍ଥାପିତ ହେବାକୁ ଥିବା ପରିବାରଙ୍କ ସହ ଆଲୋଚନା କରାଯିବ ।

ଢ଼ିଙ୍କିଆରେ JSW ପ୍ଲାଣ୍ଟ ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ

ଜିଲ୍ଲାର ଢ଼ିଙ୍କିଆ ଚାରିଦେଶରେ ପୋସ୍କୋ ପାଇଁ ସରକାର ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପୋସ୍କୋ ହଟାଅ ଆନ୍ଦୋଳନ ମୁଣ୍ଡ ଟେକିଥିଲା । ତତ୍କାଳୀନ ଜଗତସିଂହପୁର ଜିଲ୍ଲାପାଳ ସତ୍ୟବ୍ରତ ମଲିକ ପ୍ରସ୍ତାବିତ ଜମିକୁ ଅଧିଗ୍ରହଣ କରି ଇଡକୋକୁ ହସ୍ତାନ୍ତର କରିଥିଲେ । କିଛିଦିନ ପରେ ଜିଲ୍ଲାରେ ପୋସ୍କୋ ପ୍ରସ୍ତାବିତ ଅଞ୍ଚଳରେ ଜିନ୍ଦଲ କମ୍ପାନୀ (jsw) ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଥିଲା । ଏନେଇ ରାଜ୍ୟ ସରକାରଙ୍କ ସହିତ ଏମୟୁ ସ୍ବାକ୍ଷର କରିଥିଲା । କିନ୍ତୁ ରାଜ୍ୟ ସରକାର ପ୍ରସ୍ତାବିତ ଅଞ୍ଚଳରେ ଜନ ଶୁଣାଣି କରିବା ସମୟରେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ ।

ଧାନ, ମିନ, ପାନକୁ କମ୍ପାନୀ ହାତକୁ ଟେକି ଦିଆଯିବ ନାହିଁ ବୋଲି ଚରମବାଣୀ ଶୁଣାଇ ଦେଇଥିଲେ। ବିରୋଧ ତୀବ୍ରତର ହେବାରୁ ପ୍ରଶାସନ ପଛଘୁଞ୍ଚା ଦେଇଥିଲା। ନୂଆ ଜିଲ୍ଲାପାଳ ଆସିବା ପରେ ଶିଳ୍ପୀ ପ୍ରତିଷ୍ଠାର ଆଶା ସଞ୍ଚାର ହୋଇଛି। ଏହାକୁ ନେଇ ଜିଲ୍ଲାପାଳ ଆସନ୍ତା 10 ତାରିଖରେ ସ୍ଥାନୀୟ ଲୋକ ପ୍ରତିନିଧି ଓ ଶିଳ୍ପୀକୁ ବିରୋଧ କରି ଆସୁଥିବା ବିରୋଧୀ ମାନଙ୍କ ସହ ଆଲୋଚନା କରିବା ନେଇ ସୂଚନା ମିଳିଛି । ଅଞ୍ଚଳରେ ପ୍ଲାଣ୍ଟ ପ୍ରତିଷ୍ଠା ହେବା ଦ୍ବାରା ନିଯୁକ୍ତି କ୍ଷମତା ବଢିବା ସହିତ ଲୋକମାନେ ରୋଜଗାର ମଧ୍ୟ ପାଇବେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.