ETV Bharat / state

ପାରାଦ୍ବୀପ ବନ୍ଦର ପାଳିଲା ବିଜୁ ବାବୁଙ୍କ ତିରୋଧାନ ଦିବସ

author img

By

Published : Apr 17, 2022, 4:57 PM IST

Paradip Biju Memorial trust celebrates death anniversary of Biju Pattnaik
ପାରାଦ୍ବୀପ ବନ୍ଦର ପାଳିଲା ବିଜୁ ବାବୁଙ୍କ ତିରୋଧାନ ଦିବସ

ପାରାଦ୍ବୀପ ବନ୍ଦର ଓ ବିଜୁ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉତ୍ସବକୁ ପାଳନ କରାଯାଇଛି । ଅଧିକ ପଢନ୍ତୁ

ପାରାଦ୍ବୀପ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ । ଏହି ଅବସରରେ ପାରାଦ୍ବୀପ ବିଜୁ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ବିଜୁ ବାବୁଙ୍କ ଶ୍ରlଦ୍ଧ ବାର୍ଷିକ ଉତ୍ସବ ଓ ତିଳ ତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ପାରାଦ୍ବୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ ଯୋଗଦେଇ ନେହୁରୁ ବଙ୍ଗଳା ନିକଟ ମହାନଦୀରେ ତିଳ ତର୍ପଣ ଓ ଶ୍ରାଦ୍ଧ ଅର୍ପଣ କରିଥିବା ଦେଖିବାକୁ ମିଳିଛି ।

ପାରାଦ୍ବୀପ ବନ୍ଦର ପାଳିଲା ବିଜୁ ବାବୁଙ୍କ ତିରୋଧାନ ଦିବସ

ଏହା ବି ପଢନ୍ତୁ- Biju Patnaik Death Anniversary: ବାଲ୍ୟ ଜୀବନରୁ ଅନ୍ତିମ ଯାଏଁ ଥିଲେ ଦୁଃସାହସିକ ଓ ନିର୍ଭୀକ

ଏହି ଉତ୍ସବରେ ପାରାଦ୍ବୀପ ବନ୍ଦର ଅଧ୍ୟକ୍ଷ ପି.ଏଲ ହାରନାଦ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ଭାରତ ବର୍ଷରେ ପାରାଦ୍ବୀପ ବନ୍ଦର ବୃହତ ବନ୍ଦର ଭାବେ ଉଭା ହୋଇଥିବା କହିଥିଲେ । ଏହି ଉତ୍ସବରେ ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ ବିଜୁବାବୁଙ୍କ ସ୍ମୁତି ଚାରଣ କରିଥିଲେ । ଆମ ଇତିହାସ ବିଜୁ ବାବୁଙ୍କ ସେବା, ତ୍ୟାଗ ଏବଂ ନିରନ୍ତର ସଂଗ୍ରାମର ଜୀବନ୍ତ ଆଲେଖ୍ୟ ରହିଛି । ସାରା ଜୀବନ ବିଜୁ ବାବୁ ଜନସେବାକୁ ସର୍ବାଧିକ ଗୁରୁତ୍ବ ଦେଇ ଆସିଥିବା ବେଳେ ଆଜି ରାଜ୍ୟବ୍ୟାପୀ ଶ୍ରାଦ୍ଧ ଦିବସରେ ଭୂମୀପୁତ୍ରଙ୍କୁ ସ୍ମରଣ କରାଯାଉଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.