ETV Bharat / city

Biju Patnaik Death Anniversary: ବାଲ୍ୟ ଜୀବନରୁ ଅନ୍ତିମ ଯାଏଁ ଥିଲେ ଦୁଃସାହସିକ ଓ ନିର୍ଭୀକ

author img

By

Published : Apr 17, 2022, 12:36 PM IST

ଆଜି (ରବିବାର) ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଅମ୍ଳାନ ପୁରୁଷ ବିଜୁ ପଟ୍ଟାନୟକଙ୍କ 25ତମ ଶ୍ରାଦ୍ଧ ବାର୍ଷିକୀ ପାଳନ କରୁଛି ରାଜ୍ୟ । 1916 ମସିହା ମାର୍ଚ୍ଚ 5 ତାରିଖରେ ଜନ୍ମ ହୋଇଥିଲେ ଓଡିଆ ମାଟିର କୃତ୍ତି ସନ୍ତାନ ବିଜୟାନନ୍ଦ ପଟ୍ଟନାୟକ । ଅଧିକ ପଢନ୍ତୁ

Biju Patnaik Death Anniversary
Biju Patnaik Death Anniversary

ଭୁବନେଶ୍ବର: ଆଜି (ରବିବାର) ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଅମ୍ଳାନ ପୁରୁଷ ବିଜୁ ପଟ୍ଟାନୟକଙ୍କ 25ତମ ଶ୍ରାଦ୍ଧ ବାର୍ଷିକୀ ପାଳନ କରୁଛି ରାଜ୍ୟ । 1916 ମସିହା ମାର୍ଚ୍ଚ 5 ତାରିଖରେ ଜନ୍ମ ହୋଇଥିଲେ ଓଡିଆ ମାଟିର କୃତ୍ତି ସନ୍ତାନ ବିଜୟାନନ୍ଦ ପଟ୍ଟନାୟକ । ପିତା ଲକ୍ଷ୍ମୀନାରାୟଣ ଓ ମାତା ଆଶା ଦେବୀଙ୍କ କୋଳରେ ଜନ୍ମ ନେଇଥିଲେ ବିଜୁ । ତାଙ୍କ ବାଲ୍ୟ ଜୀବନରୁ ଅନ୍ତିମ ଜୀବନ ଯାଏଁ ଦେଖିବାକୁ ମିଳିଥିଲା ଦୁଃସାହସ ଓ ନିର୍ଭୀକତା । ସେ ଥିଲେ ଅତ୍ୟନ୍ତ ବଳିଷ୍ଠ, ମେଧାବୀ ଉପସ୍ଥିତ ତଥା ବିଚକ୍ଷଣ ବୁଦ୍ଧିସମ୍ପର୍ଣ୍ଣ ଓ ସାହାସୀ ବ୍ୟକ୍ତିତ୍ବ । ସେ ଯେ ଦିନେ ସମଗ୍ର ବିଶ୍ବରେ ଏକ ଯୁଗାନ୍ତକାରୀ ଆଲୋଡନ ସୃଷ୍ଟି କରିବେ ତାହା ତାଙ୍କ ଛାତ୍ର ଜୀବନରୁ ଜଣାପଡିଯାଇଥିଲା । ଯେକୌଣସି କାମ ହେଉ ସେ ଖୁବ ଶୀଘ୍ର କାମରେ କରି ଦେଖାଉଥିଲେ ।

1926 ମସିହାରେ ସେ ହାଇସ୍କୁଲରେ ପଢୁଥାନ୍ତି । ସେ ସମୟରେ ମହାତ୍ମା ଗାନ୍ଧୀ ଓଡିଶା ଆସିଥିଲେ । ତାଙ୍କ ନେତୃତ୍ବରେ ସ୍ବାଧୀନତା ସଂଗ୍ରାମ ଜୋର ଧରିଥିଲା । ସ୍ବରାଜ ଆଶ୍ରମରେ ସଭା ହେଲା । ବିଜୁ ପଟ୍ଟନାୟକ ବାପୁଙ୍କୁ ପାଖରୁ ଦେଖିଥିଲେ । ସେଠୁ ତାଙ୍କୁ ଜୀବନରେ ବୁଣି ହୋଇଥିଲା ଦେଶପ୍ରେମ । ସାହାସୀ ପୁରୁଷ ନ ହୋଇଥିଲେ କିଏ ବା ନୀଳ ଆକାଶରେ ଉଡିବ । ବିମାନ ଚାଳନା କ୍ଷେତ୍ରରେ ବହୁ ବିପଦରେ ସମ୍ମୁଖୀନ ହୋଇ ମଧ୍ୟ ହାରି ନଥିଲେ । ସବୁ ବିପଦର ମୁକାବିଲା କରି ଜଣେ ଦକ୍ଷ ବିମାନଚାଳକ ରୂପେ ସୁନାମ ଅର୍ଜନ କରିଥିଲେ । ଦେଶ ସ୍ବାଧୀନତାରେ ବିଜୁଙ୍କ ଅବଦାନ ରହିଛି । 1943 ମସିହାରେ ଗୋରା ସରକାର ବିଜୁଙ୍କୁ ଗିରଫ କରିଥିଲା ।

ରାଜନୀତି ଯୁଦ୍ଧରେ ସେ ଥିଲେ ଜଣେ ସଫଳ ଯୋଦ୍ଧା । 1952 ମସିହାରେ ପ୍ରଥମ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳର ବିଧାୟକ, 1961ରେ ଓଡିଶା କଂଗ୍ରେସ ଦଳର ସଭାପତି ହୋଇଥିଲେ । ସେହି ବର୍ଷ ନିର୍ବାଚନରେ ବିଧାନସଭା ଆସିଲେ । କଂଗ୍ରେସ ମନ୍ତ୍ରୀମଣ଼୍ଡଳ ଗଠିତ ହେଲା ସେ ହେଲେ ଓଡିଶାର ମୁଖ୍ୟମନ୍ତ୍ରୀ । 1990ରେ ତାଙ୍କ ନେତୃତ୍ବରେ ଓଡିଶାର ମନ୍ତ୍ରୀମଣ୍ଡଳ ଗଠିତ ହେଲା । ସେ ହେଲେ ଓଡିଶା ମୁଖ୍ୟମନ୍ତ୍ରୀ । ସେ ପାଞ୍ଚବର୍ଷ କାଳ କଠିନ ପରିଶ୍ରମ କରି ଓଡିଶାକୁ ଉନ୍ନତି ପଥରେ ଆଗେଇ ନେଲେ ।

ଆମ ଇତିହାସ ବିଜୁ ବାବୁଙ୍କ ସେବା, ତ୍ୟାଗ ଏବଂ ନିରନ୍ତର ସଂଗ୍ରାମର ଜୀବନ୍ତ ଆଲେଖ୍ୟ । ସାରା ଜୀବନ ବିଜୁ ବାବୁ ଜନସେବାକୁ ସର୍ବାଧିକ ଗୁରୁତ୍ବ ଦେଇ ଆସିଥିଲେ । ଏହି ମହାନ୍ ଜନନେତାଙ୍କ ଶ୍ରାଦ୍ଧ ଦିବସ ଅବସରରେ ଏହି ସେବା ମନୋଭାବକୁ ଆହୁରି ପରିବର୍ଦ୍ଧିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି । ଓଡ଼ିଶା ଆମ ପରିବାର, ପରିବାରର ପ୍ରତ୍ୟେକ ସଦସ୍ୟଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ନିଜର ଜୀବନକୁ ଉତ୍ସର୍ଗ କରିଆସିଥିବା ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଓଡ଼ିଶାବାସୀଙ୍କ କଲ୍ୟାଣରେ ନିଜକୁ ଉତ୍ସର୍ଗ କରିବା ପାଇଁ ସଂକଳ୍ପବଦ୍ଧ ହେବା ନିମନ୍ତେ ନବୀନ ନିବେଦନ କରିଛନ୍ତି ।

1916 ମସିହା ମାର୍ଚ୍ଚ 5 ତାରିଖରେ ଜନ୍ମ ହୋଇଥିଲେ ଓଡିଆ ମାଟିର କୃତ୍ତି ସନ୍ତାନ ବିଜୟାନନ୍ଦ ପଟ୍ଟନାୟକ । ପିତା ଲକ୍ଷ୍ମୀନାରାୟଣ ଓ ମାତା ଆଶା ଦେବୀଙ୍କର ଅନେକ ସ୍ବପ୍ନ ବାସ୍ତବରେ ରୂପାୟନ କରିଥିଲେ । 1997 ଆଜିର ଦିନରେ 81 ବର୍ଷ ବୟସରେ ମହାନିଦ୍ରାରେ ଶୋଇଗଲେ ବିଜୁ ପଟ୍ଟନାୟକ । କଳିଙ୍କ ଆକାଶକୁ ଏକ ଦୀପ୍ତିମାନ ନକ୍ଷେତ୍ର ଖସି ପଡିଲା । ତାଙ୍କ ସ୍ବପ୍ନର ଓଡିଶା ତାଙ୍କୁ ହରାଇବା ଦୁଃଖରେ ଗୁମସୁମ ହୋଇଗଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.