ETV Bharat / state

ପାରାଦୀପରେ ସ୍କୁଲ ବିବାଦ, ସାମ୍ବାଦିକ ସମ୍ମିଳନୀରେ ନ୍ୟାୟ ମାଗିଲେ ଶିକ୍ଷୟିତ୍ରୀ

author img

By

Published : Sep 7, 2021, 6:54 AM IST

ପାରାଦୀପରେ ସ୍କୁଲ ବିବାଦ, ସାମ୍ବାଦିକ ସମ୍ମିଲନୀରେ ନ୍ୟାୟ ମାଗିଲେ ଶିକ୍ଷୟିତ୍ରୀ
ପାରାଦୀପରେ ସ୍କୁଲ ବିବାଦ, ସାମ୍ବାଦିକ ସମ୍ମିଲନୀରେ ନ୍ୟାୟ ମାଗିଲେ ଶିକ୍ଷୟିତ୍ରୀ

ପାରାଦ୍ଵୀପସ୍ଥିତ ବିର୍ସାମୁଣ୍ଡା ୟୁପି ସ୍କୁଲର ପରିଚାଳନାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସ୍କୁଲ ସିଲ ପରେ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ସଦସ୍ୟଙ୍କ ପ୍ରେସମିଟ । ପୁଣି ଥରେ ଦାୟିତ୍ବ ଫେରାଇବା ପାଇଁ ପ୍ରଶାସନକୁ କଲେ ନିବେଦନ । ଅଧିକ ପଢନ୍ତୁ..

ଜଗତସିଂହପୁର: ପାରାଦ୍ଵୀପସ୍ଥିତ ବିର୍ସାମୁଣ୍ଡା ୟୁପି ସ୍କୁଲର ପରିଚାଳନାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ୧୯୮୧ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲର ଶ୍ରେଣୀଗୃହରେ ଅନ୍ୟ ଏକ ସ୍କୁଲ ନବପ୍ରଭାତ ଶିଶୁ ମନ୍ଦିର ସ୍କୁଲର ପରିଚାଳନା ପାଇଁ ୨୦୧୭ରେ ଅନୁମତି ଦେଇ ଫସି ଯାଇଛନ୍ତି ବିର୍ସାମୁଣ୍ଡା ସ୍କୁଲର ଶିକ୍ଷୟତ୍ରୀ। ନବପ୍ରଭାତ ଶିଶୁ ମନ୍ଦିର ସ୍କୁଲର ପରିଚାଳନା କମିଟି ସମ୍ପୂର୍ଣ୍ଣ ସ୍କୁଲକୁ ଅକ୍ତିଆର କରିବା ସହିତ ବିର୍ସାମୁଣ୍ଡା ସ୍କୁଲର ଶିକ୍ଷୟତ୍ରୀ ଏବଂ ଅନ୍ୟ ଷ୍ଟାଫମାନଙ୍କୁ ବାହାର କରିଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ପରେ ସ୍କୁଲକୁ ସିଲ କରିଛି ପ୍ରଶାସନ ।

ପାରାଦୀପରେ ସ୍କୁଲ ବିବାଦ, ସାମ୍ବାଦିକ ସମ୍ମିଲନୀରେ ନ୍ୟାୟ ମାଗିଲେ ଶିକ୍ଷୟିତ୍ରୀ

ଏ ସମ୍ପର୍କରେ ପାରାଦ୍ଵୀପ ଆମ୍ବେଦକର ଭବନ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିର୍ସାମୁଣ୍ଡା ସ୍କୁଲର ଶିକ୍ଷୟତ୍ରୀ ଓ ପରିଚାଳନା କମିଟି ଅଭିଯୋଗ କରିବା ସହିତ ନ୍ୟାୟ ମାଗିଛନ୍ତି। ଏ ସମ୍ପର୍କରେ ପାରାଦ୍ଵୀପ ଥାନା, ଅତିରିକ୍ତ ଜିଲ୍ଲାପାଳ, ଏସପି ଓ ଶିକ୍ଷା ବିଭାଗକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ନ୍ୟାୟ ମିଳୁନାହିଁ। ଓଲଟି ସ୍କୁଲକୁ ନେଇ ରାଜନୀତିକରଣ କରାଯାଇଛି ବୋଲି ଅଭିଯୋଗ ହୋଇଛି ।

ବିର୍ସାମୁଣ୍ଡା ନବପ୍ରଭାତ ସ୍କୁଲ ନାମରେ ଅବିଭାବକ ସମ୍ମିଳନୀ ଆଳରେ କର୍ମୀ ସମ୍ମିଳନୀ କରି ଘଟଣାକୁ ବିଭ୍ରାନ୍ତିକର କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଦୀର୍ଘ ୩୬ ବର୍ଷ ହେଲା ସେମାନେ ସ୍କୁଲକୁ ସଠିକ ଭାବରେ ପରିଚାଳନା କରି ଆସୁଥିବାବେଳେ ପ୍ରଶାସନ ସେମାନଙ୍କୁ ସ୍କୁଲ ପରିଚାଳନା କ୍ଷମତା ଫେରାଇ ଦେବାକୁ ଅନୁରୋଧ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.