ETV Bharat / state

ଧନ୍ୟ ଆମ ଶିକ୍ଷା ବ୍ୟବସ୍ଥା, 134 ପିଲାଙ୍କୁ ପାଠ ପଢ଼ାଉଛନ୍ତି ଜଣେ ଶିକ୍ଷକ

author img

By

Published : Aug 10, 2023, 5:40 PM IST

ବିଦ୍ୟାଳୟରେ ପାଚେରୀ ଠାରୁ ଖେଳ ପଡିଆ ସବୁ କିଛି ଚକାଚକ୍ ଦିଶୁଥିଲେ ମଧ୍ୟ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ହୋଇନି । ଶହେରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି ଜଣେ ମାତ୍ର ଖେଳ ଶିକ୍ଷକ । ଅଧିକ ପଢନ୍ତୁ

134 ପିଲାଙ୍କୁ ଜଣେ ଶିକ୍ଷକ
134 ପିଲାଙ୍କୁ ଜଣେ ଶିକ୍ଷକ

134 ପିଲାଙ୍କୁ ପାଠ ପଢ଼ାଉଛନ୍ତି ଜଣେ ଶିକ୍ଷକ

ଜଗତସିଂହପୁର: ଶିକ୍ଷା ବ୍ୟବସ୍ଥାର କରୁଣ ଚିତ୍ର। ସ୍କୁଲରେ ପିଲା ଭର୍ତ୍ତି ହେଲେ ପଢାଇବାକୁ ନାହାଁନ୍ତି ଶିକ୍ଷକ । ଶହେରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ପାଇଁ ଅଛନ୍ତି ମାତ୍ର ଜଣେ ଶିକ୍ଷକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଓଡିଶୋ ପଞ୍ଚାୟତରେ ଥିବା କୁତାମ ଚଣ୍ଡୀ ବିଦ୍ୟାପୀଠରେ । 1980 ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟର ଭାଗ୍ୟ ଏବେ କ୍ରୀଡା ଶିକ୍ଷକଙ୍କ ହାତରେ । ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଉଛନ୍ତି କ୍ରୀଡ଼ା ଶିକ୍ଷକ । ତାଙ୍କରି ଭରସାରେ ଚାଲିଛି ସ୍କୁଲ୍‌ ।

ରାଜ୍ୟ ସରକାର ବିଦ୍ୟାଳୟର ଉନ୍ନତି ପାଇଁ ୫ଟି ମାଧ୍ୟମରେ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି । ସ୍ମାର୍ଟ କ୍ଲାସ୍‌ରୁମ୍‌ ସହିତ ସବୁଜ ରଙ୍ଗରେ ବିଦ୍ୟାଳୟଗୁଡିକ ଚକଚକ କରାଯାଉଛି । କମ୍ପ୍ୟୁଟରଠାରୁ ଆରମ୍ଭ କରି ଇ-ଲାଇବ୍ରେରୀ ଆଦି ବିଭିନ୍ନ ସୁବିଧା ଉପଲବ୍ଧ କରାଯିବା କଥା କୁହାଯାଇଛି । ହେଲେ ଯେଉଁଠି ସରକାର ନିଜର ଶିକ୍ଷା ବ୍ୟବସ୍ଥା ପାଇଁ ଡିଣ୍ଡିମ ପିଟୁଛନ୍ତି ସେଠାରେ ବାସ୍ତବରେ ଚିତ୍ର କିଛି ଅଲଗା । ୧୯୮୦ ମସିହାରେ ଜଗତସିଂହପୁର ଜିଲ୍ଲାର କୂତାମଚଣ୍ଡି ବିଦ୍ୟାପୀଠଟି ଗ୍ରାମବାସୀଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଥିଲା । ଗ୍ରାମର କିଛି ବଦାନ୍ୟ ଲୋକଙ୍କ ସହଯୋଗରେ ପ୍ରଥମେ ଏହି ବିଦ୍ୟାପୀଠରେ ଶିକ୍ଷାଦାନ ଆରମ୍ଭ ହୋଇଥିଲା । ତେବେ ୧୯୯୦ ମସିହାରେ ଏହି ବିଦ୍ୟାପୀଠକୁ ଗଣଶିକ୍ଷା ବିଭାଗ ନିଜ ହାତକୁ ନେଇଥିଲା। ସରକାରୀ ଅନୁଦାନରୁ ଶିକ୍ଷାଦାନ ପ୍ରକ୍ରିୟା ମଧ୍ୟ ତ୍ୱରାନ୍ୱିତ ହୋଇଥିଲା।

ଏହି ବିଦ୍ୟାପୀଠ ଖାଲି ଜଗତସିଂହପୁର ଜିଲ୍ଲା ନୁହେଁ ସମଗ୍ର ରାଜ୍ୟରେ ମଧ୍ୟ ପ୍ରଥମ ହୋଇଥିଲା। ଉନ୍ନତ ଶିକ୍ଷାଦାନ ଯୋଗୁଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ଏହି ଶିକ୍ଷାନୁଷ୍ଠା। କିନ୍ତୁ ଜିଲ୍ଲା ଶିକ୍ଷା ବିଭାଗର ଟାଳଟୁଳ ନୀତି ଯୋଗୁଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । ଏହି ବିଦ୍ୟାଳୟ ରେ ନବମ ଓ ଦଶମ ଶ୍ରେଣୀ ରେ ମୋଟ ୧୩୪ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିଲେ ମଧ୍ୟ ଜଣେ ବି କେହି ଶିକ୍ଷକ ନାହାଁନ୍ତି । ଶିକ୍ଷକ ନଥିବାରୁ ଅନେକ ପିଲା ସ୍କୁଲ ଆସୁନଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ- ପଦାରେ ପଡ଼ିଲା ସ୍ମାର୍ଟ ଶିକ୍ଷା ବ୍ୟବସ୍ଥା, ଗଛମୂଳେ ଜ୍ଞାନ ଆହରଣ କରୁଛନ୍ତି କୁନିକୁନି ପିଲାଏ

ତେବେ ପୂର୍ବରୁ 6 ଜଣ ଶିକ୍ଷକ ଏହି ବିଦ୍ୟାଳୟରେ ପାଠ ପଢ଼ୁଥିଲେ । ହେଲେ ସେମାନେ ଜଣ ଜଣ କରି ୮ ମାସ ତଳୁ ଅବସରରେ ନେଇ ସାରିଲେଣି । ଶିକ୍ଷକ ଅବସର ଗ୍ରହଣ କଲା ପରେ ଜିଲ୍ଲା ଶିକ୍ଷା ବିଭାଗ ପିଲାଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ସେହି ସ୍କୁଲରେ ଶିକ୍ଷକ ନିଯୁକ୍ତି ଦେବା କଥା କିନ୍ତୁ ତାହା କରାଯାଇ ନାହିଁ । ଫଳରେ ବିଦ୍ୟାଳୟରେ ପାଠପଢା ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି । ଜଣେ ପିଅନ ଓ ଜଣେ କ୍ରୀଡ଼ା ଶିକ୍ଷକ ବିଦ୍ୟାଳୟରେ ଆସି ହାଜିରା ପକାଇ ଯାଉଛନ୍ତି ।

ଏ ସମ୍ପର୍କରେ ଆମେ ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, "କୁତାମଚଣ୍ଡୀ ବିଦ୍ୟାପୀଠରେ ଶିକ୍ଷକଙ୍କ ସମସ୍ୟା ରହିଛି । ଖୁବଶୀଘ୍ର ଏହାର ସମାଧାନ କରିବା ପାଇଁ ଚେଷ୍ଟା କରୁଛୁ ।" ତେବେ ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ସ୍କୁଲ ଗୃହ ନିର୍ମାଣ । ସ୍ମାର୍ଟ କ୍ଲାସ, ଇଲାଇବ୍ରେରୀ ଆଦି ମାଳମାଳ ଯୋଜନା ପ୍ରସ୍ତୁତ କରାଯାଇଛି। ତେବେ ଶିକ୍ଷକ ନ ଥିଲେ ଏହାର କି ଲାଭ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକ । ରାଜ୍ୟରେ ଥିବା ସ୍କୁଲର ରୂପରେଖ ବଦଳି ଯାଇଛି । ହେଲେ ଶିକ୍ଷକ ଅଭାବ ସମସ୍ୟା ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଉପହାସ କରୁଛି।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.