ETV Bharat / state

ବନ୍ୟା ବିପନ୍ନଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ, ସହାୟତା ପାଇଁ ଦେଲେ ପ୍ରତିଶୃତି

author img

By

Published : Aug 23, 2022, 1:16 PM IST

Updated : Aug 23, 2022, 2:47 PM IST

ଲୋକଙ୍କ ପାଖରେ ପହଞ୍ଚି ସମସ୍ୟା ବୁଝିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ । ବିଶେଷ କରି ପ୍ରଭାବିତ ହୋଇଥିବା ଜିଲ୍ଲାର କୁଜଙ୍ଗ ଓ ତିର୍ତ୍ତୋଲ ବନ୍ୟାଞ୍ଚଳ ବୁଲିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ

ସମସ୍ୟା ବୁଝିଲେ ଜିଲ୍ଲାପାଳ
ସମସ୍ୟା ବୁଝିଲେ ଜିଲ୍ଲାପାଳ

ଜଗସିଂହପୁର: ମହାନଦୀରେ ବନ୍ୟା ପରିସ୍ଥିତି ଲୋକଙ୍କ ଜୀବନ ପ୍ରଭାବିତ କରିଛି । ଲଘୁଚାପ ବର୍ଷାରେ ଉପୁଜିଥିବା ବନ୍ୟା ସ୍ଥିତି ଲୋକଙ୍କ ଦୁର୍ଦ୍ଦଶା ବଢାଇଛି । ଗାଁ ଦାଣ୍ଡରେ ଅଣ୍ଟାଏ ପାଣି । ଚୁଲି ଚାଳ ସବୁ ଭାସିଛି । ବନ୍ୟା ପାଣି ଘର ଦେଇ ବାଡି ପଟେ ବାହାରୁଛି । ନଦୀରେ ବନ୍ଯା ଆସିବା ଯୋଗୁଁ ଲୋକଙ୍କ ସମସ୍ଯା ବଢିଛି । ବିଶେଷ କରି ଉପକୂଳ ଜିଲ୍ଲା ଜଗତସିଂହପୁର ଓ କେନ୍ଦ୍ରପଡା ପ୍ରଭାବିତ ହୋଇଛି । ଏବେ ବନ୍ୟା ପରିସ୍ଥିତି ସାମାନ୍ୟ ସୁଧୁରିଛି । ଏହାରି ଭିତରେ ଲୋକଙ୍କ ପାଖରେ ପହଞ୍ଚି ସମସ୍ୟା ବୁଝିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ । ବିଶେଷ କରି ପ୍ରଭାବିତ ହୋଇଥିବା ଜିଲ୍ଲାର କୁଜଙ୍ଗ ଓ ତିର୍ତ୍ତୋଲ ବନ୍ୟାଞ୍ଚଳ ବୁଲିଛନ୍ତି ଜିଲ୍ଲାପାଳ ।

ବନ୍ୟା ବିପନ୍ନଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ, ସହାୟତା ପାଇଁ ଦେଲେ ପ୍ରତିଶୃତି

ବିଶେଷ କରି ପ୍ରଭାବିତ ହୋଇଥିବା କୁଜଙ୍ଗ ବ୍ଲକ ଗସ୍ତ କରି ତଳିଆ ଅଞ୍ଚଳ ଲୋକଙ୍କ କଥା ବୁଝିଥିଲେ ଜିଲ୍ଲାପାଳ । ବନ୍ୟାରେ ଅଧିକ ପ୍ରଭାବିତ ହୋଇଥିବା ସହାରାଢି଼ଆ ଗାଁକୁ ଗସ୍ତ କରିବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ ପାରୁଲ ପଟୱାରୀ । କେବଳ ରାସନ କାର୍ଡ ଧାରୀଙ୍କୁ ରିଲିଫ ଯୋଗାଇ ଦିଆଯାଉଥିବା ଅଭିଯୋଗ ହେବାପରେ ଜିଲ୍ଲାପାଳ ସେଠାରେ ପହଞ୍ଚି ଅସନ୍ତୋଷ ପ୍ରକାଶ କରିଥିଲେ । ତୁରନ୍ତ ସମସ୍ତ ପ୍ରଭାବିତଙ୍କୁ ରିଲିଫ ଯୋଗାଇ ଦିଆଯିବାକୁ ନିର୍ଦ୍ଦେଶ ଦେଇଥିଲେ । ବିପର୍ଯ୍ୟୟ ସମୟରେ ରାସନ କାର୍ଡଧାରୀ ହୁଅନ୍ତୁ କିମ୍ବା ନ ହୁଅନ୍ତୁ ସମସ୍ତଙ୍କୁ ସମାନ ସୁବିଧା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଏହା ବି ପଢନ୍ତୁ...ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କାଳୀୟ ଦଳନ ବେଶ

କୁଜଙ୍ଗ ଅଞ୍ଚଳରେ ଅଧିକାଂଶ ପରିବାର ପନିପରିବା ଚାଷ କରି ଗୁଜୁରାଣ ମେଣ୍ଟାନ୍ତି । ବନ୍ୟା ସବୁ କିଛି ଉଜାଡି ଦେଇଛି । ଏକର ଏକର ଜମି ଜଳମଗ୍ନ ହୋଇଛି । ପରିବା ଚାଷୀ ବ୍ୟାପକ କ୍ଷତି ସହିଛନ୍ତି । ପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସରକାରୀ ସ୍ତରରେ କ୍ଷତିପୁରଣ ପ୍ରଦାନ କରିବାକୁ ଚାଷୀମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ପରିବା ଚାଷୀ ମାନଙ୍କୁ କ୍ଷତିପୂରଣ ଦିଆଯିବାକୁ ପ୍ରତିଶୃତି ଦେଇଛନ୍ତି ଜିଲ୍ଲାପାଳ । ସହାୟତା ପ୍ରତିଶୃତି ମିଳିବା ପରେ ଚାଷୀ ଉତ୍ସାହିତ ହୋଇ ପଡ଼ିଥିଲେ ।

ଚଳିତ ବନ୍ୟାରେ କୁଜଙ୍ଗ ବ୍ଲକରେ ପ୍ରାୟ 90 ପ୍ରତିଶତ ପରିବା ଚାଷ ନଷ୍ଟ ହୋଇଥିବା ବେଳେ 85 ପ୍ରତିଶତ ଧାନ ଚାଷ ନଷ୍ଟ ହୋଇଛି । ଫଳରେ ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀଙ୍କୁ କ୍ଷତି ପୂରଣ ମିଳିଲେ ସେମାନଙ୍କ ସମସ୍ୟାର ସମାଧାନ ହୋଇପାରିବ । ଜିଲ୍ଲାର ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକ ଅଞ୍ଚଳରେ ବନ୍ୟାଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ନଦୀରେ ବନ୍ୟାଜଳ ହ୍ରାସ ପାଇଥିଲେ ମଧ୍ୟ ଲୋକେ ବିଭିନ୍ନ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ସମ୍ପର୍କିତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଛି । ସେଥିରେ ଉଲ୍ଲେଖ୍ୟ ରହିଛି ଯେ ଜିଲ୍ଲାର 30ଟି ଗାଁ ପାଣି ଘେରରେ ରହିଛି । 21 ହଜାର 466 ଜଣ ଜଳବନ୍ଦୀ ହୋଇ ରହିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

Last Updated :Aug 23, 2022, 2:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.