ETV Bharat / state

Mandi Issue: ମଣ୍ଡିରୁ ଉଠୁନି ଧାନ, ଅହୋରାତ୍ର ଧାରଣା ଦେଲେ ଚାଷୀ

author img

By

Published : Mar 1, 2022, 7:57 AM IST

Mandi Issue: ମଣ୍ଡି ଅବ୍ୟବସ୍ଥାକୁ ଚାଷୀଙ୍କ ଅହୋରାତ୍ର ଧାରଣା
Mandi Issue: ମଣ୍ଡି ଅବ୍ୟବସ୍ଥାକୁ ଚାଷୀଙ୍କ ଅହୋରାତ୍ର ଧାରଣା

ମଣ୍ଡି ଅବ୍ୟବସ୍ଥା ନେଇ ଚାଷୀଙ୍କ ଅହୋରାତ୍ର ଧାରଣା । ସମବାୟ ସମିତି ତାଲା ପକାଇବା ସହ ଧାରଣାରେ ବସିଲେ ଚାଷୀ । ଅଧିକ ପଢନ୍ତୁ

ଜଗତସିଂହପୁର: ଗତବର୍ଷ ଅନାବୃଷ୍ଟି ଏବଂ ବାତ୍ୟା ଯୋଗୁଁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିଲା । ତାହାମଧ୍ୟରେ କଷ୍ଟେମଷ୍ଟେ ଚାଷୀ କିଛି ଫସଲ ଅମଳ କରିପାରିଥିଲେ । ହେଲେ ମଣ୍ଡି ଅବ୍ୟବସ୍ଥା ଯୋଗୁଁ ଏବେ ସେହି ଫସଲକୁ ମଧ୍ୟ ବିକ୍ରି କରିପାରୁନି ଚାଷୀ । ଯାହାକୁ ନେଇ ହତାଶ ଚାଷୀ ସମବାୟ ସମିତି ଅଫିସ ଆଗରେ ଅହୋରାତ୍ର ଧାରଣା ଦେବା ସହ ଅଫିସରେ ତାଲା ଝୁଲାଇଛି । ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅନ୍ତର୍ଗତ ତରିକୁନ୍ଦ ସମବାୟ ସମିତି ଅଫିସରୁ ସାମ୍ନାକୁ ଆସିଛି ମଣ୍ଡି ଅବ୍ୟବସ୍ଥାର ଏହି ଘଟଣା ।

Mandi Issue: ମଣ୍ଡି ଅବ୍ୟବସ୍ଥାକୁ ଚାଷୀଙ୍କ ଅହୋରାତ୍ର ଧାରଣା

ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ଗତ ତିନି ଦିନ ହେଲା ସେମାନେ ମଣ୍ଡିକୁ ଧାନ ଆଣି ପଡିରହିଛନ୍ତି । ହେଲେ ମିଲରର ଦେଖା ଦର୍ଶନ ମିଳୁନାହିଁ । ଟୋକାନର ଅବଧି ଗତକାଲି(ସୋମବାର) ପର୍ଯ୍ୟନ୍ତ ରହିଥିଲା ବେଳେ ଧାନ ମଣ୍ଡିରୁ ଉଠି ପାରିନାହିଁ । ଏବେ ଟୋକାନ ଅବଧି ସରିଯିବା କାରଣରୁ ମଣ୍ଡିରୁ ଧାନ ଫେରାଇ ନେବକୁ ପଡିବ । ଏହାକୁ ଚାଷୀମାନେ ବିରୋଧ କରିବା ସହ ସମସ୍ତ ଧାନ କ୍ରୟ କରାଯାଉ ବୋଲି ଦାବିରେ କୃଷି ସମବାୟ ସମିତି ଅଫିସରେ ତାଲା ପକାଇ ଦେଇଛନ୍ତି ଏବଂ ରାତି ତମାମ୍ ଧାରଣାରେ ବସିଛନ୍ତି ।

ଜଗତସିଂହପୁର ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.