ETV Bharat / state

ମାଆ ଶାରଳାଙ୍କ ମନ୍ଦିରରେ ଦଶହରା ପୂଜା

author img

By

Published : Oct 5, 2022, 8:15 AM IST

ମାଆ ଶାରଳାଙ୍କ ମନ୍ଦିରରେ ଦଶହରା ପୂଜା
ମାଆ ଶାରଳାଙ୍କ ମନ୍ଦିରରେ ଦଶହରା ପୂଜା

ଜିଲ୍ଲାର ଇଷ୍ଟଦେବୀ ମାଆ ଶାରଳାଙ୍କ ପୀଠରେ ଦଶହରା ପାଳିତ ହୋଇଛି । ଏହି ପୂଜା ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିଲା । ଅଧିକ ପଢ଼ନ୍ତୁ

ଜଗତସିଂହପୁର: ଜିଲ୍ଲାର ଇଷ୍ଟଦେବୀ ମାଆ ଶାରଳାଙ୍କ ପୀଠରେ ଦଶହରା ପାଳିତ ହୋଇଛି । ଏହି ପୂଜା ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିଲା । ମହାନବମୀ ତିଥିରେ ମାଆଙ୍କ ପୂଜାର ପରିସମାପ୍ତି ହେବାପରେ ଶ୍ରବଣା ନକ୍ଷେତ୍ରରେ ଅପରାଜିତା ପୂଜା କରାଯାଇଥିଲା । ପରେ ଷୋହଳ ଦିନଧରି ଅନୁଷ୍ଠିତ ହେଉଥିବା ଘଟ ବିସର୍ଜନ କରାଯିବାର ବିଧି ରହିଛି । ଯାହା ମଙ୍ଗଳବାର ପରିସମାପ୍ତି ଘଟିଛି ।

ମାଆ ଶାରଳାଙ୍କ ମନ୍ଦିରରେ ଦଶହରା ପୂଜା

ମଙ୍ଗଳବାର ସକାଳୁ ମଙ୍ଗଳ ଆଳତୀ ପରେ ଷୋଡଶ ଦିନାତ୍ମକ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ଯଜ୍ଞର ପୂର୍ଣ୍ଣାହୁତି ପରେ ଅପରାଜିତା ପୂଜା ଅନୁଷ୍ଠିତ ହୋଇଥିଲା । ଏହାପରେ ଘଟକୁ ଚନ୍ଦନ ପୁଷ୍କରିଣୀରେ ବିସର୍ଜନ କରାଯାଇଛି । ସେହିପରି ଦେବୀଙ୍କ ନିକଟରେ ଗତକାଲି ମହାନବମୀ ପୂଜା କରାଯାଇଥିବା ବେଳେ ଝଙ୍କଡ଼ ସ୍ଥିତ ମାଆ ଶାରଳାଙ୍କ ମନ୍ଦିରରେ ଦଶହରା ଓ ଘଟ ବିସର୍ଜନ ଶେଷ ହୋଇଛି ।

ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଗାଁଠୁ ସହର । ଚଣ୍ଡିପାଠରେ କମ୍ପୁଛି ପରିବେଶ । ରାଜ୍ୟର ସମସ୍ତ ସ୍ଥାନରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଦୀର୍ଘ ଦୁଇ ବର୍ଷର କୋରୋନା କଟକଣା ପରେ ମାଆଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ବେଶ ଉତ୍ସାହିତ ଥିବା ଦେଖାଦେଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.