ETV Bharat / state

ମୋଟର ସାଇକେଲ ପାଇଁ ବୋହୂକୁ ମରଣାନ୍ତକ ଆକ୍ରମଣ, ଶ୍ବଶୁର ଓ ସ୍ୱାମୀ ଥାନାରେ ଅଟକ

author img

By

Published : Jul 15, 2022, 4:09 PM IST

Updated : Jul 15, 2022, 6:31 PM IST

ଯୌତୁକ ପାଇଁ ବୋହୂକୁ ମରଣାନ୍ତକ ଆକ୍ରମଣ
ଯୌତୁକ ପାଇଁ ବୋହୂକୁ ମରଣାନ୍ତକ ଆକ୍ରମଣ

ମୋଟର ସାଇକେଲ ପାଇଁ ଶଶୁଘର ଲୋକେ ବୋହୂକୁ ଶାବଳରେ ପିଟି ବାପାଘର ଆଗରେ ଫିଙ୍ଗିଦେଲେ । ଶେଷରେ ଗାଁ ଲୋକଙ୍କ ହାବୁଡରେ ପଡି ସ୍ୱାମୀ ଓ ଶ୍ବଶୁର ଛେଚା ଖାଇଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଏରସମା ଜିରାଇଲୋ ଗାଁରେ । ଅଧିକ ପଢନ୍ତୁ

ଜଗତସିିଂହପୁର: ଯୌତୁକ ପାଇଁ ଲୁହା ରଡ଼ରେ ପିଟିଲେ ବୋହୂକୁ । ଗତକାଲି(ଗୁରୁବାର) ସନ୍ଧ୍ୟାରେ ଯୌତୁକରେ ଦେବାକୁ ଥିବା ମୋଟର ସାଇକେଲ କାହିଁକି ଦେଲେନି ବୋଲି ବୋହୂକୁ ପଚାରିଲେ ଶାଶୁଘର ଲୋକେ । ବୋହୂକୁ ଗାଳି ଗୁଲଜ କରି ଆରମ୍ଭ କଲେ ନିର୍ଯ୍ୟାତନା । ପରେ ଶାଶୁ ଶଶୁର ମିଶି ପିଟିଲେ, ଆଉ ତାପରେ ନଣନ୍ଦ ଓ ସ୍ବାମୀ ମିଶି ନିର୍ଘାତ ମାଡ ମାରିଲେ । ଚାପୁଡା, ବିଧା, ଗୋଇଠାରୁ ଆରମ୍ଭ କରି ବାଡି, ଠେଙ୍ଗା ଆଉ ଲୁହା ଶାବଳରେ ମାଡ଼ ମାରିଲେ । ତଣ୍ଟି ଚିପିଲେ ଛାତି ଉପରେ ଠିଆ ହୋଇ ଚକୁଡି ପକାଇଲେ । ଏହାପରେ ଗୁରୁତର ଅବସ୍ଥାରେ ଆଜି ସକାଳୁ ବାପଘର ଗାଁ ଜିରାଇଲୋ ଘର ଆଗରେ ଫୋପାଡ଼ି ଦେଇ ଚାଲିଗଲେ ସ୍ବାମୀ ଓ ଶ୍ବଶୁର । ଯନ୍ତ୍ରଣାରେ ଛଟପଟ ହେଇ ଆତୁର ଆଉ କୋହଭରା କଣ୍ଠରେ ଗାଁ ଲୋକଙ୍କୁ କହୁଥିଲା ବୋହୂ ଚନ୍ଦ୍ରମୁଖୀ । ପୋଲିସ ଚନ୍ଦ୍ରମୁଖୀର ବୟାନକୁ ମୋବାଇଲରେ ରେକର୍ଡ କରି ତାଙ୍କୁ ଆମ୍ବୁଲାନ୍ସରେ ତୁରନ୍ତ ପଠାଇଥିଲା ଡାକ୍ତରଖାନାକୁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଏରସମା ଥାନା ଅନ୍ତର୍ଗତ ଜିରାଇଲୋ ଗାଁରେ ।

ଯୌତୁକ ପାଇଁ ବୋହୂକୁ ମରଣାନ୍ତକ ଆକ୍ରମଣ

ସେପଟେ ଚନ୍ଦ୍ରମୁଖୀକୁ ଗୁରୁତର ଅବସ୍ଥାରେ ବାପଘର ଆଗରେ ଫୋପାଡ଼ି ଦେଇ ଚାଲି ଯାଉଥିବା ବେଳେ ଗାଁ ଲୋକଙ୍କ ହାବୁଡରେ ପଡି ଯାଇଥିଲେ ସ୍ୱାମୀ ପ୍ରିୟବ୍ରତ ଓ ଶ୍ବଶୁର । ତାପରେ ଗାଁ ଲୋକେ ପୋଲିସକୁ ଖବର ଦେଇ ଅଟକ ରଖିଥିଲେ ଉଭୟଙ୍କୁ । ଚନ୍ଦ୍ରମୁଖୀର ଦୁରାବସ୍ଥା ଦେଖି ତାତି ଉଠିଲେ ଗାଁର ମହିଳାମାନେ । ଏହାପରେ ଉତ୍ୟକ୍ତ ମହିଳାମାନେ ଚନ୍ଦ୍ରମୂଖୀର ସ୍ୱାମୀ ପ୍ରିୟବ୍ରତ ଓ ଶ୍ବଶୁରଙ୍କୁ ଧରି ଗୋଇଠା, ଚପଲ, ବାଡି ଠେଙ୍ଗା ଧରି ନିସ୍ତୁକ ମାଡମାରିଲେ । ପୋଲିସ ଆସି ଗାଁରୁ ଉଭୟ ବାପା ପୁଅକୁ ଉଦ୍ଧାର କରି ଥାନାକୁ ନେଇଗଲେ ।

ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଜିରାଇଲୋ ଗାଁର ଧୁର୍ବ ଚରଣ ବେହେରାଙ୍କ ଝିଅ ଚନ୍ଦ୍ରମୁଖୀ, ତ୍ରିତ୍ତୋଲ ଥାନା ଅନ୍ତର୍ଗତ ଓଲଗଦା ଗ୍ରାମର ପ୍ରିୟବ୍ରତଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ସମୟରେ 50 ହଜାର ଟଙ୍କା ଓ ସୁନା ଗହଣା ଯୌତୁକ ଦେଇଥିଲେ ଧୁର୍ବଚରଣ। ହେଲେ ଶ୍ବଶୁରଘର ଲୋକେ ଏକ ମଟର ସାଇକେଲ ଦାବୀ କରି ବୋହୂ ଚନ୍ଦ୍ରମୁଖୀଙ୍କୁ ମାରଧର କରୁଥିଲେ ଚନ୍ଦ୍ରମୂଖୀ ଚୁପ ରହୁଥିଲେ । ତେବେ ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ଶାଶୂଘର ଲୋକଙ୍କ ନିର୍ଯ୍ୟାତନା ସହିବାର ସୀମା ଟପି ଯାଇଥିଲା । ଶାଶୁଘର ଲୋକେ ଚନ୍ଦ୍ରମୁଖୀକୁ ଲୁହା ରଡ଼ରେ ମାଡମାରି ଆଜି ସକାଳୁ ରକ୍ତାକ୍ତ ଅବସ୍ଥାରେ ବାପଘର ଗାଁ ଜିରାଇଲ ଠାରେ ଫୋପାଡ଼ି ଦେଇ ଚାଲି ଯାଉଥିଲେ । ହେଲେ ଗାଁ ଲୋକେ ବାପ ପୁଅକୁ କାବୁ କରିବା ସହ ମାଡ଼ ମାରି ପୋଲିସର ଜିମା ଦେଇଥିଲେ ।

ଗାଁ ଲୋକଙ୍କ ଠାରୁ ଖବର ପାଇ ଚନ୍ଦ୍ରମୁଖୀକୁ ଉଦ୍ଧାରକରି ଜଗତସିଂହପୁର ମେଡ଼ିକାଲରେ ଭର୍ତ୍ତି କରିଛି । ସେହିପରି ଦୁଇ ଅଭିଯୁକ୍ତଙ୍କୁ ଧରି ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଜଗତସିିଂହପୁର

Last Updated :Jul 15, 2022, 6:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.