ETV Bharat / state

ପାରାଦ୍ୱୀପ କାର୍ଗୋ ଟର୍ମିନାଲରେ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

author img

By

Published : May 15, 2023, 6:05 PM IST

ପାରାଦ୍ୱୀପ କାର୍ଗୋ ଟର୍ମିନାଲରେ ଦୁର୍ଘଟଣା
ପାରାଦ୍ୱୀପ କାର୍ଗୋ ଟର୍ମିନାଲରେ ଦୁର୍ଘଟଣା

ଜେଏମ୍ ବକ୍ସି ପାରାଦୀପ ଇଣ୍ଟରନ୍ୟାସନାଲ୍ କାର୍ଗୋ ଟର୍ମିନାଲରେ ଦୁର୍ଘଟଣା । ରିଙ୍ଗ୍ ଛିଟିକି ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଗୁରୁତର । ଅଧିକ ପଢ଼ନ୍ତୁ

ପାରାଦୀପ ଇଣ୍ଟରନ୍ୟାସନାଲ୍ କାର୍ଗୋ ଟର୍ମିନାଲରେ ଦୁର୍ଘଟଣା

ଜଗତସିଂହପୁର: ପାରାଦୀପ ସ୍ଥିତ ଜେଏମ୍ ବକ୍ସି ପାରାଦୀପ ଇଣ୍ଟରନ୍ୟାସନାଲ୍ କାର୍ଗୋ ଟର୍ମିନାଲରେ ଦୁର୍ଘଟଣା । ଫୋରକ୍ଲିପ୍ ମେସିନର ଟାୟାର୍ ଖୋଲୁଥିବା ସମୟରେ ରିଙ୍ଗ୍ ଛିଟିକି ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଗୁରୁତର । ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ।

ସୂଚନାନୁଯାୟୀ, ଆଜି ସକାଳ ୬ଟା ସମୟରେ ପାରାଦୀପ ସ୍ଥିତ ଜେଏମ୍ ବକ୍ସି ଇଣ୍ଟରନ୍ୟାସନାଲ୍ କମ୍ପାନୀରେ ଏପରି ଅଘଟଣ ଘଟିଛି । ଜେଏମ୍ ଅଧିନରେ କାର୍ଯ୍ୟ କରୁଥିବା 'ନୁର୍ ଲିପଟର' ଠିକା ସଂସ୍ଥାର ଫୋର୍ କ୍ଲିପ ମେସିନର ଚକା ରିଙ୍ଗ୍ ମାଡରେ ହେଲପରଙ୍କ ମୃତ୍ୟୁ ଘଟିଛି ଓ ଅପରେଟର ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଅପରେଟର୍‌ଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଅଧିକ ପଢ଼ନ୍ତୁ:CM Race: କିଏ ହେବ କର୍ଣ୍ଣାଟକ କିଙ୍ଗ୍‌ ? ଜନ୍ମଦିନରେ ଶିବକୁମାରଙ୍କୁ ଉପହାର ଦେବ କି କଂଗ୍ରେସ

ସକାଳୁ ଫୋରକ୍ଲିପ୍ ମେସିନଟି ଜାହାଜରେ ଆସିଥିବା ମାଲ୍ ଅନ୍ୟ ଏକ ଗାଡିକୁ ଲୋଡିଂ କରୁଥିବା ସମୟରେ ଫୋରକ୍ଲିପ୍ ମେସିନଟି ଅଚଳ ହୋଇ ପଡିଥିଲା । ଫୋରକ୍ଲିପ୍ ମେସିନର ହେଲପର୍ ଜଣଙ୍କ ଚକା ଖୋଲୁଥିବା ସମୟରେ କୌଣସି କାରଣରୁ ଚକାର ରିଙ୍ଗଟି ଛିଟିକି ପଡିଥିଲା । ଫଳରେ ଘଟଣା ସ୍ଥଳରେ ହେଲପର୍ ଓ ଅପରେଟର୍ ଦୁହେଁ ଗୁରୁତର ହୋଇ ତଳେ ପଡିଯାଇଥିଲେ । ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ପାରାଦୀପ ସ୍ଥିତ ଅଠରବାଙ୍କୀ ମେଡିକାଲକୁ ଅଣାଯାଇଥିଲା । ହେଲେ ଚିକିତ୍ସିତ ସମୟରେ ହେଲପର୍ ଜଣଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । ପରେ ଅପେରେଟରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଅଧିକ ପଢ଼ନ୍ତୁ: Same-Sex Relationship: ଭଉଣୀର ନଣନ୍ଦ ପ୍ରେମରେ ବାୟା ଯୁବତୀ, ଘରୁ ଫେରାର ହୋଇ କଲେ ବିବାହ

ମୃତକ ଜଣଙ୍କ ହେଲେ ସୟଦ୍ ରାଜା । ତାଙ୍କ ଘର ଉତ୍ତର ପ୍ରଦେଶର ବୋଲି ଜଣାପଡିଛି । ତେବେ ଘଟଣାକୁ ନେଇ ଶ୍ରମିକଙ୍କ ମଧ୍ୟରେ ଉତେଜନା ଲାଗି ରହିଥିବା ବେଳେ ପାରାଦ୍ୱୀପ ଆଦର୍ଶ ଥାନା ପୋଲିସର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ କୌଣସି ଶିଳ୍ପାନୁଷ୍ଠାନ ହେଉ ବା ବନ୍ଦର ମଧ୍ୟରେ ଥିବା ବୃହତ କମ୍ପାନୀରେ କାର୍ଯ୍ୟ ବିନା ସୁରକ୍ଷା ସରଞ୍ଜାମରେ କିପରି କାର୍ଯ୍ୟ କରାଯାଉଛି । ଯାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣା ପରେ ଶ୍ରମିକମାନେ କାର୍ଯ୍ୟବନ୍ଦ କରିଛନ୍ତି । ଫଳରେ ଟର୍ମିନାଲ୍‌ର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.