ETV Bharat / state

ଚିଙ୍ଗୁଡ଼ି ଘେରିରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲା ପରିବାର

author img

By

Published : Jul 12, 2023, 7:04 AM IST

ହତ୍ୟା ଅଭିଯୋଗ ଆଣିଲା ପରିବାର
ହତ୍ୟା ଅଭିଯୋଗ ଆଣିଲା ପରିବାର

ଚିଙ୍ଗୁଡ଼ି ଘେରି ମଧ୍ଯରେ ସନ୍ଦେହଜନକ ଭାବରେ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲା ପରିବାର । ଅଧିକ ପଢ଼ନ୍ତୁ

ଜଗତସିଂହପୁର: ଚିଙ୍ଗୁଡ଼ି ଘେରି ମଧ୍ୟରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ଚିଙ୍ଗୁଡ଼ି ଘେରି ମଧ୍ଯରେ ସନ୍ଦେହଜନକ ଭାବରେ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ପୋଲିସକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ । ଖବର ପାଇ ଏରସମା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ କୁଞ୍ଜକୋଠିରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ଦିନ 1ଟା ସମୟରେ ସ୍ଥାନୀୟ କିଛି ଲୋକ ଚିଙ୍ଗୁଡ଼ି ଘେରିକୁ କାମ କରିବାକୁ ଯାଇଥିଲେ । ଏହି ସମୟରେ ଏରସମା ଥାନା ଆମ୍ବେକି ପଞ୍ଚାୟତର ବାଘାଡି ଗ୍ରାମର ସପନ ମାନ୍ନାଙ୍କ ପୁଅ ବଳରାମ ମାନ୍ନାଙ୍କର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଗ୍ରାମବାସୀ ବଳରାମଙ୍କ ମୃତଦେହ ଉଦ୍ଧାର କରି ପ୍ରଥମେ ତାଙ୍କୁ ଏରସମା ହସ୍ପିଟାଲକୁ ନେଇଥିବାବେଳେ ସେଥରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଏରସମା ଥାନା ପୋଲିସ ଘଟଣା ଉପରେ ଖୋଳ ତାଡ଼ ଆରମ୍ଭ କରିଛି । ମୃତଶରୀରରେ ଅନେକ କ୍ଷତ ଚିହ୍ନ ଦେଖିବାକୁ ମିଳିଥିବା ବେଳେ ଏହାକୁ ରଫାଦଫା କରିବାକୁ ଚାପ ପକାଯାଉଥିବା ମୃତ ପରିବାରର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ।

ଅଧିକ ପଢ଼ନ୍ତି: ସନ୍ଦେହଜନକ ଅବସ୍ଥାରେ ନର କଙ୍କାଳ ଠାବ, ପରିଚୟ ସହ ମୃତ୍ୟୁର କାରଣ ଅସ୍ପଷ୍ଟ

ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ବଳରାମ ଏରସମାର ଚିଙ୍ଗୁଡ଼ି ଘେରିରେ କାମ କରୁଥିଲେ । ପ୍ରତ୍ୟେକ ଦିନ ଭଳି ମଙ୍ଗଳବାର ମଧ୍ୟ ସକାଳୁ ଚିଙ୍ଗୁଡ଼ି ଘେରିକୁ କାମ କରିବା ପାଇଁ ଆସିଥିଲେ । କିନ୍ତୁ କିଛି ଲୋକେ ତାଙ୍କ ମୃତଦେହ ଭାସୁଥିବା ଦେଖିଥିଲେ । ମୃତ୍ୟୁ ଘଟଣା ପ୍ରଘଟ ହେବାପରେ ଚିଙ୍ଗୁଡ଼ି ଘେରି ମାଲିକ କହିଛନ୍ତି, "ଏହା ଏକ ଦୁର୍ଘଟଣା, କରେଣ୍ଟ ମାରିବା ଯୋଗୁ ବଳରାମର ମୃତ୍ୟୁ ହୋଇଛି । ଏହାକୁ ନେଇ ପରିବାର ଲୋକଙ୍କ ସନ୍ଦେହ ସୃଷ୍ଟି ହୋଇଛି ।" ସମସ୍ତ ଘଟଣା ମୃତକଙ୍କ ପରିବାର ପୋଲିସକୁ ଲିଖିତ ଭାବେ ଜଣାଇଛନ୍ତି । ପୋଲିସ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି । ବଳରାମର କେଉଁଭଳି ମୃତ୍ୟୁ ହେଲା ? ବିଦ୍ୟୁତ ସଂସ୍ପର୍ଶରେ ଆସିବା ଯୋଗୁଁ ମୃତ୍ୟୁ ହୋଇଛି ନାଁ ବଳରାମକୁ କେହି ହତ୍ୟା କରି ଏହି ଚିଙ୍ଗୁଡ଼ି ଘେରିରେ ଫିଙ୍ଗିି ଦେଇଛି ତାହାକୁ ନେଇ ତନାଘନା ଆରମ୍ଭ କରିଛି ପୋଲିସ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.