ETV Bharat / state

ସନ୍ଦେହଜନକ ଅବସ୍ଥାରେ ନର କଙ୍କାଳ ଠାବ, ପରିଚୟ ସହ ମୃତ୍ୟୁର କାରଣ ଅସ୍ପଷ୍ଟ

author img

By

Published : Jul 9, 2023, 6:37 PM IST

ପୁରୀ-କୋଣାର୍କ ମୁଖ୍ୟ ରାସ୍ତା ନିଆଖିଆ ବ୍ରିଜି ପାର୍ଶ୍ବରୁ ଠାବ ହେଲା ନର କଙ୍କାଳ । କଙ୍କାଳକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ରାମଚଣ୍ଡୀ ପୋଲିସ । ଅଧିକ ପଢ଼ନ୍ତୁ

ପୁରୀ-କୋଣାର୍କ ମୁଖ୍ୟ ରାସ୍ତାରୁ ଉଦ୍ଧାର ହେଲା କଙ୍କାଳ
ପୁରୀ-କୋଣାର୍କ ମୁଖ୍ୟ ରାସ୍ତାରୁ ଉଦ୍ଧାର ହେଲା କଙ୍କାଳ

ପୁରୀ-କୋଣାର୍କ ମୁଖ୍ୟ ରାସ୍ତାରୁ ଉଦ୍ଧାର ହେଲା କଙ୍କାଳ

ପୁରୀ: ସନ୍ଦେହଜନକ ଅବସ୍ଥାରେ ନର କଙ୍କାଳ ଠାବ । ପୁରୀ-କୋଣାର୍କ ମୁଖ୍ୟ ରାସ୍ତା ନିଆଖିଆ ବ୍ରିଜି ପାର୍ଶ୍ବରୁ କଙ୍କାଳ ଠାବ କରିଛି ରାମଚଣ୍ଡୀ ପୋଲିସ । ଏହି କଙ୍କାଳ ମୁହଁକୁ କଳା କପଡାରେ ବନ୍ଧା ଯାଇଥିବା ବେଳେ ଏହା ହତ୍ୟା ନାଁ ଆତ୍ମହତ୍ୟା ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ରାମଚଣ୍ଡୀ ପୋଲିସ ସହ ସାଇଣ୍ଟିଫିକ ଟିମ୍ ପହଞ୍ଚି କଙ୍କାଳକୁ ଉଦ୍ଧାର କରିଛି ।

ସୂଚନା ଅନୁସାରେ କଙ୍କାଳଟି ଆଜକୁ ୧୫ ଦିନ ହେବ ଝୁଲୁଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ରାମଚଣ୍ଡୀ ପୋଲିସର ସୂଚନା ଅନୁଯାୟୀ ଏହା ହତ୍ୟା ନାଁ ଆତ୍ମହତ୍ୟା ତଦନ୍ତ ପରେ ଜଣାପଡିବ । ଯଦି ହତ୍ୟା ତେବେ କିଏ ଓ କାହିଁକି ଏପରି କରିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ । ମୃତଦେହଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ କଙ୍କାଳ ପାଲଟିଛି । ଏହି କଙ୍କାଳ ମହିଳା କି ପୁରୁଷର ତାହା ଅସ୍ପଷ୍ଟ ରହିଛି । ପୋଷ୍ଟମର୍ଟମ ରିପୋର୍ଟ ପରେ ଏହାକୁ ନେଇ ସ୍ପଷ୍ଟ ସୂଚନା ଦିଆଯାଇ ପରିବ । ତେବେ କଙ୍କାଳ ପାଖରେ ଚପଲ ପଡିଥିବା ବେଳେ ବେଲ୍ଟ ସହ ଲୁହା ରଡରେ ବନ୍ଧାଯାଇଥିବା ଦେଖିବାକୁ ମିଳିଛି । ସାଇଣ୍ଟିଫିକ ଟିମ୍ ତଦନ୍ତ ପରେ ହତ୍ୟା କି ଆତ୍ମହତ୍ୟା ଜଣାପଡିବ । ତେବେ କଙ୍କାଳ ଠାବ ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋରଧରିଛି । ମୃତଦେହର ପରିଚୟ ମିଳିପାରି ନାହିଁ । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍‌ ଘଟଣାସ୍ଥଳର ଯାଞ୍ଚ କରିଛନ୍ତି । ଏହାସହ ମୃତକର ପରିଚୟ ପାଇବା ପାଇଁ ପୋଲିସ ଆନୁସନ୍ଧାନ ଆରମ୍ଭ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ: ବଲାଙ୍ଗୀର ଜଙ୍ଗଲରୁ ପୁଣି ନର କଙ୍କାଳ ଉଦ୍ଧାର

ତେବେ ନିକଟରେ ତୁରେକେଲା ଅଞ୍ଚଳରୁ ଏକ ନର କଙ୍କାଳ ଉଦ୍ଧାର ହୋଇଥିଲା । ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ରେଳ ଷ୍ଟେସନ ନିକଟ ବେଲବାଞ୍ଜି ଜଙ୍ଗଲରୁ ନର କଙ୍କାଳ ଠାବ କରିଥିଲା ପୋଲିସ । ବେଳବାଞ୍ଜି ଜଙ୍ଗଲକୁ କିଛି ଲୋକେ ଛେଳି ଚରାଇବାକୁ ଆସି ଏକ ମୁଣ୍ଡର ଖପୁରୀ, ମେରୁଦଣ୍ଡ, ଗୋଡ଼ହାଡ଼ର ହାଡ଼ ଏବଂ ପାଖରେ ଏକ ପୋଷାକ ପଡିଥିବା ଦେଖିବାକୁ ପାଇଥିଲେ । ସ୍ଥାନୀୟ ପୋଲିସକୁ ଖବର ଦେବାପରେ ସୂଚନା ପାଇ ତୁରେକେଲା ପୋଲିସ ଓ କଣ୍ଟାବାଞ୍ଜି ଏସ୍‌ଡିପିଓ ଜଙ୍ଗଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଜଙ୍ଗଲ ଭିତରେ କେହି ଜଣକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ସେପଟେ ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ କରୁଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.