ବଲାଙ୍ଗୀର ଜଙ୍ଗଲରୁ ପୁଣି ନର କଙ୍କାଳ ଉଦ୍ଧାର

By

Published : Apr 1, 2023, 10:15 PM IST

thumbnail

ବଲାଙ୍ଗୀର: ତୁରେକେଲା ଅଞ୍ଚଳରୁ ପୁଣି ଏକ ନର କଙ୍କାଳ ଉଦ୍ଧାର ହୋଇଛି । ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ରେଳ ଷ୍ଟେସନ ନିକଟ ବେଲବାଞ୍ଜି ଜଙ୍ଗଲରୁ ନର କଙ୍କାଳ ଠାବ ହୋଇଛି । ମହନିଲହ ଗ୍ରାମକୁ ଲାଗି ରହିଥିବା ବେଳବାଞ୍ଜି ଜଙ୍ଗଲକୁ କିଛି ଲୋକେ ଛେଳି ଚରାଇବାକୁ ଆସି ଏକ ମୁଣ୍ଡର ଖପୁରୀ, ମେରୁଦଣ୍ଡ, ଗୋଡ଼ହାଡ଼ର ହାଡ଼ ଏବଂ ପାଖରେ ଏକ ପୋଷାକ ପଡିଥିବା ଦେଖିବାକୁ ପାଇଥିଲେ । ସ୍ଥାନୀୟ ପୋଲିସକୁ ଖବର ଦେବାପରେ ସୂଚନା ପାଇ ତୁରେକେଲା ପୋଲିସ ଓ କଣ୍ଟାବାଞ୍ଜି ଏସଡିପିଓ ଜଙ୍ଗଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି କଙ୍କାଳ ମହିଳା କି ପୁରୁଷର ତାହା ଅସ୍ପଷ୍ଟ ରହିଛି । ତେବେ ଜଙ୍ଗଲ ଭିତରେ କେହି ଜଣକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ସେପଟେ ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରୁଛି । କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡି କହିଛନ୍ତି, "ତଦନ୍ତ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ସୂଚନା ମିଳିନାହିଁ ।" ସୂଚନା ଥାଉକି, ପୂର୍ବରୁ ମଧ୍ୟ ଏହି ଜଙ୍ଗଲରୁ ଗୋଟିଏ ନର କଙ୍କାଳ ଉଦ୍ଧାର ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ରାୟପୁରର ଜଣେ ମହିଳା ବ୍ୟାଙ୍କ କର୍ମଚାରୀଙ୍କ ବୋଲି ଜଣା ପଡିଥିଲା । 

ଇଟିଭି ଭାରତ, ବଲାଙ୍ଗୀର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.