ETV Bharat / state

ଖୁଦୁରୁକୁଣୀ ପୂଜାରେ କଳସ ବୁଡାଇବାକୁ ଯାଇ ଭାସିଗଲା ନାବାଳିକ, ମିଳୁନି ପତ୍ତା

author img

By ETV Bharat Odisha Team

Published : Sep 3, 2023, 10:02 PM IST

କଳସ ବୁଡାଇବାକୁ ଯାଇ ନଦୀରେ ଭାସିଗଲେ ନାଁ ବାଳିକା
କଳସ ବୁଡାଇବାକୁ ଯାଇ ନଦୀରେ ଭାସିଗଲେ ନାଁ ବାଳିକା

ଖୁଦୁରୁକୁଣୀ ପୂଜା ପାଇଁ କଳସ ବୁଡାଇବାକୁ ଯାଇ ନଦୀରେ ଭାସିଗଲେ ନାବାଳିକା । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି । ଅଧିକ ପଢନ୍ତୁ

କଳସ ବୁଡାଇବାକୁ ଯାଇ ନଦୀରେ ଭାସିଗଲେ ନାଁ ବାଳିକା

ଜଗତସିଂହପୁର: ଖୁଦୁରୁକୁଣୀ ପୂଜା ହେଲା କାଳ । କଳସ ବୁଡ଼ାଇବାକୁ ଯାଇ ନଦୀରେ ଭାସିଗଲେ ନାବାଳିକା । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରୀ ରହିଥିବା ବେଳେ ନାବାଳିକାଙ୍କର କୌଣସି ପତ୍ତା ମିଳିପାରି ନାହିଁ । ଏପରି ଘଟଣା ଦେଖିବାକୁ ମିଳିଛି ପାରାଦୀପ ଅଠରବାଙ୍କୀରେ । ଖୁଦୁରୁକୁଣୀ ଓଷା ଲାଗି କଳସ ବୁଡାଇବାକୁ ୪ଜଣ ନାବାଳିକା ସାଙ୍ଗ ପାରାଦୀପ ସ୍ଥିତ ମତ୍ସ୍ୟଡିଆ ନଦୀକୁ ଯାଇଥିଲେ । ହେଲେ ଅସାବଧାନ କାରଣରୁ ପ୍ରଖର ନଦୀସ୍ରୋତରେ ଭାସିଯାଇଥିଲା ନାବାଳିକା ଜଣକ ।

ଏହା ବି ପଢନ୍ତୁ..ପାଣି ଉଠାଇବାକୁ ଯାଇ ଦେବୀନଦୀରେ କାଉଡ଼ିଆ ନିଖୋଜ

ସୂଚନା ଅନୁଯାୟୀ, ଆଜିଠୁ ଆରମ୍ଭ ହେଉଛି ଖୁଦୁରୁକୁଣୀ ପୂଜା । ଏହି ପୂଜା ପାଇଁ ଅଠରବାଙ୍କୀ ସ୍ଥିତ ମତ୍ସ୍ୟଡିଆ ନଦୀକୁ ସାଙ୍ଗସାଥିଙ୍କ ସହ ଆରତୀ ମଲ୍ଲିକ ନାମକ ୧୪ ବର୍ଷୀୟ ନାଁ ବାଳିକା କଳସ ବୁଡ଼ାଇବାକୁ ଯାଇଥିଲେ । ପୂଜା କରି କଳସ ବୁଡ଼ାଇବା ସମୟରେ ଆରତୀ ମଲ୍ଲିକ ନଦୀରେ ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇ ଯାଇଥିଲେ । ତେବେ ଆରତୀଙ୍କ ନିକଟରେ ଥିବା ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଥିଲେ । ମାତ୍ର ତାଙ୍କୁ ଉଦ୍ଧାର କରିବାରେ ଅସମର୍ଥ ହୋଇଥିଲେ । ସ୍ଥାନୀୟ ଲେକେ ତାଙ୍କ ପାଟି ଶୁଣି ଘଟଣାସ୍ଥଳରେ ପହଞ୍ଚିବା ପରେ ସଙ୍ଗେସଙ୍ଗେ ଅଗ୍ନିଶମ ବିହନୀକୁ ଖବର ଦେଇଥିଲେ । ଖବର ପାଇ ପାରାଦୀପ ସିଆଇଏସ୍ଏଫ୍ ଓ କୁଜଙ୍ଗ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ବହୁ ଖୋଜାଖୋଜି ଚଳାଇଥିବା ବେଳେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ନଦୀରେ ଜାଲ ପକାଇ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ତେବେ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ମଧ୍ୟ ନିଖୋଜ ନାଁ ବାଳିକାଙ୍କର କୌଣସି ପତ୍ତା ମିଳିପାରି ନାହିଁ ।

ଏହା ବି ପଢନ୍ତୁ..ମୁଣ୍ଡଳି ବ୍ରିଜରୁ ମହାନଦୀକୁ ଡେଇଁ ଯୁବକ ନିଖୋଜ: ଥୁଆ ହୋଇଛି ବାଇକ୍

ନିଖୋଜ ହୋଇ ଯାଇଥିବା ନାଁ ବାଳିକା ଜଣଙ୍କ ହେଲେ ପାରାଦୀପ ସବଷ୍ଟେସନ ଛକ ମୁଣ୍ଡାପଡା ବସ୍ତିର ସଂଜୟ ମଲ୍ଲିକଙ୍କ ୧୪ବର୍ଷର ଝିଅ ଆରତୀ ମଲ୍ଲିକ । ଆରତୀ ପାରାଦୀପ ଏନ୍ଏସି ବାଳିକା ହାଇସ୍କୁଲରେ ୯ମ ଶ୍ରେଣୀର ଛାତ୍ରୀ । ଆଜି ସେ ଖୁଦୁରୁକୁଣୀ ଓଷାରେ କଳସ ପୂଜା କରିବାକୁ ନଦୀକୁ ଯାଇଥିଲେ । ଆଜିର ଏହି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୁଃଖର ବାତାବରଣ ସୃଷ୍ଟି ହୋଇଛି ।

ଏହା ବି ପଢନ୍ତୁ..ଗାଧୋଇବା ବେଳେ ନଦୀରେ ଭାସିଗଲେ ଯୁବତୀ, ମିଳୁନି ପତ୍ତା

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.