ETV Bharat / state

ମୁଣ୍ଡଳି ବ୍ରିଜରୁ ମହାନଦୀକୁ ଡେଇଁ ଯୁବକ ନିଖୋଜ: ଥୁଆ ହୋଇଛି ବାଇକ୍

author img

By

Published : Aug 11, 2023, 2:17 PM IST

ମହାନଦୀକୁ ଡେଇଁ ନିଆଳି ଅଞ୍ଚଳର ଯୁବକ ନିଖୋଜ । ଖୋଜାଖୋଜି ଜାରି । ଅଧିକ ପଢନ୍ତୁ

ମୁଣ୍ଡଳି ବ୍ରିଜରୁ ମହାନଦୀକୁ ଡେଇଁ ଯୁବକ ନିଖୋଜ
ମୁଣ୍ଡଳି ବ୍ରିଜରୁ ମହାନଦୀକୁ ଡେଇଁ ଯୁବକ ନିଖୋଜ


ମହାନଦୀକୁ ଡେଇଁ ଯୁବକ ନିଖୋଜ

ନିଆଳି: କଟକ ଜିଲ୍ଲା ଆଠଗଡ ମୁଣ୍ଡଳି ବ୍ରିଜରୁ ଜଣେ ଯୁବକ ମହାନଦୀକୁ ଡେଇଁ ପଡିଛନ୍ତି । ଗତକାଲି(ଗୁରୁବାର) ରାତିରେ ବ୍ରିଜ ଉପରେ ନିଜର ମୋଟର ସାଇକେଲ ରଖି ସେ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି । ଯୁବକ ଜଣକ ହେଲେ ନିଆଳି ବ୍ଲକ କର୍ସଦା ଗ୍ରାମର ସାରଦା ପ୍ରସନ୍ନ ଷଡଙ୍ଗୀଙ୍କ ପୁଅ ଶାଶ୍ବତ ଷଡ଼ଙ୍ଗୀ । ଆଜି ସକାଳୁ ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ ଟିମ୍ ତାଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି । ହେଲେ ଏ ଯାଏଁ ତାଙ୍କର କିଛି ପତ୍ତା ମିଳିନି । ତେବେ କାହିଁକି ଶ୍ବାଶତ ମହାନଦୀକୁ ଡେଇଁଲେ ସେନେଇ କିଛି ଜଣାପଡିନଥିବା ବେଳେ ପୁଅର ଏଭଳି ଚରମ ନିଷ୍ପତ୍ତିକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ମିଳିଥିବା ସୂଚନା ଅନୁସାରେ, ଗତ ରାତିରେ ଶାଶ୍ବତ ଆଠଗଡ଼ ମୁଣ୍ଡଳୀ ବ୍ରିଜ ଉପରେ ନିଜର ମୋଟର ସାଇକେଲ ରଖି ମହାନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ଆଜି ସକାଳୁ ଆଠଗଡ଼ ଅଗ୍ନିଶମ ବାହିନୀ ପହଞ୍ଚି ମହାନଦୀରେ ସର୍ଚ୍ଚ ଅପରେସନ ଚଳାଇଛି । ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ ଟିମ୍ ଖୋଜାଖୋଜି ଜାରି ରଖିଛନ୍ତି । ତେବେ ଯୁବକ ଜଣଙ୍କ କାହିଁକି ଓ କେଉଁଥିପାଇଁ ପାଇଁ ଏଭଳି ନିଷ୍ପତ୍ତି ନେଲେ ତାହା ଜଣା ପଡ଼ିନାହିଁ । ଘଟଣାସ୍ଥଳରେ ଶାଶ୍ବତ ଷଡ଼ଙ୍ଗୀଙ୍କ ପରିବାର ଲୋକେ ପହଞ୍ଚି ଖୋଜାଖୋଜିରେ ସହଯୋଗ କରୁଛନ୍ତି । ଶାଶ୍ବତ ଜଣେ ଭଦ୍ର ଓ ନମ୍ର ସ୍ବଭାବର ପିଲା, ତେଣୁ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ପରିବାର ଲୋକ ।

ଏହାମଧ୍ୟ ପଢନ୍ତୁ: ମହାନଦୀରେ ନିଖୋଜ, କୁଆଖାଇରୁ ମିଳିଲା ମୃତଦେହ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ଆତ୍ମହତ୍ୟା ପ୍ରବଣତା ବଢିବାରେ ଲାଗିଛି । ମହାନଦୀକୁ ଡେଇଁବା ଯେମିତି ନୂଆ ଟ୍ରେଣ୍ଡ ପାଲଟିଛି । ପାରିବାରିକ କଳହକୁ ନେଇ ହେଉ କିମ୍ବା ପ୍ରେମ ବ୍ୟାପାରକୁ ନେଇ ଅନେକ ସମୟରେ ଯୁବକ ଯୁବତୀ ମହାନଦୀକୁ ଡେଇଁ ପଡୁଛନ୍ତି । ପ୍ରତିଦିନ ନଦୀରେ ନିଖୋଜ ଘଟଣା ସାମ୍ନାକୁ ଆସୁଛି । ସେହିପରି ଅନେକ ସମୟରେ ଲୋକେ ଗାଧୋଇବା ବେଳେ ଅସାବଧାନତା ବଶତଃ ନଦୀରେ ବୁଡି ଯାଉଛନ୍ତି ।

ଗତକାଲି ସକାଳେ କୁଆଖାଇ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଯୁବକ ଜଣ ବାଙ୍କି ଅଞ୍ଚଳର ହୋଇଥିବା ବେଳେ ସେ ମହାନଦୀରେ ନିଖୋଜ ହୋଇଯାଇଥିଲେ । ଦୁଇ ଦିନ ପରେ କୁଆଖାଇରୁ ତାଙ୍କର ମୃତଦେହ ମିଳିଥିଲା ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.