ଗାଧୋଇବା ବେଳେ ନଦୀରେ ଭାସିଗଲେ ଯୁବତୀ, ମିଳୁନି ପତ୍ତା

By

Published : Aug 10, 2023, 2:18 PM IST

thumbnail

ଯାଜପୁର: ନଦୀରେ ଭାସି ଯୁବତୀ ନିଖୋଜ l ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ଭାସିଯାଇଥିଲେ ଯୁବତୀ । ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ବରପଦା ପଞ୍ଚାୟତ ନିଆଳି ଗ୍ରାମରେ । ଆଜି ସକାଳୁ ପାଖରେ ଥିବା ବ୍ରାହ୍ମଣୀ ନଦୀର ଶାଖା କେଲୁଅ ନଦୀକୁ ସରୋଜ ପରିଡ଼ାଙ୍କ ଝିଅ ସସ୍ମିତା ପରିଡ଼ା ଭାଉଜଙ୍କ ସହ ଗାଧୋଇବାକୁ ଯାଇଥିଲେ । ସେହି ସମୟରେ କୌଣସି କାରଣ ବଶତଃ ନଦୀରେ ଭାସି ଯାଇଥିଲେ । ଭାଉଜ ବଞ୍ଚାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ସସ୍ମିତାଙ୍କ ପତ୍ତା ମିଳି ନଥିବା ବେଳେ ଘରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ଅନ୍ୟପଟେ ଆଜି କୁଆଖାଇ ନଦୀରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି । ଜଣେ ଦେବୀଦ୍ବାର ଅଞ୍ଚଳର ହୋଇଥିବା ବେଳେ ଅନ୍ୟଜଣେ ନରାଜରୁ ଭାସିଥିବା ଯୁବକ ବୋଲି ସନ୍ଦେହ କରାଯାଉଛି । ବର୍ଷା ଋତୁ ଚାଲିଥିବାରୁ ଏବେ ସାଧାରଣତଃ ନଦୀରେ ଜଳସ୍ତର ଅଧିକ ରହିଥାଏ । ଅସାବଧାନତଃ ବଶତ ଲୋକେ ଭାସି ଯାଉଛନ୍ତି । ଏଥିପାଇଁ ସର୍ତକତା ରହିବା ଆବଶ୍ୟକ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.