ETV Bharat / state

ମାଛ ଧରାକୁ କେନ୍ଦ୍ର କରି ଯୁବକଙ୍କୁ ବୀଭତ୍ସ ହତ୍ୟା

author img

By

Published : Aug 22, 2022, 7:07 AM IST

murder case in siarimala
ମାଛ ଧରାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା

ମାଛ ଧରାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ସିଆରିମାଳ ଗ୍ରାମରେ ଅଭାବନୀୟ ଘଟଣା l ଅଧିକ ପଢ଼ନ୍ତୁ

ଭଞ୍ଜନଗର: ମାଛ ଧରାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା (murder case in siarimala) । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ସିଆରିମାଳ ଗ୍ରାମରେ ଅଭାବନୀୟ ଘଟଣା । ମୃତକ ଜଣକ ହେଉଛନ୍ତି ଦିଲ୍ଲୀ ସ୍ବାଇଁ l ବିଲରେ କାମ କରିବା ଓ ବେନ୍ଦାରେ ମାଛ ଧରିବାକୁ କେନ୍ଦ୍ର କରି ହତ୍ୟା ହୋଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି ।

ମାଛ ଧରାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା

ସୂଚନା ମୁତାବକ, ଶନିବାର ଠାରୁ ଦିଲ୍ଲୀ ସ୍ବାଇଁ ମାଛ ପାଇଁ ଯିବାକୁ କହି ଘରୁ ବାହାରିଥିଲେ । ଘରକୁ ନ ଫେରିବାରୁ ପରିବାର ଲୋକ ଅନେକ ଖୋଜାଖୋଜି କରିବା ପରେ ନପାଇବାରୁ ଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରିବା ସମୟରେ ଗ୍ରାମ ନିକଟରେ ଥିବା ବିଲରେ ଏକ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର କରିଥିଲା । ମୃତକଙ୍କ ନିକଟରୁ ଏକ ଧାରୁଆ ଅସ୍ତ୍ରର ବେଣ୍ଟ ଜବତ ହୋଇଛି । ଏନେଇ ପରିବାର ଲୋକେ କହିଛନ୍ତି, "ମାଛ ଧରିବାକୁ କେନ୍ଦ୍ର କରି କେତେକ ଲୋକେ ତାଙ୍କୁ ବାଟରେ ଜଗି ହତ୍ୟା କରିଛନ୍ତି ।" ପୋଲିସର ପ୍ରାଥମିକ ତଦନ୍ତ ଏବଂ ପରିବାର ଲୋକଙ୍କ ଅଭିଯୋଗ ପ୍ରକାରେ ଦିଲ୍ଲୀ ସ୍ବାଇଁଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିବା ଜଣାପଡ଼ିଛି । ଘଟଣାର ଅଧିକ ତଦନ୍ତ କରୁଛି ଗାଙ୍ଗପୁର ଥାନା ପୋଲିସ l

ଇଟିଭି ଭାରତ, ଭଞ୍ଜନଗର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.