ETV Bharat / state

ଗଞ୍ଜାମରେ ଚାଞ୍ଚଲ୍ୟ, ଘରେ ପଶି ମହିଳାଙ୍କୁ ନିର୍ମମ ହତ୍ୟା

author img

By

Published : Feb 16, 2023, 12:43 PM IST

woman murdered in ganjam
woman murdered in ganjam

ଘରେ ପଶି ମହିଳାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ । ହତ୍ୟାର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

woman murdered in ganjam

ବ୍ରହ୍ମପୁର: ଛତ୍ରପୁର ଥାନା ବିପୁଳିଙ୍ଗି ଗ୍ରାମରେ ବୀଭତ୍ସ ହତ୍ୟାକାଣ୍ଡ । ବିଳମ୍ବିତ ରାତିରେ ବହିଲା ରକ୍ତର ନଦୀ ! ଘରେ ପଶି ମହିଳାଙ୍କୁ ନିର୍ମମ ହତ୍ୟା କଲେ ଦୁର୍ବୃତ୍ତ । ମୃତ ମହିଳା ଜଣକ ହେଉଛନ୍ତି ରାଧାଶ୍ୟାମ ଚୌଧୁରୀଙ୍କ ପତ୍ନୀ ସୁପ୍ରଭା ଚୌଧୁରୀ । ବିଳମ୍ବିତ ରାତ୍ରରେ ଏହି ହତ୍ୟା ଘଟଣା ଘଟିଥିବା ବେଳେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି(ବୁଧବାର) ବିଳମ୍ବିତ ରାତିରେ ବିପୁଳିଙ୍ଗି ଗ୍ରାମରେ ରାଧାଶ୍ୟାମ ଚୌଧୁରୀଙ୍କ ଘରେ କେହି ଦୁର୍ବୃତ୍ତ ପଶି ତାଙ୍କ ପତ୍ନୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଆଜି ସକାଳ ସମୟରେ ଏପରି ହତ୍ୟାକାଣ୍ଡ ସମ୍ପର୍କରେ ଜଣାପଡିଥିଲା ।

ଘଟଣାସ୍ଥଳରେ ଛତ୍ରପୁର ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣରୁ ଓ କିଏ ମହିଳା ଜଣଙ୍କୁ ଏତେ ନିର୍ମମ ଭାବେ ହତ୍ୟା କଲା ସେନେଇ କିଛି ସୂଚନା ମିଳିପାରିନାହିଁ । ଏହି ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାକୁ ନେଇ ହୋଇଛି ନା ଏହାପଛରେ ଅନ୍ୟ କିଛି କାରଣ ରହିଛି ସେନେଇ ତଦନ୍ତ କରୁଛି ପୋଲିସ । ମୃତଦେହକୁ ପୋଲିସ ଜବତ କରିଥିବା ଜଣାପଡିଛି ।

ଗତ କିଛିଦିନ ପୂର୍ବେ କୋରାପୁଟରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା । ଘରେ ପଶି ଜଣେ ଯୁବକଙ୍କ ଗଳାକାଟି ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା । ମୃତ ଯୁବକ ଜଣକ ହେଉଛନ୍ତି ବିଜୟ କୁମାର ପଣ୍ଡା । ହତ୍ୟାର କାରଣ ଜଣାପଡିନଥିବା ବେଳେ ପୋଲିସ ଏନେଇ ତଦନ୍ତ ଜାରି ରଖିଛି । ଯୁବକଙ୍କୁ କିଏ ଓ କାହିଁକି ହତ୍ୟା କଲୋ ତାହା ଜଣାପଡିନାହିଁ । ଏହି ହତ୍ୟାକାଣ୍ଡ ଖବର ସାମ୍ନାକୁ ଆସିବା ପରେ କିଛି ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଥିଲା ।

ଫେବୃଆରୀ 6 ତାରିଖ ଦିନ ବିଳମ୍ବିତ ରାତିରେ ବିଜୟ ଘରେ ଶୋଇଥିବା ସମୟରେ କେହି ତାଙ୍କର ଗଳା କାଟି ହତ୍ୟା କରିଥିବା ତାଙ୍କ ଭାଇ ଅଭିଯୋଗ କରିଥିଲେ। ଏନେଇ ଖବର ପାଇ କୋରାପୁଟ ଏସପିଙ୍କ ସମେତ ଟାଉନ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, "ବିଜୟ ଜଣେ ବହୁତ ଭଲ ମଣିଷ ଥିଲେ । ତାଙ୍କର କାହା ସହିତ କୌଣସି ଶତୃତା ନଥିଲା । କିନ୍ତୁ ତାଙ୍କୁ କିଏ ହତ୍ୟା କଲା ଓ ଏହା ପଛରେ କାରଣ କଣ ରହିଛି ତାହା ଏବେ ସନ୍ଦେହ ଘେରରେ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.