ETV Bharat / state

ଭିଜିଲାନ୍ସ ଜାଲରେ ଉଦ୍ୟାନ କୃଷି ବିଭାଗର ଓଭରସର

author img

By

Published : Feb 19, 2021, 5:04 PM IST

vigilance raid in ganjam district
ଭିଜିଲାନ୍ସ ଜାଲରେ ଉଦ୍ୟାନ କୃଷି ବିଭାଗର ଓଭରସର

ଭିଜିଲାନ୍ସ ଜାଲରେ ଉଦ୍ୟାନ କୃଷି ବିଭାଗର ଓଭରସର । 13 ଜଣ ଚାଷୀଙ୍କ ଠାରୁ ସବସିଡି କରାଇ ଦେବା କହି ନେଉଥିଲେ ଲାଞ୍ଚ । ଅଧିକ ପଢନ୍ତୁ....

ଭଞ୍ଜନଗର : ଭିଜିଲାନ୍ସ ହାତରେ ସରକାରୀ ବାବୁ । ଲାଞ୍ଚ ନେଇ ଧରାପଡିଲେ ବୁଗୁଡ଼ା ଉଦ୍ୟାନ କୃଷି ବିଭାଗର ଓଭରସର ଉମା ଚରଣ ବେହେରା । 13 ଜଣ ଚାଷୀଙ୍କ ଠାରୁ ସବସିଡି କରାଇ ଦେବା କହି 26 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଗିରଫ ହୋଇଛନ୍ତି ।

ଭିଜିଲାନ୍ସ ଜାଲରେ ଉଦ୍ୟାନ କୃଷି ବିଭାଗର ଓଭରସର

ବୁଗୁଡା କାର୍ଯ୍ୟାଳୟ, ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଓ ଲଣ୍ଡେଇ ସାହିରେ ଥିବା ତାଙ୍କ ବାସଭବନରେ ଏକକାଳୀନ ଚଢ଼ାଉ ଜାରିରହିଛି । କରଚୁଲି ଏବଂ ତାକରଡ଼ା ପଞ୍ଚାୟତର 13 ଜଣ ଚଷୀଙ୍କୁ ଋଣ ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ଚାଷୀଙ୍କୁ ଦୁଇ ହାଜର ଟଙ୍କା ଲାଞ୍ଚ ମାଗିଥିଲେ ଉମା ଚରଣ ବେହେରା । ତେରଜଣ ଚାଷୀଙ୍କ ମଧ୍ୟରୁ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଅଭିଯୋଗ କ୍ରମେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.