ETV Bharat / state

ରାସ୍ତାକଡ଼ରୁ ଅଜଣା ମୃତଦେହ ଉଦ୍ଧାର

author img

By

Published : Feb 2, 2022, 12:22 PM IST

unknown dead body found in bhanjanagar
ରାସ୍ତା କଡ଼ରୁ ଅଜଣା ମୃତଦେହ ଉଦ୍ଧାର

ରାସ୍ତାକଡ଼ରୁ ଅଜଣା ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କଇଁଣ୍ଡି ଗ୍ରାମ ମୁଖ୍ୟ ରାସ୍ତାକଡ଼ରୁ ଏକ ଅଜଣା ମୃତଦେହ ଉଦ୍ଧାର କଲା ପୋଲିସ । ଅଧିକ ପଢ଼ନ୍ତୁ

ଭଞ୍ଜନଗର: ରାସ୍ତାକଡ଼ରୁ ଅଜଣା ମୃତଦେହ ଉଦ୍ଧାର। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କଇଁଣ୍ଡି ଗ୍ରାମ ମୁଖ୍ୟ ରାସ୍ତାକଡ଼ରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ।

ରାସ୍ତା କଡ଼ରୁ ଅଜଣା ମୃତଦେହ ଉଦ୍ଧାର

ରାସ୍ତା କଡ଼ରେ ଅଜଣା ମୃତଦେହ ପଡ଼ିଥିବା ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିବା ସୂଚନା ମିଳିଛି। ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଡାକ୍ତରଖାନାକୁ ପଠାଯାଇଛି। ଅନ୍ୟପଟେ ଏଯାଏ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ଜଣା ପଡ଼ିଛି।

ତେବେ କେଉଁ କାରଣରୁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ l ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.