ETV Bharat / state

ପ୍ରେମ କାହାଣୀ ପ୍ରଘଟ ଭୟରେ ଦିବ୍ୟାଙ୍ଗ ମହିଳାଙ୍କୁ ହତ୍ୟା, ପ୍ରେମିକା-ପ୍ରେମିକ ଗିରଫ

author img

By

Published : Jan 19, 2023, 1:49 PM IST

murder of disabled woman in Brahmapur
murder of disabled woman in Brahmapur

ଭିନ୍ନକ୍ଷମ ମହିଳାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ଦୁଇ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

murder of disabled woman in Brahmapur

ବ୍ରହ୍ମପୁର: ଚୌଧୁରୀ ଟିକରପଡା ଗ୍ରାମରେ ଭିନ୍ନକ୍ଷମ ମହିଳାଙ୍କୁ ହତ୍ୟା ଘଟଣା । ଥାନାରେ ଅଭିଯୋଗ ପରେ ଘଟଣାର ପର୍ଦ୍ଦାଫାସ କଲା ବ୍ରହ୍ମପୁର ପୋଲିସ । ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଦୁଇ ଜଣ ହେଉଛନ୍ତି ରୁବିତା ଅଧିକାରୀ ଓ ତାଙ୍କ ପ୍ରେମିକ ପଦ୍ନମ ସାହୁ । ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ.ଶ୍ରବଣ ବିବେକ ।

ଗଣମାଧ୍ୟମ ସମ୍ମୁଖରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ କହିଛନ୍ତି ଯେ, ''କେ ନୁଆଁଗା ଥାନା ଅନ୍ତର୍ଗତ ଚୌଧୁରୀ ଟିକରପଡା ଗ୍ରାମର ବାସୁ ସାହୁଙ୍କ ଝିଅ ବିଷ୍ଣୁ ସାହୁ ନିଖୋଜ ହେବା ନେଇ ଗତ ଜାନୁଆରୀ ୮ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ଅଭିଯୋଗର ଗୋଡିଏ ଦିନ ପରେ ବିଳମ୍ବିତ ରାତିରେରେ ଝିଅର ମୃତଦେହ ଘର ପଛପଟେ ପଡିଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ। ପରେ ବିଷ୍ଣୁ ସାହୁଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ ।

ଏନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ କରିବା ପାଇଁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ପଠାଇଥିଲେ । ଏହାପରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ବରିଷ୍ଠ ପୋଲିସ ଅଧିକାରୀ ମାନେ ।''

''ଭିନ୍ନକ୍ଷମ ମହିଳା ବିଷ୍ଣୁ ପ୍ରତ୍ୟେକ ଦିନ ରାତି ସମୟରେ ଘରେ ଖାଇବା ପରେ ନିକଟରେ ରହିଥିବା ନିଜ ଭଉଣୀ ଘରକୁ ଶୋଇବା ପାଇଁ ଯାଆନ୍ତି । ତେବେ ଘଟଣା ଦିନ ମଧ୍ୟ ଖାଇସାରିବା ପରେ ବିଷ୍ଣୁ ଉଭଣୀ ଘରକୁ ବାହାରିଥିଲେ । କିନ୍ତୁ ଏହି ସମୟରେ ଉକ୍ତ ଗ୍ରାମର ଗିରଫ ମହିଳା ରୁବିତା ଅଧିକାରୀ ଏବଂ ପଦ୍ନମ ସାହୁଙ୍କ ମଧ୍ୟରେ ଚାଲିଥିବା ପ୍ରେମ ସଂପର୍କ ଭିନ୍ନକ୍ଷମ ମହିଳା ଜଣଙ୍କ ଦେଖି ଦେଖିଥିଲେ । କାଳେ ମହିଳା ଜଣଙ୍କ ଏନେଇ ପ୍ରଘଟ କରିଦେବେ ସେହି ଭୟରେ ଦୁହେଁ ବିଷ୍ଣୁଙ୍କୁ ମାଡ ମାରିବା ସହ ରୁବିତାଙ୍କ ଘରେ ଏକ ତକିଆରେ ଚାପି ତାଙ୍କୁ ହତ୍ୟା କରିଥିଲେ । ''

''ଏହାପରେ ଗୋଟିଏ ଦିନ ମୃତଦେହକୁ ନିଜ ଘରେ ରଖିବା ପରେ ମୃତଦେହକୁ ବିଷ୍ଣୁଙ୍କ ଘର ପଛପଟେ ଫୋପାଡି ଦେଇ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ପୋଲିସ ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଦିଗପହଣ୍ଡି ଜେଏମଏଫସି କୋର୍ଟରେ ହାଜର କରାଯାଇଥିବା କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ । ''

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.