ETV Bharat / state

କାନକଟା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ , 2 ମୃତ

author img

By

Published : Jan 20, 2023, 10:43 PM IST

bus overturns in berhampur
bus overturns in berhampur

କାନକଟା ଘାଟିରେ ଯାତ୍ରୀବାହୀ ବସ ଓଲଟି 2ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 5 ଜଣ ଗୁରୁତର ଆହାତ ହୋଇଛନ୍ତି। ଅଧିକ ପଢନ୍ତୁ

କାନକଟା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଜରଡା ଥାନା ଅନ୍ତର୍ଗତ କାନକଟା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ । ଯେଉଁଥିରେ 2 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 5 ଜଣ ଗୁରୁତର ଆହାତ ହୋଇଛନ୍ତି । ତେବେ ମୃତକ ହେଲେ ମୋହନା ଥାନା ସିକୁଲିପଦର ଗ୍ରାମର ସରସ୍ଵତୀ ବାଗସିଂଏବଂ କେ.ନୂଆଗାଁ ଥାନା ଅରଖପଦା ଗାଁର ସୁମତି ଶବର ବୋଲି ଜଣାପଡିଛି । ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକରୁ ଗଜପତି ଜିଲ୍ଲାର ରାୟଗଡ ଯାଇ ଫେରୁଥିବା ବେଳେ ଗଞ୍ଜାମ ଜିଲ୍ଲାର ସୀମାନ୍ତରେ ଏଭଳି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ଉଦ୍ଧାର କାମ ଆରମ୍ଭ କରିଥିଲେ ।

ଏଥିସହ ଗୁରୁତର ଆହାତ ମାନଙ୍କୁ ପ୍ରଥମେ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ଏକ ଯାତ୍ରୀବାହୀ ବସଟି ନିୟମିତ ଭାବରେ ତୁମ୍ୱା, ଜୋରଡା, ପାତ୍ରପୁରଠାରୁ ବାହାରି ଖାରିଆଗୁଡା, ତୁରୁବୁଡି, ମହେନ୍ଦ୍ରଗଡ, ଛେଳିଗଡ, ରାମଗିରି, ମଣ୍ଡଳସାହି ଓ ଜିରାଙ୍ଗ ହୋଇ ପୁଣି ଫେରୁଥିଲା । ହେଲେ ଆଜି ସଂନ୍ଧ୍ୟା ସମୟରେ ବସ୍‌ଟି କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା । ତେବେ ଏହି ଖବର ଜଣାପଡିବା ପରେ ଆମ୍ୱୁଲାନ୍ସ ଯୋଗେ ଆହାତଙ୍କୁ ପ୍ରଥମେ ସ୍ଥାନୀୟ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିବା ବେଳେ ଗୁରୁତରଙ୍କ ମଧ୍ୟରେ ବହୁ ଶିଶୁ ଓ ମହିଳା ରହିଥିବା ଜଣାପଡ଼ିଛି । ସେପଟେ ଗୁରୁତରଙ୍କୁ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ଜାରି ରହିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.