ETV Bharat / state

ପ୍ରସବ ବେଦନାରେ ଏମ୍.କେ.ସି.ଜିରେ ଛଟପଟ ଗର୍ଭବତୀ, ଆସିଲେନି ସ୍ବାସ୍ଥ୍ୟକର୍ମୀ

author img

By

Published : Jul 27, 2020, 9:21 AM IST

Updated : Jul 27, 2020, 10:53 AM IST

ପ୍ରସବ ବେଦନାରେ ଏମ୍.କେ.ସି.ଜିରେ ଛଟପଟ ହେଉଛନ୍ତି ଜଣେ ଗର୍ଭବତୀ । ପାଖରେ ନାହାଁନ୍ତି କୌଣସି ଡାକ୍ତର କି ନର୍ସ । ଏପରି ଏକ ଭିଡିଓ ଭାଇରାଲ ହେବା ପରେ ପଦାରେ ପଡିଛି ଡାକ୍ତରଖାନାର ଅସଲ ଚେହେରା ।

ପ୍ରସବ ବେଦନାରେ ଏମ୍.କେ.ସି.ଜିରେ ଛଟପଟ ଗର୍ଭବତୀ, ନାହାଁନ୍ତି ଡାକ୍ତର
ପ୍ରସବ ବେଦନାରେ ଏମ୍.କେ.ସି.ଜିରେ ଛଟପଟ ଗର୍ଭବତୀ, ନାହାଁନ୍ତି ଡାକ୍ତର

ବ୍ରହ୍ମପୁର: ପ୍ରସବ ବେଦନାରେ ଏମ୍.କେ.ସି.ଜିରେ ଛଟପଟ ହେଉଛନ୍ତି ଜଣେ ଗର୍ଭବତୀ । ପାଖରେ ନାହାଁନ୍ତି କୌଣସି ଡାକ୍ତର କି ନର୍ସ । ଏପରି ଏକ ଭିଡିଓ ଭାଇରାଲ ହେବା ପରେ ପଦାରେ ପଡିଛି ଡାକ୍ତରଖାନାର ଅସଲ ଚେହେରା ।

ଗଞ୍ଜାମ ଜିଲ୍ଲାର ଛତ୍ରପୁରରୁ ଜଣେ 9 ମାସର ଗର୍ଭବତୀ ମହିଳା ଆସିଥିଲେ ଏମ୍.କେ.ସି.ଜିକୁ । ବିନା କୋରୋନା ଲକ୍ଷଣରେ ଏମ୍.କେ.ସି.ଜି କୁ ଆସିଥିବା ଗର୍ଭବତୀଙ୍କ ହଠାତ୍ ହସ୍ପିଟାଲରେ କୋଭିଡ ପଜିଟିଭ ବାହାରିଲା । ଯାହା ଫଳରେ ତାଙ୍କର ପାଖ ଆଉ କେହି ମାଡିଲେ ନାହିଁ । ଏପଟେ ଯନ୍ତ୍ରଣାକୁ ସହ୍ୟ କରି ଭଗବାନଙ୍କ କୃପାରୁ ପୁତ୍ର ସନ୍ତାନ ଜନ୍ମ ଦେଲେ ମହିଳା ଜଣଙ୍କ । ତେବେ ଏହି ଭିଡିଓ ଭାଇରାଲ ପରେ ସ୍ପଷ୍ଟ ଜଣା ପଡୁଛି ଯେ ରୋଗୀଙ୍କ ସହ କିଭଳି ଭାବେ ଅବହେଳା କରାଯାଉଛି ।

ଉକ୍ତ ମହିଳାଜଣଙ୍କ ସ୍ବାମୀଙ୍କ ସହ ଆମ ସମ୍ବାଦଦାତା ଫୋନ ଯୋଗେ ଯୋଗାଯୋଗ କରିଥିଲେ । ତେବେ ଶୁଣନ୍ତୁ ସେ କ'ଣ କହୁଛନ୍ତି ..

ପ୍ରସବ ବେଦନାରେ ଏମ୍.କେ.ସି.ଜିରେ ଛଟପଟ ଗର୍ଭବତୀ

ଏପଟେ ପ୍ରଶ୍ନ ଉଠେ କି ବର୍ତ୍ତମାନର ସମୟରେ ଗର୍ଭବତୀ ମହିଳାଙ୍କ ପ୍ରତି ଏତେ ବେଖାତିର କ'ଣ ପାଇଁ । ଯଦି କୌଣସି ଲକ୍ଷଣ ନଥାଇ ଏମ୍.କେ.ସି.ଜି କୁ ଆସିଥିବା ଗର୍ଭବତୀଙ୍କ ହଠାତ୍ କୋଭିଡ ପଜିଟିଭ ବାହାରିଲା ତାହା ହେଲେ ତାଙ୍କୁ ଏକାକୀ ଛାଡି କେହି ପାଖ ନମାଡିବା କେତେ ଦୂର ଯୁକ୍ତିଯୁକ୍ତ ତାହା ସ୍ବାସ୍ଥ ବିଭାଗ ଏବଂ ସରକାର ବିଚାର କରନ୍ତୁ । ନଚେତ ଗଞ୍ଜାମରେ କୋରୋନା ନାମରେ ଅନ୍ୟ ରୋଗୀଙ୍କ ଜୀବନ ଅକାଳରେ ଚାଲିଯିବ କହିଲେ ଅତ୍ୟୁକ୍ତି ହେବ ନାହିଁ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated :Jul 27, 2020, 10:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.