ETV Bharat / state

Panchayat Election: କିଭଳି ପ୍ରାର୍ଥୀ ହେବେ ଚୟନ, ଗୁରୁମନ୍ତ୍ର ଦେଲେ ପ୍ରଫୁଲ ମଲ୍ଲିକ

author img

By

Published : Jan 14, 2022, 7:15 AM IST

Updated : Jan 14, 2022, 9:41 AM IST

ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ପରେ ପ୍ରାର୍ଥୀ ଚୟନ ନେଇ ଗଞ୍ଜାମରେ ଗୁରୁମନ୍ତ୍ର ଦେଲେ ପ୍ରଫୁଲ ମଲ୍ଲିକ
ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ପରେ ପ୍ରାର୍ଥୀ ଚୟନ ନେଇ ଗଞ୍ଜାମରେ ଗୁରୁମନ୍ତ୍ର ଦେଲେ ପ୍ରଫୁଲ ମଲ୍ଲିକ

ପଞ୍ଚାୟତ ନିର୍ବାଚନ ନେଇ ଗଞ୍ଜାମରେ କିଭଳି ହେବ ପ୍ରାର୍ଥୀ ଚୟନ ସେନେଇ ଗୁରୁମନ୍ତ୍ର ଦେଲେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ । ଅଧିକ ପଢନ୍ତୁ

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଗଞ୍ଜାମ ଜିଲ୍ଲାରେ କିଭଳି ହେବ ପ୍ରାର୍ଥୀ ଚୟନ ସେନେଇ ଗୁରୁମନ୍ତ୍ର ଦେଇଛନ୍ତି ଗଞ୍ଜାମ ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ । ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଦଳ ପକ୍ଷରୁ କିପରି ଗଞ୍ଜାମର ୬୯ ଟି ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଚୟନରେ କିଭଳି ଭାବରେ ପ୍ରାର୍ଥୀ ବିଜୟୀ ହେବେ ତାକୁ ନେଇ ଗୁରୁତ୍ୱ ଦେବାକୁ କୁହାଯାଇଛି ।

Panchayat Election: କିଭଳି ପ୍ରାର୍ଥୀ ହେବେ ଚୟନ, ଗୁରୁମନ୍ତ୍ର ଦେଲେ ପ୍ରଫୁଲ ମଲ୍ଲିକ

ଏହି ଅବସରରେ ମନ୍ତ୍ରୀ ଜିଲ୍ଲାର ସମସ୍ତ ବିଧାୟକଙ୍କ ସହିତ ପ୍ରାର୍ଥୀ ଚୟନକୁ ନେଇ ଆଲୋଚନା କରିଥିଲେ । ଦଳ ପକ୍ଷରୁ ଯାହାକୁ ପ୍ରାର୍ଥୀ କରାଯିବ ତାହାକୁ ସମସ୍ତେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ମନ୍ତ୍ରୀ । ଏପରିକି ବିରୋଧି ଦଳର ସ୍ଥାନ ନାହିଁ ବୋଲି ଗଣମାଧ୍ୟମ ସହିତ ଆଲୋଚନା ସମୟରେ କହିଛନ୍ତି । ପ୍ରତ୍ୟେକ ଦିନ ଆମ ଦଳ କାର୍ଯ୍ୟକରୁ ଥିବାବେଳେ ନିୟମିତ ଭାବରେ କାର୍ଯ୍ୟଧାରା ଜାରିରହିଛି । ଲୋକଙ୍କ ସହିତ ସିଧାସଳଖ ସମ୍ପର୍କ ରହିଛି । ବିଶେଷ ଭାବରେ ଯେଉଁ କୋଭିଡ ନିୟମ ମଧ୍ୟରେ ନିୟମ କରାଯାଇଛି ତାହାକୁ ମାନିବା ସହିତ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି କରିବେ ତାକୁ ସମସ୍ତେ ମାନି ନିର୍ବାଚନ ଲଢିବେ ବୋଲି କୁହାଯାଇଛି ।

ପ୍ରତ୍ୟେକ ଜୋନରୁ ତିନି ଜଣଙ୍କ ନାମ ସୁପାରିଶ କରାଯିବ । ଯାହାର ନାମ ଘୋଷଣା କରାଯିବ ତାଙ୍କୁ ସମସ୍ତେ ମାନିବେ । ଅପରାଧିକ ତାଲିକା ରହିଥିବା ଲୋକଙ୍କ ବିଶେଷ ଭାବରେ ସ୍ଥାନ ନାହିଁ ବୋଲି କହିଛନ୍ତି । ଏହି ବୈଠକରେ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକମାନେ ଉସ୍ଥିତ ଥିଲେ ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated :Jan 14, 2022, 9:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.