ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘଵଦ୍ଧ ଆକ୍ରମଣ, ଜଣେ ମୃତ

author img

By

Published : Dec 14, 2022, 1:26 PM IST

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘଵଦ୍ଧ ଆକ୍ରମଣ
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘଵଦ୍ଧ ଆକ୍ରମଣ

ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡା ଗ୍ରାମରେ ଅଭାବନୀୟ ଘଟଣା । ସଂଘବଦ୍ଧ ଆକ୍ରମଣରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘଵଦ୍ଧ ଆକ୍ରମଣ

ଭଞ୍ଜନଗର: ପୂର୍ବ ଶତ୍ରୁତାକୁ ନେଇ ଗଡିଲା ମୁଣ୍ଡ । ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡା ଗ୍ରାମରୁ । ମୃତକ ଜଣକ ହେଲେ କାଳିଆଗୁଡା ଗ୍ରାମର ଅମର ରାଉତ ।

ସୂଚନାଅନୁସାରେ, ଗତ ରାତିରେ ଦୁଇ ସାଙ୍ଗ ଘରେ ବସି ଥିବା ବେଳେ ବଡ଼ ବରୋସିଙ୍ଗି ଗ୍ରାମର କିଛି ଯୁବକ ଘରୁ ଡାକି ନେଇଥିଲେ । ପୂର୍ବରୁ ଥିବା ଶତ୍ରୁତା କେନ୍ଦ୍ର କରି ବଚସା ହୋଇଥିଲା । କିଛି ସମୟ ପରେ ଏହି ବଚସା ଉଗ୍ରରୂପ ଧାରଣ କରିଥିଲା । ଏହାପରେ 10 ରୁ 15 ଜଣ ଯୁବକ ଆସି ରାସ୍ତା ଉପରେ ଠେଙ୍ଗାରେ ସଂଘବଦ୍ଧ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ପଡିଥିବା ଖବର ପାଇ ପରିବାର ଲୋକେ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଟ୍ରକ ସହ ଧକ୍କା ହୋଇ ଖାଇକୁ ଖସିଲା ବସ୍: ୬ ମୃତ, ୨୧ ଆହତ

ତେବେ ଜଣକର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ମୃତକ ଜଣକ ହେଲେ ଅମର ରାଉତ ଗୁରୁତର ଜଣକ ହେଲେ ଶିବରାମ ପ୍ରଧାନ । ଶିବରାମଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାକୁ ତାଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଭଞ୍ଜନଗର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.