ETV Bharat / state

ଜାଲ ସାର୍ଟିଫିକେଟ ଦେଇ ଚାକିରି କରିବା ପଡିଲା ମହଙ୍ଗା,ବନ୍ଧା ହେଲେ ଶିକ୍ଷକ

author img

By

Published : Aug 28, 2022, 4:01 PM IST

ଜାଲ ସାର୍ଟିଫିକେଟ ଦେଇ ଚାକିରି କରିବା ପଡିଲା ମହଙ୍ଗା,ବନ୍ଧା ହେଲେ ଶିକ୍ଷକ
ଜାଲ ସାର୍ଟିଫିକେଟ ଦେଇ ଚାକିରି କରିବା ପଡିଲା ମହଙ୍ଗା,ବନ୍ଧା ହେଲେ ଶିକ୍ଷକ

ଜାଲ ସାର୍ଟିପିକେଟ ଦେଇ ଚାକିରି କରିବା ଶିକ୍ଷକଙ୍କ ପାଇଁ ଏବେ ମହଙ୍ଗା ପଡିଛି । ଶେଷରେ ବନ୍ଧା ହୋଇଛନ୍ତି ଶିକ୍ଷକ । ଆରଟିଆଇ ତଥ୍ୟ ମାଧ୍ୟମରେ ଶିକ୍ଷକଙ୍କ ଏଭଳି କାରନାମା ଧରାପଡିଥିଲା । ଅଧିକ ପଢନ୍ତୁ

ଭଞ୍ଜନଗର : ଶିକ୍ଷକତା ଭଳି ସମ୍ମାନୀୟ ବୃତ୍ତିକୁ କିଛି ଅସାଧୁ ଲୋକେ କଳୁଷିତ କରିବାରେ ଲାଗିଛନ୍ତି । ଜାଲ ସାର୍ଟିଫିକେଟ୍ ଦେଇ ସରକାରୀ ଚାକିରୀ କରୁଥିଲେ । ତାହା ପୁଣି ଶିକ୍ଷକତା ବୃତ୍ତିରେ । ଫେକ ସାର୍ଟିପିକେଟ ଦେଇ ଚାକିରି କରିବା ଶିକ୍ଷକଙ୍କ ପାଇଁ ଏବେ ମହଙ୍ଗା ପଡିଛି । ଶେଷରେ ବନ୍ଧା ହୋଇଛନ୍ତି ଶିକ୍ଷକ । ଆରଟିଆଇ ତଥ୍ୟ ମାଧ୍ୟମରେ ଶିକ୍ଷକଙ୍କ ଏଭଳି କାରନାମା ଧରାପଡିଥିଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ଜିଲ୍ଲାର ଧରାକୋଟ ବ୍ଲକ ଓଲମ୍ବା ପଞ୍ଚାୟତର ନୂଆବାଲି ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ସନାତନ ନାୟକଙ୍କ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।

ଜାଲ ସାର୍ଟିପିକେଟ ଦେଇ ଚାକିରି କରୁଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ସୂଚନା ଅନୁସାରେ, ପ୍ରକାଶ ଚନ୍ଦ୍ର ମହାନ୍ତି ନାମକ ଜଣେ ବ୍ୟକ୍ତି ସୂଚନା ଅଧିକାର ଆଇନ ବଳରେ ଶିକ୍ଷକ ସନାତନ ନାୟକଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ । ପରେ ସେ ଆରଟିଆଇ ମାଧ୍ୟମରେ ମାଗିଥିଲେ ତଥ୍ୟ । ମିଳିଥିବା ତଥ୍ୟ ଅନୁସାରେ, +2 ମାର୍କ ସିଟ ଓ ସିଟି ପ୍ରମାଣ ପତ୍ର ଜାଲ ବୋଲି ଜଣାପଡିଥିଲା ।

ଏହାବି ପଢନ୍ତୁ: ବୌଦ୍ଧରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ଜାଲ ସାର୍ଟିଫିକେଟ ଦେଇ ଶିକ୍ଷକ ହାତେଇଛନ୍ତି ଚାକିରି !

ଏହି ଜାଲ ସାର୍ଟିପିକେଟ ଦେଇ ଶିକ୍ଷକ ସନାତନ ଗତ 13.5.2011 ରୁ ଏହି ନୂଆବାଲି ସ୍କୁଲରେ କାର୍ଯ୍ୟ କରିଆସୁଥିଲେ । ପୁଣି 2017 ଠାରୁ ସେ ସେ ରେଗୁଲାର ହୋଇଛନ୍ତି । ପରେ ଏ ସମ୍ପର୍କରେ ଧରାକୋଟ ବିଇଓ କୋରେଶ ସେଠି ଅନୁସନ୍ଧାନ ଆରମ୍ଭ କରିଥିଲେ । ଘଟଣାର ସତ୍ୟାସତ୍ୟ ଜଣାପଡିବା ପରେ ବଡଗଡ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ତେବେ, ଏଠି ପ୍ରଶ୍ନ ଉଠୁଛି ଜାଲ ସାର୍ଟିପିକେଟ ଦେଇ ଶିକ୍ଷକ ଜଣକ କିପରି ଏଠାରେ ଏତେ ବର୍ଷ ଧରି ଚାକିରୀ କରୁଥିଲେ । କିଭଳି ଉଚ୍ଚ କର୍ତ୍ତୃପକ୍ଷ ଏନେଇ କିଛି ଜାଣିପାରିଲେ ନାହିଁ । ତେବେ ଏ ଜାଲ ସାର୍ଟିପିକେଟର ଚେର କେବଳ ଗଞ୍ଜାମରେ ରହିଛି ନା ଆଉ କୁଆଡେ ଲମ୍ବିଛି ତାହା ତଦନ୍ତ ସାପେକ୍ଷ । ଶିକ୍ଷା ଦାନ ବ୍ୟବସ୍ଥାରେ ଅଧିକ ସ୍ବଚ୍ଛତା ତଥା ଉନ୍ନତି ଆଣିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । କିନ୍ତୁ ଶିକ୍ଷା ବ୍ୟବସ୍ଥାରେ ସ୍ବଚ୍ଛତା ଆସୁ ନ ଥିବା ବେଳେ ଦୁର୍ନୀତି ବଢିବାରେ ଲାଗିଛି ।

ଇଟିଭି ଭାରତ, ଭଞ୍ଜନଗର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.