ବୌଦ୍ଧରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ଜାଲ ସାର୍ଟିଫିକେଟ ଦେଇ ଶିକ୍ଷକ ହାତେଇଛନ୍ତି ଚାକିରି !

author img

By

Published : Oct 10, 2021, 11:37 AM IST

ବୌଦ୍ଧରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା; ଜାଲ ସାର୍ଟିପିକେଟ ଦେଇ ଶିକ୍ଷକ ହେତେଇଛନ୍ତି ଚାକିରୀ !

ଶିକ୍ଷା ଦାନ ବ୍ୟବସ୍ଥାରେ ଅଧିକ ସ୍ବଚ୍ଛତା ତଥା ଉନ୍ନତି ଆଣିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । କିନ୍ତୁ ଶିକ୍ଷା ବ୍ୟବସ୍ଥାରେ ସ୍ବଚ୍ଛତା ଆସୁ ନ ଥିବା ବେଳେ ଦୁର୍ନୀତି ବଢିବାରେ ଲାଗିଛି । ଅଧିକ ପଢନ୍ତୁ...

ବୌଦ୍ଧ: ଶିକ୍ଷା ଦାନ ବ୍ୟବସ୍ଥାରେ ଅଧିକ ସ୍ବଚ୍ଛତା ତଥା ଉନ୍ନତି ଆଣିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । କିନ୍ତୁ ଶିକ୍ଷା ବ୍ୟବସ୍ଥାରେ ସ୍ବଚ୍ଛତା ଆସୁ ନ ଥିବା ବେଳେ ଦୁର୍ନୀତି ବଢିବାରେ ଲାଗିଛି । ବୌଦ୍ଧର ତିନୋଟି ବ୍ଲକରେ ନକଲି ଓଟିଇଟି ସାର୍ଟିଫିକେଟ ମାମଲାରେ ଶିକ୍ଷା ବିଭାଗ କିଛି ଶିକ୍ଷକଙ୍କୁ ନିଲମ୍ବିତ କରିଛି । କିନ୍ତୁ ଏବେବି କିଛି ନକଲି ସାର୍ଟିଫିକେଟ ଦେଇ ଶିକ୍ଷକ ଚାକିରୀ କରୁଥିବା ଅଭିଯୋଗ ହୋଇଛି । ପୁଣିଥରେ କିଛି ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ଶିକ୍ଷକ ଚାକିରୀ ହାତେଇଥିବା ଭଳି ଗୁରୁତର ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି ।

ବୌଦ୍ଧରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା; ଜାଲ ସାର୍ଟିପିକେଟ ଦେଇ ଶିକ୍ଷକ ହେତେଇଛନ୍ତି ଚାକିରୀ !

ଜିଲ୍ଲାରେ ସମୁଦାୟ 61 ଜଣ ଦିବ୍ୟାଙ୍ଗ ଶିକ୍ଷକ ରହିଥିବା ବେଳେ ତନ୍ମଧ୍ୟରେ କିଛି ଜାଲ ସାର୍ଟିଫିକେଟ ଦେଇ ଶିକ୍ଷକ ଚାକିରି କରୁଥିବା ଚର୍ଚ୍ଚା ହେଉଛି । ସେପଟେ, ବର୍ତ୍ତମାନ ଅନେକ ସ୍ଥାନରେ ଗଛ ତଳେ ନଚେତ ବରଣ୍ଡାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ମଧ୍ୟ ଦିଆଯାଉଛି । କୋରୋନା ପାଇଁ ସ୍କୁଲ ବନ୍ଦ ଥିବାରୁ ଅନଲାଇନରେ ପାଠପଢା ହେଉଛି । ହେଲେ ଉପାନ୍ତ ଅଞ୍ଚଳରେ ମୋବାଇଲ ନେଟୱାର୍କ ସମସ୍ୟା ଥିବାରୁ ଶିକ୍ଷା ଦାନ ବାଧାପ୍ରାପ୍ତ ହେଉଛି । ଜିଲ୍ଲା କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ଥିବା ଗେରେଡିସାହି ଅଞ୍ଚଳ ଯାହାର ଏକ ଉଦାହରଣ । ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ସରକାର ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.