ETV Bharat / state

ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖିବା ନେଇ ସରକାରଙ୍କୁ ପ୍ରଦୀପଙ୍କ ସମାଲୋଚନା

author img

By

Published : Nov 20, 2022, 10:32 PM IST

Updated : Nov 21, 2022, 7:49 AM IST

ମାର୍ଥାପଲ୍ଲୀ ଗାଁରେ ଗୋପାଳପୁର ବିଧାୟକ
ମାର୍ଥାପଲ୍ଲୀ ଗାଁରେ ଗୋପାଳପୁର ବିଧାୟକ

ନିଜ ନିର୍ବାଚନମଣ୍ଡଳୀ ମାର୍ଥାପଲ୍ଲୀ ଗାଁକୁ ପଦଯାତ୍ରା କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ । ଏହି ଅବସରରେ ବିଧାୟକଙ୍କୁ ନେଇ ଗ୍ରାମବାସୀ ଶୋଭାଯାତ୍ରାରେ ପରିକ୍ରମା କରିଥିଲେ । ଅଧିକ ପଢ଼ନ୍ତୁ

ବ୍ରହ୍ମପୁର: ନିଜ ନିର୍ବାଚନମଣ୍ଡଳୀ ମାର୍ଥାପଲ୍ଲୀ ଗାଁକୁ ପଦଯାତ୍ରା କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ । ଏହି ଅବସରରେ ବିଧାୟକଙ୍କୁ ନେଇ ଗ୍ରାମବାସୀ ଶୋଭାଯାତ୍ରାରେ ପରିକ୍ରମା କରିଥିଲେ । ଏହି ସମୟରେ ବିଧାୟକ ନିକଟରେ ବ୍ରହ୍ମପୁର ସହରର ବିନାୟକ ଆଚାର୍ଯ୍ୟ କଲେଜରେ ହୋଇଥିବା ରାଗିଂ ଘଟଣାକୁ ନିନ୍ଦା କରିଥିଲେ ।

ଏହାସହିତ ସହରର ପୁରାତନ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାମରେ ରହିଥିବା ଏହି ମହାବିଦ୍ୟାଳୟରେ ଏଭଳି ଘଟଣା ସମସ୍ତଙ୍କୁ ବ୍ୟଥିତ କରିଥିବା କହିଛନ୍ତି । ସେହିପରି ରାଜ୍ୟରେ ଗତ କିଛି ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରାଯିବା ଘଟଣାକୁ ବିଧାୟକ ସମାଲୋଚନା କରିଥିଲେ । ଛାତ୍ର ନେତାମାନେ କଲେଜ ଏବଂ ବିଶ୍ୱବିଦ୍ୟାଳୟରୁ ସୃଷ୍ଟି ହେଉଥିଲେ । ଏଣୁ ମୁଖ୍ୟମନ୍ତ୍ରୀ ଏହି କଥାକୁ ବିଚାର କରନ୍ତୁ ବୋଲି କହିଛନ୍ତି ।

ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖିବା ନେଇ ସରକାରଙ୍କୁ ପ୍ରଦୀପଙ୍କ ସମାଲୋଚନା

ଏନେଇ ଗୋପାଳପୁର ବିଧାୟକ କହିଛନ୍ତି, ''ମୁଁ ଯେତେବେଳେ 2008-09ରେ ଆସିଲି ସଂଗଠନ ଗଢ଼ିବା ପାଇଁ ମାର୍ଥାପଲ୍ଲୀ ଲୋକ, ଗ୍ରାମବାସୀ ଓ ଯୁବକମାନେ ମୋତେ ବହୁ ଶ୍ରଦ୍ଧାରେ ଗ୍ରହଣ କରିଥଲେ । ସେହି ବିଶ୍ବାସ ଓ ଭରସା ଏଠିକାର ଲୋକ ମୋ ଉପରେ ରଖିଛନ୍ତି । ସେଥିପାଇଁ ଆଜି 2ଟି ଗାଁର ପ୍ରସ୍ତାବ ଦେଇଛନ୍ତି ।

ଗାଁର ବ୍ରିଡସ ଓ ଗାଁର ଶେଷ ମୁଣ୍ଡରୁ ସଂଯୋଗ କରିଥିବା ରାସ୍ତା ହୁଗୁଳାପଟା ବନ୍ଦୀ ରାସ୍ତାର କାମ ଆରମ୍ଭ କରିବାକୁ । ତେଣୁ ମୋର ଅନୁରୋଧ ଗାଁର ବିଡିଓ ଏବଂ ସରପଞ୍ଚଙ୍କୁ ତାଙ୍କ ବ୍ଲକର ଅଧିକାରୀମାନେ ଶୀଘ୍ର ଏହି କାମକୁ ଆରମ୍ଭ କରିବେ । ନଚେଚ ମୁଁ ଏହି କାମ କରିବାକୁ ବାଧ୍ୟ ହେବି।''

ତେବେ ଜେଲରୁ ଫେରିବା ପରେ ବେଶ ସକ୍ରିୟ ହୋଇ ଉଠିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ । ନିଜ ନିର୍ବାଚନ ମଣ୍ଡଳୀର ଗୋଟିଏ ପରେ ଗୋଟିଏ ଗାଁକୁ ବୁଲିବା ସହ ଲୋକଙ୍କ ଦୁଃଖ ପଚାରି ବୁଝିଛନ୍ତି । ରବିବାର ଗ୍ରାମରେ ଜନସମ୍ପର୍କ ପଦଯାତ୍ରାରେ ସାମିଲ ହେବାକୁ ନେଇ ବେଶ ଉତ୍ସାହିତ ହୋଇଥିଲେ ସମର୍ଥକ ଏବଂ ଗ୍ରାମବାସୀ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated :Nov 21, 2022, 7:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.