ETV Bharat / state

ଶାସନ ବ୍ୟବସ୍ଥାକୁ ନେଇ ପ୍ରଦୀପଙ୍କ ଟାର୍ଗେଟ: କହିଲେ ସରକାରଙ୍କ ଅବସର ନେବା ସମୟ ଆସିଛି

author img

By ETV Bharat Odisha Team

Published : Nov 5, 2023, 7:03 AM IST

pradeep panigrahi slams naveen pattnaik
ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦୀପଙ୍କ ପ୍ରଶ୍ନବାଣ

ନିଜର ଏକ ମାମଲାରେ ହାଜର ହେବା ପାଇଁ ବ୍ରହ୍ମପୁର କୋର୍ଟକୁ ଆସିଥିବାବେଳେ ଶାସନ ବ୍ୟବସ୍ଥାକୁ ନେଇ ସମାଲୋଚନା କରିଛନ୍ତି ଗୋପାଳପୁର ବିଧାୟକ । ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ଅସନ୍ତୋଷ ଝାଡ଼ିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସେ କ'ଣ ସବୁ କହିଛନ୍ତି ଜାଣିବା ପାଇଁ ଅଧିକ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦୀପଙ୍କ ପ୍ରଶ୍ନବାଣ

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ଅସନ୍ତୋଷ ଝାଡିଲେ ଗୋପାଳପୁର ବିଧାୟକ । ନିଜର ଏକ ମାମଲାରେ ହାଜର ହେବା ପାଇଁ ବ୍ରହ୍ମପୁର କୋର୍ଟକୁ ଆସିଥିବାବେଳେ ଗଣମାଧ୍ଯମ ପ୍ରତିନିଧିଙ୍କ ପ୍ରଶ୍ନରେ ସମାଲୋଚନା କରି ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ କହିଛନ୍ତି, "କେଉଁ ରାଜ୍ଯରେ ବିଧାୟକ ଓ ସାଂସଦ ଠିଆ ହୋଇ ରହିବାର କେବେ ଦେଖିଛ କି ? କେବଳ ଓଡିଶାରେ ହିଁ ଏହି ବ୍ଯବସ୍ଥା ଚାଲିଛି ।" କୋର୍ଟରୁ ଫେରିବା ସମୟରେ ରାଜ୍ଯର ରାଜନୀତିକୁ ନେଇ "କଣ ଚାଲିଛି ଦେଖୁଛ...ପଡୁଛି ଉଠୁଛି" ବୋଲି କହିବା ସହିତ ପୂର୍ବରୁ ମୁଖ୍ଯମନ୍ତ୍ରୀ ମହିଳା ପ୍ରାର୍ଥୀ ହେବା ଦରକାର ବୋଲି କହିଥିବା ବିଷୟକୁ ପୁନଃରାବୃତ୍ତି କରାଇଥିଲେ । ସେପଟେ ରାଜ୍ୟର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଭି.ଆର.ଏସ ନେବା ଲେଟର ଫରୱାର୍ଡ ହୋଇଥିବା ବିଷୟକୁ ମୁଖ୍ଯ ଶାସନ ସଚିବ ଜାଣୁନାହାନ୍ତି ବୋଲି ସେ କହିବା ସହିତ ବର୍ତ୍ତମାନ ସରକାର ଅବସର ନେବାର ସମୟ ଆସିଯାଇଛି ।

ପ୍ରଦୀପ ଆହୁରି ମଧ୍ୟ କହିଛନ୍ତି, "ରାଜ୍ଯ ସରକାରଙ୍କ ପ୍ରମୁଖ ବିଭାଗ ସହିତ ମୁଖ୍ଯମନ୍ତ୍ରୀଙ୍କ କାର୍ଯ୍ଯାଳୟରେ ଅବସର ଅଧିକାରୀ ରହିଥିବାରୁ ବର୍ତ୍ତମାନ ସରକାର ଅବସର ନେବାର ଏବଂ ନୂତନ ସରକାରର ଆବଶ୍ଯକତା ରହିଛି । ଏଣୁ ଫ୍ରେସ ସରକାର ସାଧାରଣ ଜନତା ଚୟନ କରିବେ । ଗୋଟିଏ ପଟେ ଜିଲ୍ଲାରେ ପାଣି ନାହିଁ, ଚାଷ ଉଜୁଡା ହୋଇଗଲାଣି । ଗଜପତି ଜିଲ୍ଲାରେ ଚାଷ ଜମିରେ ଗାଇ ଓ ବଦଳ ଚରୁଛନ୍ତି । ମୁଖ୍ଯମନ୍ତ୍ରୀ ସେହି ବିଷୟରେ ଆଲୋଚନା କରିବା ବଦଳରେ 23 ତାରିଖ ରାତିରେ ଆସିଗଲା ଅର୍ଡର ତାହାର ପର ଦିନ ଅଫିସ ଖୋଲିନି । ରବିବାର ଛୁଟିରେ ଚିଠି ହେଉଛି ଯେ ପୋଷ୍ଟକୁ ସ୍ୱୀକୃତି ହୋଇଛି ବୋଲି କ୍ଯାବିନେଟ୍ ଅନୁମୋଦନ ହୋଇଛି । ମୁଖ୍ଯମନ୍ତ୍ରୀ ନବୀନ ବାବା ମତେ ବହୁଥର କହିଛନ୍ତି party borns with me, party die with me ।"

ଗଞ୍ଜାମ ଜିଲ୍ଲାର ବାଲି ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ କରାଯାଇଥିବା ପ୍ରଶ୍ନରେ ପ୍ରଦୀପ କହିଛନ୍ତି, "ମୋ ଉପରେ ଆରୋପ ସମୟରେ 2020 ମସିହାରେ ବାଲି ମାଫିଆ, ମଦ ମାଫିଆ, ମୋରମ ମାଫିଆ ବୋଲି କୁହାଯାଇଥିଲା । ହେଲେ ବର୍ତ୍ତମାନ ଓଡ଼ିଶାର ପ୍ରଶାସନିକ ଅଧିକାରୀ ଏବଂ ରାଜନୈତିକ ନେତୃବୃନ୍ଦ ମଧ୍ଯରେ କିଏ ନାହିଁ ତାହାରି ମଧ୍ୟରେ ଏବଂ କିଛି ଏଜେଣ୍ଟ୍‌ ରହିଛନ୍ତି ତାହା ଖୋଲାଯିବା ଆବଶ୍ଯକତା ରହିଛି ।" ପ୍ରଦୀପ ଏକା ନାଁ ଆଉ କିଏ ବିଧାୟକ ବିଜେପିକୁ ଯିବେ ପ୍ରଶ୍ନରେ ପ୍ରଦୀପ କିଛି ସମୟ ଛାଡ଼ିଦେବା ବୋଲି କହିଥିଲେ ।

ଏହା ବି ପଢନ୍ତୁ...'ଇମେଜକୁ ସୁରକ୍ଷା ଦିଅନ୍ତୁ ନବୀନ, ଗଞ୍ଜାମ ଅପରାଧର କ୍ରେଡିଟ ମୁଣ୍ଡାନ୍ତୁ ମୁଖ୍ୟମନ୍ତ୍ରୀ'

"କାହିଁକି ସେ ଚେୟାରକୁ ମାଡି ବସିଛନ୍ତି ?" ବୋଲି ପ୍ରଶ୍ନ କରି ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ପ୍ରଦୀପ । "ରାଜଧାନୀର ପଦଯାତ୍ରାରେ ମୁଖ୍ଯମନ୍ତ୍ରୀ ପାଇଁ ଚେୟାର ପଡ଼ିଛି । ୨ ଜଣ ମହିଳା ସେହି ସ୍ଥାନରେ ଉତ୍ତରୀୟ ଦେବା ଏବଂ ଫୁଲତୋଡ଼ା ଦେବା ସମୟରେ ପ୍ରତିକ୍ରିୟା ପ୍ରକାଶ କରିବାର କ'ଣ ଆବଶ୍ଯକତା ରହିଛି ?" ବୋଲି ମଧ୍ୟ ସେ ସିଧାସଳଖ ପ୍ରଶ୍ନ କରିଛନ୍ତି । "ମୁଁ ଥିଲାବେଳେ ଏପରି ନଥିଲା। ମୋର ସାନ ଭାଇ ଆସିବା ପରେ ନୂତନ ବ୍ଯବସ୍ଥା କରାଇ ମାଟି କରିଦେଲାଣି । ମୋ ପାଣ୍ଠି ଖର୍ଚ୍ଚ ହେଉନାହିଁ । ହେଲେ ମୋ ନିର୍ବାଚନ ମଣ୍ଡଳୀକୁ ହାଇଟ୍ ନଥିବା ମନ୍ତ୍ରୀକୁ ପଠାଇଥିଲେ । ଲୋକେ ଦେଖିପାରିଲେ ନାହିଁ ବୋଲି କହିଛନ୍ତି । ସ୍ଥାନୀୟ ବିଧାୟକ ଅଛି ମୋତେ ପଠାଇଲେ ନାହିଁ । ମୋତେ ପଠାଇଥିଲେ ମୁଁ ସମସ୍ଯା ଜଣାଇଥାନ୍ତି । ହେଲେ ଅନ୍ଯ କାହାକୁ ପଠାଇଲେ କେନ୍ଦ୍ରପଡ଼ାରୁ ଆଣିକି । ଆମ ଓଡ଼ିଶା ଆମ ନବୀନ ଏବଂ ଲକ୍ଷ୍ମୀ ଯୋଜନାରେ ପାର ହୋଇଯିବେ" ବୋଲି ଭାବୁଛନ୍ତି ଦେଖାଯାଉ କ'ଣ ହେଉଛି । ଏପରି ବିଭିନ୍ନ ବିଷୟ କହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।


ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.