ETV Bharat / state

କାଶୀନଗରରେ ଅଜଣା ଜନ୍ତୁ ଆକ୍ରମଣରେ 63 ଛେଳିଙ୍କ ମୃତ୍ୟୁ

author img

By

Published : Nov 4, 2022, 12:18 PM IST

several goats died an unknown animal attack in kashinagar gajapati
କାଶୀନଗରରେ ଅଜଣା ଜନ୍ତୁ ଆକ୍ରମଣରେ 63 ଛେଳିଙ୍କ ମୃତ୍ୟୁ

ଗଜପତି ଜିଲ୍ଲା କାଶୀନଗର ବ୍ଲକ କିଡିଗାଁରେ ଅଜଣା ଜନ୍ତୁ ଆକ୍ରମଣରେ 63 ଛେଳିଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

ଗଜପତି: କାଶୀନଗର ବ୍ଲକ କିଡିଗାଁରେ ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି । ଅଜଣା ଜନ୍ତୁ ଆକ୍ରମଣରେ 63 ଛେଳିଙ୍କ ମୃତ୍ୟୁ ହୋଇଛି । ଗୁରୁବାର ରାତିରେ ଗ୍ରାମର ବି. ରାମନାଥ ଓ ବି. କ୍ରୀଷ୍ଣାଙ୍କ ଗୁହାଳରେ 90ରୁ ଅଧିକ ଛେଳି ଥିବାବେଳେ କୌଣସି ଅଜଣା ଜନ୍ତୁ ଆକ୍ରମଣରେ 63 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନେକ ଛେଳି ଆହତ ହୋଇଥିବା ଜଣାପଡ଼ିଛି ।

କାଶୀନଗରରେ ଅଜଣା ଜନ୍ତୁ ଆକ୍ରମଣରେ 63 ଛେଳିଙ୍କ ମୃତ୍ୟୁ

ଆକ୍ରମଣ କରିଥିବା ବନ୍ୟଜନ୍ତୁ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ । ମୃତ ଛେଳିଙ୍କ ଶରୀରରେ ଗଭୀର କ୍ଷତ ହୋଇଥିବାବେଳେ ଆଉ କେତେକ ଛେଳିର ଅନ୍ତବୁଜୁଳା ବାହାରି ଯାଇଛି । କୌଣସି ବନ୍ୟଜନ୍ତୁ ଏଭଳି କରିଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି । ଅନ୍ୟପଟେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ ଘଟଣା ସ୍ଥଳରେ ପହଞ୍ଚି ଜିଲ୍ଲା ପ୍ରଶାସନକୁ ଜଣାଇବା ପରେ ରାଜସ୍ବ ବିଭାଗ କର୍ମଚାରୀ ଘଟଣାର ଅନୁଧ୍ୟାନ କରିବା ସହ ଜିଲ୍ଲା ପ୍ରାଣୀଧନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଗୋଟିଏ ରାତିରେ ଏତେ ସଂଖ୍ୟକ ଛେଳି ମୃତ୍ୟୁ ନେଇ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.