ETV Bharat / state

କୃଷି ବିଲକୁ ବିରୋଧ କରି ଗଜପତି ଜିଲ୍ଲା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

author img

By

Published : Nov 10, 2020, 3:58 PM IST

Updated : Nov 10, 2020, 4:33 PM IST

କେନ୍ଦ୍ରର ବିଜେପି ନେତୃତ୍ବାଧୀନ ସରକାର ପୁଞ୍ଜିପତି ଓ ଶିଳପତିଙ୍କୁ ସନ୍ତୁଷ୍ଟ କରିବା ପାଇଁ କୃଷକ ମାରଣ ନୀତି ଆପଣାଇଛନ୍ତି । ଏହାର ପ୍ରତିବାଦରେ ମଙ୍ଗଳବାର ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସ ସମାବେଶ କରାଯିବା ସହ ଜିଲ୍ଲାପାଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଅଧିକ ପଢନ୍ତୁ

କୃଷି ବିଲକୁ ବିକୃଷି ବିଲକୁ ବିରୋଧ କରି ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନକୃଷି ବିଲକୁ ବିରୋଧ କରି ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନରୋଧ କରି ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନକୃଷି ବିଲକୁ ବିରୋଧ କରି ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
କୃଷି ବିଲକୁ ବିରୋଧ କରି ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଗଜପତି: କେନ୍ଦ୍ରର ବିଜେପି ନେତୃତ୍ବାଧୀନ ସରକାର ପୁଞ୍ଜିପତି ଓ ଶିଳପତିଙ୍କୁ ସନ୍ତୁଷ୍ଟ କରିବା ପାଇଁ କୃଷକ ମାରଣ ନୀତି ଆପଣାଇଛନ୍ତି । ତେଣୁ କୃଷକଙ୍କ ସ୍ବାର୍ଥକୁ ଅଣଦେଖା କରି କେନ୍ଦ୍ରର ମୋଦି ସରକାର 2ଟି କୃଷି ବିଲ ପାସ କରାଇଦେଇଛନ୍ତି । ସେହିପରି ଦେଶରେ ମହିଳା ଓ ଦଳିତ ବର୍ଗର ଲୋକେ ଅସୁରକ୍ଷିତ ହୋଇପଡିଛନ୍ତି । ରାଜ୍ୟ ସରକାର ବା ସାଧାରଣ ଲୋକଙ୍କ ସ୍ବାର୍ଥକୁ ଅଣଦେଖା କରି ନିଜର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ବିଦ୍ୟୁତ ଦର ବୃଦ୍ଧି ଏହାର ଉଦାହରଣ । ତେଣୁ ଏହାର ପ୍ରତିବାଦରେ ମଙ୍ଗଳବାର ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସ ସମାବେଶ କରାଯିବା ସହ ଜିଲ୍ଲାପାଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି ।

କୃଷି ବିଲକୁ ବିରୋଧ କରି ଗଜପତି ଜିଲ୍ଲା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଏଭଳି ଦେଶର ସ୍ବାର୍ଥ ବିରୋଧୀ କାର୍ଯ୍ୟକ୍ରମ ପ୍ରତିବାଦରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବା ସହ ଅତିଶୀଘ୍ର ଏସବୁରେ ପରିବର୍ତ୍ତନ ଆଣିବା ପାଇଁ ଦାବି କରାଯାଇଛି । ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ପରିସରରୁ ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥୀ ଗମାଙ୍ଗଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ଯାଇଥିଲେ । ଏହାପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated :Nov 10, 2020, 4:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.