ETV Bharat / state

ପ୍ରୋଟକଲ ଭାଙ୍ଗିଲା ବିଜେଡି, ପୋଲିସର ନିରପେକ୍ଷ ତଦନ୍ତ ଦାବି କଲା ବିଜେପି

author img

By ETV Bharat Odisha Team

Published : Sep 1, 2023, 6:45 PM IST

ପୋଲିସର ନିରପେକ୍ଷ ତଦନ୍ତ ଦାବି କଲା ବିଜେପି
ପୋଲିସର ନିରପେକ୍ଷ ତଦନ୍ତ ଦାବି କଲା ବିଜେପି

ପେଟ୍ରୋଲ ପମ୍ପ୍‌ର ଉଦଘାଟନ କାର୍ଯ୍ୟକ୍ରମରେ ବିଜେପି-ବିଜେଡି ଗୋଷ୍ଠୀ କନ୍ଦଳ ଘଟଣା । ନିମନ୍ତ୍ରଣ ପତ୍ରରେ ବିଜେପି ବିଧାୟକଙ୍କ ନାଁ ନଥିବାରୁ ବିଜେପିକୁ ନିନ୍ଦା କଲା ବିଜେଡି । ଅଧିକ ପଢନ୍ତୁ

ପୋଲିସର ନିରପେକ୍ଷ ତଦନ୍ତ ଦାବି କଲା ବିଜେପି

ପାରଳାଖେମୁଣ୍ଡି: ପେଟ୍ରୋଲ ପମ୍ପ୍‌ ଉଦଘାଟନ କାର୍ଯ୍ୟକ୍ରମରେ ବିଜେପି-ବିଜେଡି ମୁହାଁମୁହିଁ ଘଟଣା । ନିମନ୍ତ୍ରଣ କାର୍ଡରେ ବିଜେପି ବିଧାୟକଙ୍କ ନାଁ ନଥିବା ନେଇ ଉଭୟ ଦଳ ମଧ୍ୟରେ ଧସ୍ତାଧସ୍ତି ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛି ବିଜେପି । ତେବେ ଘଟଣାକୁ ନେଇ ବରିଷ୍ଠ ବିଜେପି ନେତା ଭୃଗୁ ବକ୍ସିପାତ୍ର ତୀବ୍ର ନିନ୍ଦା କରିଛନ୍ତି ।

ବରିଷ୍ଠ ବିଜେପି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି,"କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟଙ୍କ ସହାୟତାରେ ରାଜ୍ୟ ସରକାରଙ୍କ ସମବାୟ ବିଭାଗ ପେଟ୍ରୋଲ ପମ୍ପ୍‌ ପ୍ରତିଷ୍ଠା କରିଛି । ହେଲେ ଉଦଘାଟନ କାର୍ଯ୍ୟକ୍ରମରେ ବିଜେପି ବଧାୟକଙ୍କୁ କାହିଁକି ନିମନ୍ତ୍ରଣ କରାଯାଇ ନାହିଁ । ଜିଲ୍ଲା ପରିଷଦଙ୍କୁ ନମନ୍ତ୍ରଣ କରାଯାଇଛି ହେଲେ ଅଞ୍ଚଳର ବିଧାୟକଙ୍କ କାର୍ଡରେ ନାଁ ନାହିଁ କି ନିମନ୍ତ୍ରଣ ନାହିଁ । ଏହାକୁ ନେଇ ବିଜେପି ପକ୍ଷରୁ ଶାନ୍ତପୂର୍ଣ୍ଣ ଧାରଣା ଦେବା ସମୟରେ ବିଜେଡିର ଗୁଣ୍ଡାମାନେ ଆକ୍ରମଣ କରିବା କେତେ ଦୂର ଯଥାର୍ଥ । ପ୍ରଶାସନ କିପରି ନିଜ ପ୍ରୋଟକଲ ଭାଙ୍ଗି ଏକ ଦଳିୟ କାର୍ଯ୍ୟର ଅଂଶ ଗ୍ରହଣ କରୁଛି । ନିମନ୍ତ୍ରିତ ଅତିଥିଙ୍କ ଅନୁପସ୍ଥିତିରେ ବିଜେଡି ନେତା ତିରୁପତି ପାଣିଗ୍ରାହୀ ଜବରଦସ୍ତ ଉଦଘାଟନ କରିବା ସହ ଗଣ୍ଡୋଗୋଳ କରିଥିଲେ । ଏହାକୁ ନେଇ ଥାନାରେ ସମସ୍ତ ଅଭିଯୁକ୍ତଙ୍କ ନାଁରେ ଏତଲା ଦିଆଯାଇଛି ।"

ଅଧିକ ପଢନ୍ତୁ..ନିମନ୍ତ୍ରଣ ପତ୍ରରେ ନଥିଲା ବିଧାୟକ ନାଁ, ବିଜେଡି-ବିଜେପି ମୁହାଁମୁହିଁ

ସୂଚନା ଅନୁଯାୟୀ, ଗତକାଲି(ଗୁରୁବାର) ପାରଳାଖେମୁଣ୍ଡି ସିନେମା ହଲ୍‌ ଛକରେ ଏକ ପେଟ୍ରୋଲ୍‌ ପମ୍ପ୍‌ ଉଦଘାଟନ କାର୍ଯ୍ୟକ୍ରମ ଥିଲା । ନିମନ୍ତ୍ରଣ ପତ୍ର ଓ ଉଦଘାଟନୀ ଫଳକରେ ସ୍ଥାନୀୟ ବିଜେଡି ସାଂସଦ, ପୌରାଧ୍ଯକ୍ଷା, ସମବାୟ ସୋସାଇଟି ସଭାପତିଙ୍କ ନାମ ସମେତ ଜିଲ୍ଲାପାଳଙ୍କ ନାମ ବି ରହିଥିଲା । ହେଲେ ପ୍ରୋଟୋକଲ ଅନୁସାରେ ପାରଳାଖେମୁଣ୍ଡି ବିଜେପି ବିଧାୟକଙ୍କ ନାମ କେଉଁଥିରେ ବି ଲେଖା ଯାଇନଥିଲା । ଯାହାକୁ ନେଇ ବିଜେପି କର୍ମୀ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାକୁ ବିରୋଧ କରି ବିଜେପି ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଥିଲେ । ଏହାକୁ ନେଇ ଦୁଇ ଦଳ ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସେପଟେ ବିଜେଡି ନେତା ତଥା ସମବାୟ ସୋସାଇଟି ସଭାପତି କହିଛନ୍ତି,"କମିଟିର ନିଷ୍ପତ୍ତି ଅନୁସାରେ ଅତିଥିଙ୍କୁ ଡକାଯାଇଥିଲା । କାହା ଉପରେ ଆକ୍ରମଣ ହୋଇନାହିଁ ।" ନିର୍ବାଚନ ପୂର୍ବରୁ ହିଁ ଏଭଳି ଘଟଣା ବର୍ତ୍ତମାନ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିବା ବେଳେ ଉଦଘାଟନୀ କାର୍ଯ୍ୟକ୍ରମରେ ବିଜେଡି ବିଜେପି କର୍ମୀ ଓ ନେତା ମୁହାଁମୁହିଁ ହେବା ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.