ETV Bharat / state

ନିମନ୍ତ୍ରଣ ପତ୍ରରେ ନଥିଲା ବିଧାୟକ ନାଁ, ବିଜେଡି-ବିଜେପି ମୁହାଁମୁହିଁ

author img

By ETV Bharat Odisha Team

Published : Aug 31, 2023, 4:04 PM IST

ନିମନ୍ତ୍ରଣ ପତ୍ରରେ ନଥିଲା ବିଧାୟକ ନାଁ
ନିମନ୍ତ୍ରଣ ପତ୍ରରେ ନଥିଲା ବିଧାୟକ ନାଁ

ପାରଳାଖେମୁଣ୍ଡିସ୍ଥିତ ଜଙ୍ଗମ ସାହି ନିକଟରେ ଏକ ପେଟ୍ରୋଲ ପମ୍ପର ଉଦଘାଟନୀ କାର୍ଯ୍ୟକ୍ରମରେ ଦୁଇ ଦଳକର୍ମୀ ମୁହାଁମୁହିଁ । ନିମନ୍ତ୍ରଣ ପତ୍ରରେ ବିଜେପି ବିଧାୟକଙ୍କ ନାଁ ନଥିବାରୁ ବିଜେପି ଓ ବଜେଡି କର୍ମୀ ମୁହାଁମୁହିଁ । ଅଧିକ ପଢନ୍ତୁ

ନିମନ୍ତ୍ରଣ ପତ୍ରରେ ନଥିଲା ବିଧାୟକ ନାଁ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ବିଜେଡି ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ପାରଳାଖେମୁଣ୍ଡିସ୍ଥିତ ଜଙ୍ଗମ ସାହି ନିକଟରେ ଏକ ପେଟ୍ରୋଲ ପମ୍ପର ଉଦଘାଟନୀ କାର୍ଯ୍ୟକ୍ରମରେ ଦୁଇ ଦଳର କର୍ମୀ ମୁହାଁମୁହିଁ ହୋଇଛନ୍ତି । ସହରର ସିନେମା ହଲ ଛକ ଠାରେ ଥିବା ସମବାୟ ବିଭାଗର ଆରଏମସିଏସ ପରିସରରେ ଏକ ପେଟ୍ରୋଲ ପମ୍ପର ଆଜି ଉଦଘାଟନ କାର୍ଯ୍ୟକ୍ରମ ଥିଲା । ନିମନ୍ତ୍ରଣରେ ବିଜେପି ବିଧାୟକ ନାଁ ନଥିବାରୁ ବିଜେପି ଓ ବଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- ସାଂସଦ ଅପରାଜିତାଙ୍କୁ ପୁଣି ବାଲିପାଟଣାରେ ବିରୋଧ, ବିଜେଡି-ବିଜେପି ମୁହାଁମୁହିଁ

ପାରଳାଖେମୁଣ୍ଡି ସିନେମା ହଲ ଛକରେ ଏକ ପେଟ୍ରୋଲ ପମ୍ପ ଉଦଘାଟନ କାର୍ଯ୍ୟକ୍ରମ ଥିଲା । ନିମନ୍ତ୍ରଣ ପତ୍ର ଓ ଉଦଘାଟନୀ ଫଳକରେ ସ୍ଥାନୀୟ ବିଜେଡି ସାଂସଦ, ପୌରଧକ୍ଷା, ସମବାୟ ସୋସାଇଟି ସଭାପତିଙ୍କ ନାମ ସମେତ ଜିଲ୍ଲାପାଳଙ୍କ ନାମ ବି ରହିଥିଲା । ହେଲେ ପ୍ରୋଟୋକଲ ଅନୁସାରେ ପାରଳାଖେମୁଣ୍ଡି ବିଜେପି ବିଧାୟକଙ୍କ ନାମ କେଉଁଥିରେ ବି ଲେଖା ଯାଇନଥିଲା । ଯାହାକୁ ନେଇ ବିଜେପି କର୍ମୀ ଅସନ୍ତୋଷ ପ୍ରକାଶ କରିଥିଲେ । ସ୍ଥାନୀୟ ବିଜେପି ପକ୍ଷରୁ ଏହାକୁ ନେଇ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ କରାଯାଉଥିଲା । ସେହି ସମୟରେ ବିଜେଡି ଓ ବିଜେପିକର୍ମୀ ମାନଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିଲା ।
ଏହା ମଧ୍ୟ ପଢନ୍ତୁ- ବାଲିପାଟଣାରେ ଅପରାଜିତାଙ୍କୁ ବିରୋଧ, ସାଂସଦ କହିଲେ ଲୋକସେବାକୁ ବିରୋଧ କରାଯାଉଛି

ବିଜେପି ଶାନ୍ତି ପୁର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ବିଜେଡି ନେତାମାନେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି । ନିମନ୍ତ୍ରିତ ଅତିଥିଙ୍କ ଅନୁପସ୍ଥିତିରେ ବିଜେଡି ନେତା ତିରୁପତି ପାଣିଗ୍ରାହୀ ଜବରଦସ୍ତ ଉଦଘାଟନ କରିବା ସହ ଗଣ୍ଡୋଗୋଳ କରିଥିବା କହିଛନ୍ତି ବିଜେପି ନେତା । ସେପଟେ ବିଜେଡି ନେତା ତଥା ସମବାୟ ସୋସାଇଟି ସଭାପତି କହିଛନ୍ତି କମିଟିର ନିଷ୍ପତ୍ତି ଅନୁସାରେ ଅତିଥିଙ୍କୁ ଡକାଯାଇଥିଲା । କାହା ଉପରେ ଆକ୍ରମଣ ହୋଇନାହିଁ । ସରକାରୀ ଭାବେ ପେଟ୍ରୋଲ ପମ୍ପ୍‌ ଉଦଘାଟନରେ ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ନିମନ୍ତ୍ରଣ ନଦେଇ ଓଲୋଟା ଶାସକ ଦଳର କର୍ମୀଙ୍କ ଗୁଣ୍ଡାଗିରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା କହିଛନ୍ତି ବିଜେପି କର୍ମୀ । ନିର୍ବାଚନ ପୂର୍ବରୁ ହିଁ ଏଭଳି ଘଟଣା ବର୍ତ୍ତମାନ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିବା ବେଳେ ଉଦଘାଟନୀ କାର୍ଯ୍ୟକ୍ରମରେ ବିଜେଡି ବିଜେପି କର୍ମୀ ଓ ନେତା ମୁହାଁମୁହିଁ ହେବା ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.