ETV Bharat / state

ସାଂସଦ ଅପରାଜିତାଙ୍କୁ ପୁଣି ବାଲିପାଟଣାରେ ବିରୋଧ, ବିଜେଡି-ବିଜେପି ମୁହାଁମୁହିଁ

author img

By ETV Bharat Odisha Team

Published : Aug 27, 2023, 8:47 PM IST

Updated : Aug 27, 2023, 9:02 PM IST

ପୁଣି ରାଜଧାନୀ ଉପକଣ୍ଠ ବାଲିପାଟଣାରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ ପ୍ରଦର୍ଶନ। ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ । ଅଧିକ ପଢନ୍ତୁ

Etv Bharat
Etv Bharat

ସାଂସଦ ଅପରାଜିତାଙ୍କୁ ପୁଣି ବାଲିପାଟଣାରେ ବିରୋଧ, ବିଜେଡି-ବିଜେପି ମୁହାଁମୁହିଁ

ନିଆଳି: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ । ଆଜି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକରେ ଦୃଢ ବିରୋଧର ସମ୍ମୁଖୀନ ହୋଇଛନ୍ତି ସାଂସଦ ଅପରାଜିତା । ସାଂସଦଙ୍କ ବୁଥ ସ୍ତରୀୟ ଆଲୋଚନା ଥିବା ବେଳେ ବିଜେଡି ଦଳର ମହିଳା କର୍ମୀ ବିରୋଧ ପ୍ରଦର୍ଶନ କରିଥିଲେ । ଏହାପରେ ବିଜେଡି ଓ ବିଜେପି କର୍ମକର୍ତ୍ତା ମୁହାଁମୁହିଁ ହୋଇଥିବା ବେଳେ ଉଭୟ ପକ୍ଷରୁ ନାରାବାଜି କରାଯାଇଥିଲା ।

ଆଜି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଗିରିଙ୍ଗଶ୍ବରି ମନ୍ଦିର ପରିସରରେ ସାଂସଦଙ୍କ ବୁଥସ୍ତରୀୟ ଆଲୋଚନା ଥିଲା । ସାଂସଦ ଅପରାହ୍ନ ୪ଟା ସମୟରେ ଆସିବା ପାଇଁ ସମୟ ନିର୍ଦ୍ଧାରଣ ହୋଇଥିଲା । ସାଂସଦଙ୍କୁ ବିରୋଧ ପାଇଁ ବାଲିପାଟଣା ଗିରିଙ୍ଗ ଛକଠାରେ ବିଜେଡ଼ି ଦଳର ମହିଳା କର୍ମୀମାନେ ଅପେକ୍ଷା କରିଥିଲେ । ଉଭୟ ଦଳର କର୍ମୀ ମୁହାଁମୁହିଁ ଓ ବିଭିନ୍ନ ନାରାବାଜି ଦେଇଥିଲେ । ଏପରିକି ମୁହାଁମୁହିଁ ଓ ହାତାହାତି ମଧ୍ୟ ହୋଇଥିଲେ । ସାଂସଦ ସନ୍ଧ୍ୟା 7ଟାରେ ବ୍ଲକରେ ପହଞ୍ଚିବା ପରେ ବିଜେଡି ମହିଳା କର୍ମୀ ତାଙ୍କୁ କଳା ପତାକା ପ୍ରଦର୍ଶନ କରିଥିଲେ ।

ଏହା ବି ପଢନ୍ତୁ- ବାଲିପାଟଣାରେ ସାଂସଦ ଅପରାଜିତାଙ୍କୁ ବିରୋଧ, ଗୋ ବ୍ୟାକ ନାରାରେ କମ୍ପିଲା ସଭାସ୍ଥଳ

ଏ ନେଇ ଖୋର୍ଦ୍ଧା ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ଶିବ ମଲ୍ଲିକ କହିଛନ୍ତି, "ସାଂସଦ ଅପରାଜିତା ଷଡ଼ଙ୍ଗୀ ଦଳୀୟ କର୍ମୀଙ୍କ ସହିତ ବୈଠକ ଥିଲା । ତାଙ୍କୁ କିଛି ଭଡ଼ାଟିଆ ଲୋକେ ପଇସା ନେଇ ବିନା କାରଣରେ ବିରୋଧ କରୁଛନ୍ତି । ଏହାକୁ ବିଜେପି ତୀବ୍ର ନିନ୍ଦା କରୁଛି । ଅପରାଜିତା ଷଡ଼ଙ୍ଗୀ ବିକାଶର ନେତୃତ୍ବ । ତାଙ୍କୁ ଭୟ କରି ଏହି ବିରୋଧ କରାଯାଉ । ସେ ସରକାରଙ୍କ ଦୁର୍ନୀତିକୁ ଲୋକଲୋଚନକୁ ଆଣୁଥିବାରୁ ଭୟ କରି ଏପରି ବିରୋଧ କରାଯାଉଛି ।"

ସୂଚନା ଥାଉ କି ଗତ ୨୫ ତାରିଖ ଦିନ ବାଲିପାଟଣା ବ୍ଲକ ରାଜସ୍ବ ମେଲଣ ପଡ଼ିଆରେ ସାଂସଦଙ୍କୁ ବିରୋଧ କରିଥିଲେ ବିଜେଡି କର୍ମୀ ସମର୍ଥକ ଓ ମହିଳା ଗ୍ରୁପ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ରାଜସ୍ୱ ପଞ୍ଚାୟତ କୃଷ୍ଣପୁର ମେଳଣ ପଡ଼ିଆରେ ଶୁକ୍ରବାର ରାତିରେ ସାଂସଦ ଏକ ସଭାରେ ଯୋଗ ଦେଇଥିବା ବେଳେ ତାଙ୍କୁ ବିରୋଧ କରାଯାଇଥିଲା । ଏପରିକି ତାଙ୍କ ଉପରେ କାଳି ମାଡ଼ ଉଦ୍ୟମ କରାଯାଇଥିଲା । ପୋଲିସ ହସ୍ତକ୍ଷେପ ପରେ ଶେଷରେ ଶାନ୍ତ ପଡ଼ିଥିଲା ସଭାସ୍ଥଳ ।‌

ସାଂସଦ ଅପରାଜିତା ସଭାସ୍ଥଳରେ ପହଞ୍ଚିବା ପରେ ବିରୋଧ କରିଥିଲେ ସ୍ଥାନୀୟ ଲୋକେ । ଦୀର୍ଘ ସମୟ ଧରି ଅପେକ୍ଷାରତ ମହିଳା ଏବଂ ଅସନ୍ତୁଷ୍ଟ ଗୋଷ୍ଠୀ ତାଙ୍କୁ ବିରୋଧ କରିଥିଲେ । ଅପରାଜିତା ଗୋ ବ୍ୟାକ୍‌ ନାରାରେ କମ୍ପି ଉଠିଥିଲା ସଭାସ୍ଥଳ । ମହିଳାମାନେ ସାଂସଦଙ୍କ ଉପରକୁ କାଳି ଫିଙ୍ଗିବାକୁ ଚେଷ୍ଟା କରିଥିବା ବେଳେ ତାହା ଗାଡ଼ି ଉପରେ ପଡ଼ିଥିଲା । ପୋଲିସ ହସ୍ତକ୍ଷେପ ଯୋଗୁଁ ସାଂସଦ ଅଳ୍ପକେ ବର୍ତ୍ତି ଯାଇଥିଲେ । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ପ୍ରତିଶ୍ରୁତି ଦେଇ ପୂରଣ ନକରିବାକୁ ମହିଳାମାନେ ଅପରାଜିତ ଷଡଙ୍ଗୀଙ୍କୁ ବିରୋଧ କରିଥିବା ସୂଚନା ମିଳିଛି ।

ଇଟିଭି ଭାରତ, ନିଆଳି

Last Updated :Aug 27, 2023, 9:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.